ସ୍ୱେଚ୍ଛାସେବୀ ସଂଗଠନ ହରାଇବେ ସେମାନଙ୍କର ବିଦେଶୀ ଅନୁଦାନ ଗ୍ରହଣ ଲାଇସେନ୍ସ

29

ବିଦେଶୀ ଦାନ ଗ୍ରହଣ କରୁଥିବା ପାଖାପାଖି ୬,୦୦୦ ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କର ଅନୁଦାନ ଗ୍ରହଣ ସଂପର୍କିତ ଲାଇସେନ୍ସ ହରାଇବେ ବୋଲି ଜାଣିବାକୁ ମିଳିଛି । ବିଗତ ୫ ବର୍ଷ ହେବ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସେମାନଙ୍କର ବାର୍ଷିକ ଆୟ ଓ ବ୍ୟୟର ବିବରଣୀ ଗୃହମନ୍ତ୍ରାଳୟରେ ଜମା କରାଇ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି ।

ଜୁଲାଇ ୭ରେ ଏହି ନୋଟିସ୍‌ ଜାରି କରାଯାଇଛି । ଜୁଲାଇ ୨୩  ଭିତରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଏହି ନୋଟିସ୍‌ର ଉତ୍ତର ଦେବାକୁ କୁହାଯାଇଛି । ଚଳିତବର୍ଷ ମେ’ ମାସରେ ୧୮,୫୨୩ ସ୍ୱେଚ୍ଛାସେବୀ ସଂଗଠନକୁ ମାତ୍ର ଗୋଟିଏ ଥର ପାଇଁ ଏକ ସୁଯୋଗ ଦିଆଯାଇଥିଲା । ଜୁନ୍‌ ୧୪ ତାରିଖ ଭିତରେ ସଂଗଠନ ସଂପର୍କିତ ଆବଶ୍ୟକୀୟ ତଥ୍ୟ ଜମା କରିବାକୁ ସୂଚୀତ କରାଯାଇଥିଲା ।