ସ୍ୱାଧୀନତାର ୭୦ ବର୍ଷ : ହିନ୍ଦୁସ୍ତାନ-ପାକିସ୍ତାନ ବିଭାଜନ । ୭୦ବର୍ଷ ପରେ ବି ଜିଇଁ ରହିଛି ସେହି ଯନ୍ତ୍ରଣା

44

ଆଉ ମାତ୍ର କିଛି ଦିନ ପରେ ଭାରତ ଏବଂ ପାକିସ୍ତାନ ନିଜ ନିଜର ସ୍ୱତନ୍ତ୍ରତାର ୭୦ତମ ବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛି । ଯାହାର ଜୋରଦାର ପ୍ରସ୍ତୁତି ମଧ୍ୟ ଉଭୟ ଦେଶରେ ଦେଖିବାକୁ ମିଳିଛି । ତେବେ ପାକିସ୍ତାନରେ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଭାରତରେ ୧୫ ଅଗଷ୍ଟରେ ପାଳିତ ହୋଇଥାଏ ।

ସୂଚନା ମୁତାବକ, ଜୁନ୍ ୧୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟର ଏକ ବଡ ମୁକାବିଲା ହୋଇଥିଲା । ଯାହାକି ଆଇସିସି ଚାମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଥିଲା । ଏହାକୁ ନେଇ ଉଭୟ ଦେଶରେ ଦେଖାଦେଇଥିଲା ଜବରଦସ୍ତ ପାଗଳାମୀ । ତେବେ ଏହି ମ୍ୟାଚ୍ ଦକ୍ଷିଣ ଏସିଆରେ ନୁହେଁ ବରଂ ଲଣ୍ଡନରେ ଖେଳାଯାଇଥିଲା । କାରଣ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିଲା ଭୟର ବାତାବରଣ । ଏହା ମଧ୍ୟରେ ପାଖାପାଖି ୧୦ ବର୍ଷ ବିତିଯାଇଛି । ଯାହାକି ଉଭୟ ଦେଶ ନିଜର ଘରୋଇ ମଇଦାନରେ ପରସ୍ପର ମଧ୍ୟରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ତେବେ ଏହି ଦୂରତା ଜଣାଇ ଦିଏ କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ କେତେଯେ ତିକ୍ତତାପୂର୍ଣ୍ଣ ଏବଂ କେତେଯେ ଅବିଶ୍ୱାସନୀୟ ବୋଲି ।

ଭାରତ ଏବଂ ପାକିସ୍ତାନର ଇତିହାସ ହେଉଛି ଗୋଟିଏ । କିନ୍ତୁ ଉଭୟଙ୍କ ମଧ୍ୟରେ ଏତେ ଅବିଶ୍ୱାସ ରହିଛି । ଏତେ ତିକ୍ତତା ଭରି ରହିଛି କି ସେମାନେ ପରସ୍ପରକୁ ନିଜ ପ୍ରତିଦ୍ୱାନ୍ଦୀ ନୁହେଁ ବରଂ ଶତ୍ରୁ ବୋଲି ମନେ କରନ୍ତି । ସ୍ୱତନ୍ତ୍ରତା ପରେ ଗତ ୭୦ ବର୍ଷରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନି ତିନି ଥର ଲଢେଇ ହୋଇସାରିଛି । ମାତ୍ର କିଛି ଲୋକଙ୍କ ମତ ରହିଛି କି, ତିନି ଥର ନୁହେଁ ବରଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଥର ଯୁଦ୍ଧ ହୋଇଥିଲା ବୋଲି । କିନ୍ତୁ ଶେଷ ଥର ପାଇଁ ୧୯୯୯ରେ ଯେତେବେଳେ ଉଭୟ ଦେଶର ସୈନ୍ୟମାନେ ଲଢିଥିଲେ ସେତେବେଳେ ଯୁଦ୍ଧର ଔପଚାରିକ ଘୋଷଣା କରାଯାଇ ନଥିଲା ।

ହିନ୍ଦୁସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଏହି ବଳ କଷାକଷିକୁ ବିଶ୍ୱର ସବୁଠାରୁ ଲମ୍ବା ସମୟ ଯାଏଁ ଚାଲିଥିବା ସାମରିକ ସମସ୍ୟା ବୋଲି କୁହାଯାଇପାରେ । ଏହି ଲଢେଇର ଫଳାଫଳ ମିଳଛି ଦୁଇ ଦେଶ ମଧ୍ୟରେ ବିକଶିତ ହୋଇଥିବା ପରମାଣୁ ଅସ୍ତ୍ରଶସ୍ତ୍ର । ଅର୍ଥାତ୍ ଆଜିକା ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେଉଁ ବାଦବିବାଦ ରହିଛି ତାହାକୁ ସାମାନ୍ୟ ବୋଲି ବୁଝାଯାଇ ପାରିବ ନାହିଁ । କାରଣ ଏହି ବିବାଦ ମଧ୍ୟ ଅନ୍ୟ ଦେଶମାନଙ୍କ ପାଇଁ କୌଣସି ବିପଦରୁ କମ୍ ହୋଇ ନପାରେ ।

ଭାରତ ଏବଂ ପାକିସ୍ତାନକୁ ସ୍ୱତନ୍ତ୍ରତା ଏକ ସାଥୀରେ ହିଁ ମିଳିଥିଲା । କାରଣ, ଭାରତ, ବ୍ରିଟିଶ୍ ସାମ୍ରାଜ୍ୟର ସବୁଠୁ ବଡ ଉପନିବେଶ ଥିଲା । ମାତ୍ର ୧୫ ଅଗଷ୍ଟ ୧୯୪୭ ପରଠାରୁ ହିନ୍ଦୁସ୍ତାନ ଉପରେ ପାକିସ୍ତାନର ହୁକୁମ୍ ସଂପୂର୍ଣ୍ଣ ଭାବେ ଶେଷ ହୋଇଥିଲା ।

ସ୍ୱତନ୍ତ୍ରତା ପୂର୍ବରୁ ଅନେକ ମାସ ଯାଏଁ ଦେଶ ବିଭାଜନକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା । ଶେଷରେ ଏହି ବିବାଦ ହିଂସାର ରୂପ ନେଇଥିଲା । ଆଉ ବ୍ରିଟେନ, ଭାରତକୁ ଦୁଇ ଭାଗରେ ବାଂଟି ସ୍ୱାଧୀନତା ଦେବାକୁ ରାଜି ହୋଇଯାଇଥିଲା । ଏହାପରେ ପାକିସ୍ତାନ ନାମରେ ଏକ ଅଲଗା ମୁସମାନ ଦେଶ ସୃଷ୍ଟି ହେଲା । ଯାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା, ମୁସଲମାନ ସଂପ୍ରଦାୟର ଚିନ୍ତାଧାରାକୁ ଦୂର କରି ସ୍ୱାଧୀନ ଭାରତରେ ହିନ୍ଦୁ ସଂପ୍ରଦାୟ ଭଳି ବହୁମତକୁ କ୍ଷତି ପହଂଚାଇବା । ଯେତେବେଳେ ଦେଶ ବିଭାଜନ ହେଲା ସେତେବେଳେ ଦେଶରୁ ଦୁଇ ବଡ ରାଜ୍ୟ ତଥା ପଂଜାବ ଏବଂ ବଙ୍ଗଳା ବା ବେଙ୍ଗଲକୁ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ବାଂଟି ଦିଆଯାଇଥିଲା । ଯାହାର ସୂଚନା ସ୍ୱାଧୀନତାର ଦୁଇ ଦିନ ପରେ ଜାଣିବାକୁ ମିଳିଥିଲା ।

ଭାରତ ଏବଂ ପାକିସ୍ତାନ ବିଭାଜନ ଲକ୍ଷ୍ୟ ଲକ୍ଷ୍ୟ ଜନତାଙ୍କୁ ନିଜ ଦେଶରେ ହିଁ ପର କରିଦେଇଥିଲା । ସେମାନଙ୍କୁ ନିଜ ଘରଦ୍ୱାର ଛାଡି ନୁଆ ଦେଶକୁ ଯିବାକୁ ପଡିଥିଲା । ବିଭାଜନ କାରଣରୁ ଯେତିକି ଲୋକ ଶରଣାର୍ଥୀ ହୋଇଥିଲେ ସେମାନେ ଯୁଦ୍ଧ ଓ ଅକାଳ ବ୍ୟତୀତ ଅନ୍ୟ କୌଣସି କାରଣରୁ ଶରଣାର୍ଥୀ ହୋଇଥିବା ସବୁଠାରୁ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ।

ତେବେ ପାଖାପାଖି ଶହେ କୋଟି ଲୋକ ଭାରତରୁ ପାକିସ୍ତାନ ଏବଂ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ଏହି ସମୟରେ ଦେଶରେ ଭୟଙ୍କର ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ସମୁଦାୟର ଲୋକ ପୀଡିତ ବି ଥିଲେ ଏବଂ ଆକ୍ରମଣକାରୀ ବି । ଯେଉଁଥିରେ ପ୍ରାଣ ହରାଇଥିଲେ ଶତାଧିକ ଜନତା । ଖାଲି ସେତିକି ନୁହେଁ ହଜାର ହଜାର ମହିଳାଙ୍କୁ ଅନ୍ୟ ସମୁଦାୟର ପୁରୁଷମାନଙ୍କ ପାଶବିକତାର ଶିକାର ହେବାକୁ ମଧ୍ୟ ପଡିଥିଲା ।

ଅନ୍ୟପଟେ, ଏହି ହିଂସାର ଗଭୀର ପ୍ରଭାବ ପଡିଥିଲା ପଂଜାବ ଉପରେ । ଯେଉଁଠାରେ କି ବର୍ଷ ବର୍ଷ ଧରି ଶିଖ୍ , ମୁସଲମାନ ଏବଂ ହିନ୍ଦୁ ସଂପ୍ରଦାୟର ଭାଇ ଭଉଣୀମାନେ ମିଳିମିଶି ରହିଆସୁଛନ୍ତି । କିନ୍ତୁ ଦେଶର ବିଭାଜନ ପରେ ଏମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଶତ୍ରୁ ମନୋଭାବ । ଯେଉଁଠି ଜଣେ ଅନ୍ୟ ଜଣଙ୍କ ଦୁଃଖ ଦେଖିପାରୁ ନଥିଲେ ସେଠି ଦେଖା ଦେଇଥିଲା ପରସ୍ପରର ହତ୍ୟା କରାଯିବା ଭଳି ଅତ୍ୟନ୍ତ ହୃଦୟବୀଦାରକ ଚିତ୍ର ।

ଏହି ସାଂପ୍ରଦାୟିକ ହିଂସାକୁ ମଧ୍ୟ ଗୃହ ଯୁଦ୍ଧ କୁହଯାଇପାରେ । କାରଣ ଉଭୟ ପକ୍ଷରୁ ସୈନମାନେ ଲଢି ନଥିଲେ ବରଂ ସାଧାରଣ ଜନତା ନିଜର ସାଂପ୍ରଦାୟିକ ଅସ୍ତ୍ରଶସ୍ତ୍ର ଧରି ଲଢେଇ ପାଇଁ ଆଗେଇ ଆସିଥିଲେ । ଯାହାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥଲା, ଅନ୍ୟ ସଂପ୍ରଦାୟର ଲୋକଙ୍କୁ ଅଧିକରୁ ଅଧିକ ମାରିବା । ଏବଂ ସେମାନଙ୍କୁ କ୍ଷତି ପହଂଚାଇବା ।