୫୦୦ଟଙ୍କିଆ ନୋଟ୍ ଆପଣଙ୍କୁ ବନାଇପାରେ ଲକ୍ଷପତି ! ଜାଣନ୍ତୁ କିପରି

46

ଆପଣଙ୍କ ପକେଟରେ ଥିବା ୫୦୦ଟଙ୍କିଆ ନୋଟକୁ ଆପଣଙ୍କୁ ଲକ୍ଷପତି ବନାଇପାରେ । ତେବେ କେମିତି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ସିଷ୍ଟୋମେଟିକ୍ ଇନଭେଷ୍ଟମେଂଟ ପ୍ଲାନ ସିପ୍ ଜରିଆରେ ଆପଣ ପ୍ରତିମାସ ୫୦୦ଟଙ୍କା ନିବେଶ କରି ଲକ୍ଷପତି ହେବାର ସ୍ୱପ୍ନକୁ ସାକାର କରିପାରିବେ । ଅର୍ଥାତ୍ ଯଦି ଆପଣ ପ୍ରତିମାସ ମାତ୍ର ୫୦୦ ଟଙ୍କା ନିବେଶ କରନ୍ତି ତେବେ ୧୨ ପ୍ରତିଶତର ଆନୁମାନିକ ରିଟର୍ଣ୍ଣ ଉପରେ ୨୦ ବର୍ଷରେ ଆପଣଙ୍କର ଏହି ଟଙ୍କା ବଢି ୪.୫୫ ଲକ୍ଷ ଟଙ୍କା ହୋଇଯିବ । ଏଥିରେ ଆପଣ ୧୦ ବର୍ଷରେ ମାତ୍ର ୧.୨୦ ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ୩.୩୫ ଲକ୍ଷ ଟଙ୍କା ରିଟର୍ଣ୍ଣ ତଥା ଲାଭ ବାବଦକୁ ମିଳିବ ।

ସେହିପରି ଯଦି ଆପଣ ୫୦୦ଟଙ୍କା ପ୍ରତିମାସ ସିପରେ ନିବେଶ କରନ୍ତି ତେବେ ୧୨ ପ୍ରତିଶତ ଆନୁମାନିକ ରିଟର୍ଣ୍ଣ ଉପରେ ୩୦ ବର୍ଷରେ ଆପଣଙ୍କର ନିବେଶ ବୃଦ୍ଧିପାଇ ୧୫.୨୬ ଲକ୍ଷ ଟଙ୍କା ହୋଇଯିବ । ଏଥିରେ ଆପଣଙ୍କ ତରଫରୁ ଜମା କରାଯାଇଥିବା ଅର୍ଥରାଶି ମାତ୍ର ୧.୮୦ ଲକ୍ଷ ଟଙ୍କା ହୋଇଯିବ ଯେବେକି ୧୩.୪୬ ଲକ୍ଷ ଟଙ୍କାର ରିଟର୍ଣ୍ଣ ବା ଲାଭ ଆକାରରେ ଆପଣଙ୍କୁ ମିଳିବ । ଏଭଳି ଭାବରେ ଆପଣ ମାତ୍ର ୧୦ ବର୍ଷ ପାଇଁ ଟଙ୍କା ନିବେଶ କରି ନିଜର ଅର୍ଥକୁ ପାଖାପାଖି ତିନି ଗୁଣା ଅଧିକ ବଢାଇପାରିବେ ।