୭୧ ବର୍ଷୀୟ ଲେଡି ସିରିୟଲ କିଲର ! ୧୪ ଜଣ ପୁରୁଷଙ୍କ ସହ ରଖିଥିଲେ ଶାରିରୀକ ସଂପର୍କ, ନିଜ ୪ ସ୍ୱାମୀଙ୍କୁ ବିଷ ଦେଇ କରିଥିଲେ ହତ୍ୟା

58

ଜାପାନର ଜଣେ ୭୧ ବର୍ଷୀୟ ବୃଦ୍ଧାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ୭୧ ବର୍ଷୀୟ ବୃଦ୍ଧା ବର୍ତ୍ତମାନ ଜେଲରେ ଏବଂ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ବୃଦ୍ଧା ଜଣେ ସିରିୟଲ କିଲର । ସେ ଜଣେ କି ଦୁଇ ଜଣ ନୁହେଁ ବରଂ ୧୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ବୃଦ୍ଧା ଜଣକ ହତ୍ୟା କରିଥିବା ଏହି ୧୪ ଜଣଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ଉକ୍ତ ବୃଦ୍ଧାଙ୍କ ସ୍ୱାମୀ । ତେବେ କାହିଁକି ଏବଂ କିଭଳି ଏହି ବୃଦ୍ଧା ଜଣକ ଏମାନଙ୍କୁ ହତ୍ୟା କରିଥିଲେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଇକୋନମିକ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ୧୯୪୬, ନଭେମ୍ବର ୧୮ରେ ଜାପାନର କିତାକ୍ୟୁଶୁ ନାମକ ସହରରେ ଏକ ମଧ୍ୟବିତ ପରିବାରରେ ଚିସାକୋ କକେହିଙ୍କର ଜନ୍ମ । ସେ ପାଠପଢାରେ ବେଶ୍ ବିଚକ୍ଷଣ ଥିଲେ । ହେଲେ ଉଚ୍ଚ ଶିକ୍ଷା ହାସଲ କରିପାରି ନଥିଲେ । କାରଣ ଚିସାକୋର ବାପା ତାର ବିବାହ କରିଦେଇଥିଲେ । ୧୯୬୯ରେ ଯେତେବେଳେ ଚିସାକୋ ପ୍ରଥମ ବିବାହ କରିଥିଲେ ସେତେବେଳେ ସେ ଏହି ବିଷ ସଂପର୍କରେ ଜାଣିବାକୁ ପାଇଥିଲେ । କାରଣ, ଚିସାକୋ ସ୍ୱାମୀଙ୍କର ଏକ ଫ୍ରବ୍ରିକ୍ ପ୍ରିଟିଂ କଂପାନୀ ଥିଲା । ଯେଉଁଥିରେ ସାଇନାଇଡ କମର୍ସିଆଲ ପ୍ରିଟିଂ ପାଇଁ ବ୍ୟବହାର କରାଯାଉଥିଲା । ତେବେ ଚିସାକୋର ପ୍ରଥମ ସ୍ୱାମୀର ମୃତ୍ୟୁ ୫୪ ବର୍ଷ ବୟସରେ ହୋଇଥିଲେ । ୨୦୦୬ରେ ସେ ଦ୍ୱିତୀୟ ବିବାହ କରିବା ସହ ତାକୁ ଏହି ବିଷ ଦେଇ ହତ୍ୟା କରିଥିଲେ । ଏହାପରେ ୨୦୦୮ରେ ତୃତୀୟ ବିବାହ କରିଥିଲେଏବଂ ଯାହାଙ୍କର ମୃତ୍ୟୁ ବିବାହର ମାତ୍ର ୩ ମାସ ପରେ ହୋଇଥିଲେ ହେଲେ ଏସମସ୍ତ ମୃତ୍ୟୁ କୋର୍ଟରେ ମର୍ଡର ବୋଲି ପ୍ରମାଣିତ ହୋଇ ପାରିନଥିଲା । କାରଣ ପୋଲିସ ଆସିବା ପୂର୍ବରୁ ହିଁ ସେମାନଙ୍କର ଅନ୍ତିମ ସଂସ୍କାର କରିଦିଆଯାଇଥିଲା । ହେଲେ ଏଭଳି କାଣ୍ଡ ଭିଆଇବାର ବୃ୍ଦ୍ଧାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ସଂପତି ହାତେଇବା ।

ଏହାପରେ ଚିସାକୋ ଜଣକ ପରେ ଜଣେ ଧନୀ ଲୋକଙ୍କୁ ନିଜର ମାୟା ଜାଲରେ ଫସାଇ ସେମାନଙ୍କ ସହିଚତ ଶାରୀରିକ ସଂପର୍କ ବନାଇ ତାଙ୍କୁ ଏହି ବିଷ ଦେଇ ହତ୍ୟା କରୁଥିଲେ । ଆଶ୍ଟର୍ଯ୍ୟକର କଥା ହେଲା, କାହାକୁ ହେଲେ ଏସଂପର୍କରେ ତିଳେ ମାତ୍ର ଆଭାସ ମିଳିପାରୁନଥିଲା । ହେଲେ ପାପର ଆୟୁଷ ବେଶି ଦିନ ନୁହେଁ ପରି ଚିସାକୋର ବି କଳାକାରନାମା ସାମ୍ନାକୁ ଆସିଥିଲା । ଏବଂ ଶେଷରେ ସେ ପୋଲିସ ହାତରେ ଧରା ପଡିଥିଲେ । ଏହାପରେ ପୋଲିସ ତାକୁ ଗିରଫ କରି ନିଜ ହେପାଜତରେ ନେିଥିଲା ଆଉ ଏହାପରେ ଚିସାକୋ ବି ନିଜ ଦୋଷ ସ୍ୱୀକାର କରିଥିଲେ । ଚିସାକୋ ପୁଲିସକୁ କହିଥିଲା କି, ସେ କୋଲ୍ ଡ୍ରିଙ୍କସ ଏବଂ ଖାଦ୍ୟ ଜରିଆରେ ସାଇନାଇଡ ନାମକ ଘାତକ ବିଷ ଦେଇ ତାର ୪ଜଣ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ଏହାପରେ ତାଙ୍କ ସଂପତ୍ତିକୁ ହାତେଇ ନେଇଥିଲେ । ଚିସାକୋ ଆହୁରି ବି କହିଥିଲେ କି ସେ ୧୪ ଜଣଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଯେଉଁମାନଙ୍କ ମଧ୍ୟରୁ ସେ ୭ ଜଣଙ୍କୁ ଏହି ବିଷ ଦେଇ ହତ୍ୟା କରିଥିଲେ । ତେବେ ଚିସାକୋ ଡେଟିଂ ଏଜେନ୍ସି ଜରିଆରେ ଏକୁଟିଆ ଏବଂ ଧନୀ ବୟସ୍କ ଲୋକଙ୍କୁ ଫସାଉ ଥିଲେ । ଏହାପରେ ସେମାନଙ୍କ ସହ ଶାରିରୀକ ସଂପର୍କ ରଖି ତାଙ୍କୁ ବିଷ ଦେଇ ହତ୍ୟା କରୁଥିଲା ଏବଂ ପରେ ତାଙ୍କ ଟଙ୍କା ଲୁଟି ନେଉଥିଲେ ।