କାହିଁକି ଗୁଗୁଲ ମ୍ୟାପରେ ମିଳେନାହିଁ ଏହି ୬ଟି ସ୍ଥାନର ଠିକଣା ! ଜାଣନ୍ତୁ କଣ ଥାଇପାରେ କାରଣ ।

39

ଘରେ ବସି ଆଙ୍ଗୁଠି ଟିପରେ ସଂପୂର୍ଣ୍ଣ ବିଶ୍ୱର ଭ୍ରମଣ କରିବା କେବଳ ଗୁଗଲ ମ୍ୟାପ୍ ଦ୍ୱାରା ସମ୍ଭବ ଅଟେ । ତେବେ ଏହା ଯେତିକି ଉପାଦେୟ ସେତିକି ମଧ୍ୟ କୌତୁହଳପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ଏଭଳି ସ୍ଥାନ ରହିଛି ଯାହାକୁ ଗୁଗଲ ମ୍ୟାପରେ ସର୍ଚ୍ଚ କରିବା ଦ୍ୱାରା ମିଳି ନଥାଏ । କାରଣ ଏହାକୁ ଦେଖାଇବାର ଅନୁମତି ଗୁଗଲ ଭଳି ବିଖ୍ୟାତ କଂପାନୀ ପାଖରେ ନାହିଁ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ।

ଭୋଲକେଲ୍ ଏୟାର ବେସ୍ ନେଦରଲାଣ୍ଡ

ୱିକିଲିକ୍ସର ଏକ ରିପୋର୍ଟ ଅନୁସାରେ, ଯକ୍ତରାଷ୍ଟ୍ର ଆମେରିକା ଏହିଠାରେ ଶୀତଳ ଯୁଦ୍ଧରେ ବ୍ୟବହାର କରାଯାଇଥିବା ୨୨ଟି ପରମାଣୁ ବୋମାକୁ ଗଚ୍ଛିତ କରି ରଖିଛି ।

ହେଲିପୁଏର୍ଟୋ ଡେ କାର୍ଟେଗେନା, ଲସ୍ ଡୋଲୋରେସ୍, ସ୍ପେନ

ଏହି ଅଚଂଳ ସଂପର୍କରେ ବିଶେଷ କୌଣସି ସୂଚନା ମିଳି ନଥାଏ ଗୁଗଲ ମ୍ୟାପରେ । ତେବେ ମ୍ୟାପରେ ଏହା କେବଳ ସବୁଜ ଚାଷ ଜମି ଭାବେ ଦର୍ଶାଯାଇଛି ।

ରୋଜେସ, ସ୍ପେନ

ଏଠାରେ ଯୁକ୍ତରାଷ୍ଟ୍ର ଆମେରାକାର ବାୟୁସେନାର ୮୭୫ ତମ ଏୟାର କ୍ରାଫ୍ଟ କଂଟ୍ରୋଲ୍ ରୁମ୍ ରହିଛି ।

ଜାତୀୟ ସୁରକ୍ଷା ବ୍ୟୁରୋ, ତାଇୱାନ

ଏହା ଚୀନର ଜାତୀୟ ସୁରକ୍ଷା ବ୍ୟୁରୋ ଅଟେ । ଯାହା ଦେଶର ମୁଖ୍ୟ ଗୁଇନ୍ଦା ବିଭାଗର କାର୍ୟ୍ୟାଳୟ ଅଟେ ।

ନାଟୋ ଏୟାର ବେସ୍, ଜର୍ମାନୀ

ଏଠାରେ ଚୀନକୁ ବିଙ୍ଗ୍ ଡଟ୍ କମରେ ଦେଖିପାରିବେ ମାତ୍ର ଗୁଗଲ ମ୍ୟାପରେ ଏହାକୁ ଦେଖିବାବେଳେ କେବେଳ କିଛି ଅସ୍ପଷ୍ଟ ଅଂଚଳ ହିଁ ନଜର ଆସିଥାଏ ।

ଇସ୍ରାଏଲ

ମଧ୍ୟପ୍ରାଚ୍ୟ ଦେଶ ଇସ୍ରାଏଲକୁ ଆପଣ ଯଦି ଗୁଗଲ ମ୍ୟାପରେ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ବା ତଥ୍ୟ ମିଳି ନଥାଏ ।