୧୦୦ଟଙ୍କାରେ ବିକ୍ରି ହେଉଛି ଅଚଳ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ! ଜାଣନ୍ତୁ କେଉଁଠି

37

ଭାରତରେ ଅଚଳ ହୋଇଯାଇଥିବା ନୋଟ ଏବେ ପଡୋଶୀଦେଶମାନଙ୍କରେ ରୋଜଗାରର ମାଧ୍ୟମ ସାଜିଛି । ଆଜ୍ଞା ହଁ ! ଏଠାରେ ଆମେ ବିମୁଦ୍ରାକରଣ ଦ୍ୱାରା ଅଚଳ ହୋଇପଡିଥିବା ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ସଂପର୍କରେ ଆଲୋଚନା କରୁଛୁ । ଏହି ପୁରୁଣା ନୋଟକୁ ବର୍ତ୍ତମାନ ନେପାଳରେ ଜମା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ମୋଦି ସରକାରଙ୍କ ନୋଟବନ୍ଦୀ ଭଳି ଐତିହାସିକ ନିଷ୍ପତି ପରଠାରୁ ଅଚଳ ହୋଇଯାଇଥିବା ଏହି ପୁରୁଣା ନୋଟକୁ ସୀମାରେ ସକ୍ରିୟ ଦଲାଲଙ୍କ ମାଧ୍ୟମରେ ପଡୋଶୀ ଦେଶମାନଙ୍କରେ ପହଂଚା ଯାଉଛି । ଯାହାଦ୍ୱାରା ଉଭୟ ଦେଶ ମଧ୍ୟରେ ବନ୍ଦ ହୋଇଯାଇଥିବା ନୋଟକୁ ଫେରସ୍ତ କରିବାର ପ୍ରକ୍ରିୟା ବର୍ତ୍ତମାନ ସଂପୂର୍ଣ୍ଣ ହୋଇପାରୁନାହିଁ । ଆଉ ଏହାର ଲାଭ ଉଠାଇବା ପାଇଁ କିଛି ଲୋକ ପୁରୁଣ ତଥା ଅଚଳ ୧୦୦୦ଟଙ୍କିଆ ନୋଟକୁ ୧୦୦ ଟଙ୍କା ଦେଇ କିଣୁଛନ୍ତି । ଏହାଦ୍ୱାରା ଲୋକଙ୍କୁ ନେପାଳ ମାଧ୍ୟମରେ ନିଜର ଗଚ୍ଛିତ କଳାଧନକୁ ଧଳା କରିବାର ଆଶା ସଂଚାର ହୋଇଛି ।

ତେବେ ନଭେମ୍ବର ୮, ୨୦୧୬ରେ ଭାରତରେ ହୋଇଥିବା ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ନେପାଳ ରାଷ୍ଟ୍ର ବ୍ୟାଙ୍କର ଫରେନ ଏକ୍ସଚେଂଜ ବିଭାଗର ଅଧିକାରୀଙ୍କ ମଧ୍ୟ ହୋଇଥିବା ବୈଠକରେ ନେପାଳରେ ଥିବା ବ୍ୟାଙ୍କ ଗୁଡିକରେ ଜମା ହୋଇଥିବା ୫୦୦ ଏବଂ ୧୦୦୦ଟଙ୍କିଆ ଭାରତୀୟ ନୋଟକୁ ବଦଳ କରିବାର ଖବର ଚର୍ଚ୍ଚା ହୋଇଥିଲା । ମାତ୍ର ନେପାଳର ଅଢେଇ ହଜାର ବ୍ୟବସାୟୀକ ବ୍ୟାଙ୍କ, ବିକାଶ ବ୍ୟାଙ୍କ ଏବଂ ମାଇକ୍ରୋ କ୍ରେଡିଟ୍ ଡେଭଲପମେଂଟ ବ୍ୟାଙ୍କଗୁଡିକରେ ଜମା ହୋଇଥିବା ଧନକୁ ଭାରତରୁ ବଦଳାଇବାର ପ୍ରକ୍ରିୟାକୁ ଏବେ କାର୍ଯ୍ୟକାରୀ କରାଯାଇପାରିନି । ଯାହାର ଫାଇଦା ନେପାଳର ମନି ଏକ୍ସଚେଂଜର ସେଠାକାର ବ୍ୟାଙ୍କ କର୍ମୀଙ୍କ ସହିତ ମିଶି ଉଠାଉଛନ୍ତି ।

ନେପାଳରେ ଜମା ହୋଇଥିବା ଅଚଳ ନୋଟକୁ ଭାରତରୁ ବଦଳ କରିବାର ଗୋଟିଏ ସମସ୍ୟା ହେଲା ନେପାଳରେ ବ୍ୟାପକ ରୂପେ ପ୍ରଚଳିତ ଜାଲ ନୋଟ । ଆରବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ନେପାଳରୁ ଆସୁଥିବା ନୋଟଗୁଡିକରେ ଏହା ଜାଣିବା ମୁସ୍କିଲ ହୋଇପଡିଛି କି ତାହା ଅସଲି ନା ନକଲି । ତେଣୁ ସେ ଯାହା ହେଉନା କାହିକି ଏକଥା ସତ୍ୟ ଅଟେ କି, ଭାରତରେ ଅଚଳ ହୋଇପଡିଥିବା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଏବେ ନେପାଳରେ ୧୦୦ଟଙ୍କାରେ ବିକ୍ରିକରାଯାଉଛି ।