ପ୍ରତ୍ୟେକ ଆଣ୍ଡ୍ରଏଡ୍ ବ୍ୟବହାରକାରୀ କରିଥାନ୍ତି ଏହି ୬ଟି ବଡ଼ ଭୁଲ୍ !

48

ବର୍ତ୍ତମାନ ସମୟରେ ବିଶ୍ୱର ପ୍ରତ୍ୟେକଟି ବ୍ୟକ୍ତିଙ୍କ ନିକଟରେ କୌଣସି ନା କୌଣସି କଂପାନୀର ଆଣ୍ଡ୍ରଏଡ ସ୍ମାର୍ଟଫୋନ ଥିବ । ତେଣିକି ତାର ଅପରେଟିଂ ସଂପର୍କରେ ସେମାନଙ୍କୁ ଜଣା ଥାଉ ଅବା ନଥାଉ । ତେବେ ଆଜି ଆମେ ଏଭଳି କିଛି ସାଧାରଣ କଥା ବା ଭୁଲ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ପ୍ରତ୍ୟେକଟି ଆଣ୍ଡ୍ରଏଡଧାରୀ କରିଥାନ୍ତି । ଯାହାକି ମୋବାଇଲ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଚାର୍ଜିଂ

ସର୍ବପ୍ରଥମେ ଆପଣ ଫୋନ ଚାର୍ଜିଂ ସଂପର୍କରେ ଜାଣିବା ଦରକାର । ଅଧିକାଂଶ ସମୟରେ ଚାର୍ଜ କରିବା ସମୟରେ ହିଁ ମୋବାଇଲକୁ ଚାର୍ଜର ପିନରୁ ହଠାତ୍ ବାହାର କରିଦେଇଥାନ୍ତି । ତେବେ ଏପରି କରିବା ଭୁଲ୍ । କାରଣ, ଏହା ବ୍ୟାଟେରୀକୁ ପ୍ରଭାବିତ କରିଥାଏ । ଯାହାଫଳରେ ମୋବାଇଲ୍ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ବ୍ୟାଟେରୀ ଅଫ୍

ଅଧିକାଂଶ ଲୋକେ ଫୋନ ବ୍ୟାଟେରୀ ସେତେବେଳେ ଚାର୍ଜ କରିଥାନ୍ତି ଯେତେବେଳେ ବ୍ୟାଟେରୀର ଚାର୍ଜ ୨୦ ପ୍ରତିଶତରୁ କମ୍ ହୋଇଯାଇଥାଏ । କିନ୍ତୁ ଆପଣଙ୍କୁ ବୋଧହୁଏ ଜଣାନଥିବ, ଏହାଦ୍ୱାରା ଫୋନର ବ୍ୟାଟେରୀ ପର୍ଫମାନ୍ସ ଖରାପ ହୋଇଥାଏ । ତେଣୁ ବ୍ୟାଟେରୀର ଚାର୍ଜ ୨୦ ପ୍ରତିଶତରୁ ୮୦ ପ୍ରତିଶତ ମଧ୍ୟରେ ରହିବା ମୋବାଇଲ ପାଇଁ ଉପଯୁକ୍ତ ।

ନକଲି ମୋବାଇଲ ଉପକରଣ

କମ୍ ବା ଶସ୍ତା ହେବା କାରଣରୁ ଅଧିକାଂଶ ସମୟରେ ଲୋକେ ମୋବାଇଲ୍ ପାଇଁ ନନ୍ ବ୍ରାଣ୍ଡେଡ୍ ଉପକରଣ ଯେପରିକି ବ୍ୟାଟେରୀ, ଚାର୍ଜର ଆଦି କିଣିଥାନ୍ତି । କିନ୍ତୁ ଚିନ୍ତା କରନ୍ତି ନାହିଁ କି ଏଗୁଡିକ ମୋବାଇଲ ପାଇଁ କେତେ କ୍ଷତିକାରକ ହୋଇଥାଏ । କାରଣ, ଏହି ଜିନିଷମାନଙ୍କର କୌଣସି ଗ୍ୟାରେଂଟି କି ୱାରେଂଟି ନଥାଏ । ଏଥିସହିତ ଏହା ମୋବାଇଲକୁ ଖୁବ୍ ଶୀଘ୍ର ନଷ୍ଟ କରିଦେଇଥାଏ ।

କେଉଁଠାରୁ ବି ଆପ୍ ଡାଉନଲୋଡ କରିବା

ଆଣ୍ଡ୍ରଏଡ ଫୋନଗୁଡିକରେ ସାଧାରଣତଃ ଥାର୍ଡପାର୍ଟି ଆପ୍ ଷ୍ଟୋର ସପୋର୍ଟ ଉପଲବ୍ଧ ଅଟେ । ଏହାଛଡା ମଧ୍ୟ ଆପଣ ସାଇଡ୍ ଲୋଡିଂ ମାଧ୍ୟମରେ ମଧ୍ୟ ବିଭିନ୍ନ ଆପ୍ ଡାଉନଲୋଡ କରିପାରିବେ । ଯେପରିକି ପିସିରେ ଏପିକେ ଡାଉନଲୋଡ୍ କରି କିମ୍ବା କୌଣସି ମୋବାଇଲରୁ ବ୍ଲୁଟୁଥ୍ ଜରିଆରେ ଏପିକେ ଟ୍ରାନ୍ସଫର କରିବା ଇତ୍ୟାଦି ।

ତେବେ ଏହି ତରିକା ଆପଣଙ୍କ ମୋବାଇଲ ପାଇଁ ବହୁତ କ୍ଷତିକାରକ ହୋଇଥାଏ । କାରଣ, ଏହାଦ୍ୱାରା ମୋବାଇଲକୁ ବିଭିନ୍ନ ପ୍ରକାରର ଭାଇରସ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେହିପରି କିଛି ଲୋକ ମଧ୍ୟ ବିଭିନ୍ନ ଆକର୍ଷିତ ବିଜ୍ଞାପନକୁ ଦେଖି ସେଗୁଡିକୁ କ୍ଲିକ୍ କରିବାର ଭୁଲ୍ ମଧ୍ୟ କରିଥାନ୍ତି । ଯାହା ସ୍ମାର୍ଟଫୋନ ପାଇଁ ଆଦୌ ଠିକ୍ ନୁହେଁ ।

ଏକାଭଳି ପାସୱାର୍ଡ

ଅଧିକାଂଶ ଲୋକ ଆପ୍ ତଥା ଫେସବୁକ୍ ଏବଂ ଜିମେଲ୍ ସମେତ ସମସ୍ତ ଅନଲାଇନ୍ ଆକାଉଂଟରେ ଏକାଭଳି ପାସୱାର୍ଡ ରଖିଥାନ୍ତି । ଯାହା ଏକ ବଡ଼ ଭୁଲ ଅଟେ । କାରଣ ଆପଣଙ୍କ ଗୋଟିଏ ଛୋଟ ଭୁଲ୍ ପାଇଁ ଆପଣଙ୍କର ସମସ୍ତ ଆକାଉଂଟ ହ୍ୟାକ୍ ହୋଇପାରେ ।

ଅପଡେଟକୁ ଅଣଦେଖା କରିବା

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନମାନଙ୍କରେ ଅନେକ ସମୟରେ ଅପଡେଟ୍ ମାଗିଥାଏ । କିନ୍ତୁ ଇଂଟରନେଟ୍ ଶେଷ ହୋଇଯିବା ଭୟରେ ଲୋକେ ତାକୁ ଅଣଦେଖା କରିଥାନ୍ତି । ତେବେ ଏପରି କରିବା ଭୁଲ୍ । କାରଣ, ଅପଡେଟରେ କଂପାନୀ ନା କେବଳ ଫୋନ ଓ ଆପରେ ନୂତନ ଫିଚର ଯୋଡିଥାନ୍ତି ବରଂ ମୋବାଇଲର ସୁରକ୍ଷାକୁ ନେଇ ମଧ୍ୟ ବହୁତ କିଛି କରିଥାନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ଆପଣଙ୍କ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଉଛି କି ? ତେବେ ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ