ଆସିଗଲା ଅଚ୍ଛେ ଦିନ ! ଜୁଲାଇ ୧ରୁ ପ୍ରଧାନମନ୍ତ୍ରୀ ବାଂଟିବାକୁ ଯାଉଛନ୍ତି ସ୍ମାର୍ଟଫୋନ, ଜାଣନ୍ତୁ କିପରି ପାଇବେ ଆପଣ

68

ମୋଦି ସରକାର ସବୁବେଳେ ଗରିବଙ୍କ ହିତ ପାଇଁ ପ୍ରୟାସ ରତ । ଦେଶରେ ଗରିବୀ ଭଳି ମହାମାରୀର ମୂଳ ପୋଛ କରିବାକୁ ମୋଦି ସବୁବେଳେ କିଛି ନା କିଛି ନୂଆ ନୂଆ ଯୋଜନାମାନ କାର୍ଯ୍ୟକାରୀ କରିବାରେ ଲାଗିପଡିଛନ୍ତି । ବିଶେଷ କରି ମହିଳାଙ୍କ ପାଇଁ ଉଜ୍ଜ୍ୱଳାଠାରୁ ଆରମ୍ଭ କରି ସମାଜରେ ସେମାନଙ୍କୁ ପୁରୁଷଙ୍କ ଭଳି ସମାନ ସମ୍ମାନ ଦେବାକୁ ମଧ୍ୟ ସର୍ବଦା ଚେଷ୍ଟିତ ଅଛନ୍ତି । ଆଉ ମୋଦିଙ୍କର ଏହି ଯୋଜନାରେ ଉଭୟ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନେ ହିଁ ଅଧିକ ଲାଭବାନ ହୋଇଥାନ୍ତି । ଆଜି ଆମେ ମୋଦି ସରକାରଙ୍କର ଏଭଳି ଏକ ନୂଆ ଯୋଜନା ସଂପର୍କରେ ଜଣାଇବାକୁ ଯାଉଛୁ, ଯେଉଁଥିରେ ୫୦ ଲକ୍ଷ ସ୍ମାର୍ଟଫୋନ ବଂଟା ଯିବାର ବ୍ୟବସ୍ଥା ରହିଛି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ନୂଆ ଯୋଜନା ଆଧାରରେ ୫୦ ଲକ୍ଷ ସ୍ମାର୍ଟଫୋନ ବଂଟାଯିବାର ଯୋଜନା ରହିଛି । ଯାହାକି ୧ ଜୁଲାଇରୁ ଆରମ୍ଭ ହୋଇଯିବ । ଏହାବ୍ୟତୀତ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ସ୍ମାର୍ଟଫୋନ ସହିତ ଏକ ସିମ ମଧ୍ୟ ମାଗଣାରେ ଦିଆଯିବ, ଯେଉଁଥିରେ ୬ ମାସ ଧରି ୧ଜିବି ଡାଟା ପ୍ରତିଦିନ ମିଳିବ ଏବଂ କଲିଂ ବି ଫ୍ରି ରହିବ । ଏହି ଯୋଜନାର ଲାଭ ନେବା ପାଇଁ ବିପିଏଲ କାର୍ଡ ଥିବା ନିହାତି ଜରୁରୀ । ଏଥିସହିତ ହିତାଧିକାରୀଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

ଏହି ଯୋଜନାରେ ଦୁଇ ପ୍ରକାରର ସ୍ମାର୍ଟଫୋନ ରହିଛି । ପ୍ରଥମଟି ହେଲା ମାଇକ୍ରୋମାକ୍ସ ଭାରତ ୪ ମଡେଲର ୧୦ ଲକ୍ଷ ସ୍ମାର୍ଟଫୋନ ଏବଂ ଅନ୍ୟ ୪୦ ଲକ୍ଷ ସ୍ମାର୍ଟଫୋନ ମାଇକ୍ରୋମାକ୍ସ ଭାତର-୨ ରହିଛି । ଏଥିରେ ମହିଳାମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ଭାରତ-୨ ଦିଆଯିବା ବେଳେ ଛାତ୍ରଛାତୀମାନଙ୍କୁ ଭାରତ-୪ ସ୍ମାର୍ଟଫୋନ ପ୍ରଦାନ କରାଯିବ । ତେବେ ଏଥିପାଇଁ ଗାଁର ଜନସଂଖ୍ୟା ଅତି କମରେ ୧ ହଜାର ହୋଇଥିବା ଦରକାର । ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ମହିଳାମାନଙ୍କୁ ୩୦ ଲକ୍ଷ ସ୍ମାର୍ଟଫୋନ, ଛାତ୍ରଛାତ୍ରୀମାନଙ୍କୁ ୧୦ ଲକ୍ଷ ସ୍ମାର୍ଟଫୋନ ଏବଂ ସହରରେ ରହୁଥିବା ମହିଳାମାନଙ୍କ ପାଇଁ ୧୦ ଲକ୍ଷ ସ୍ମାର୍ଟଫୋନ ଦେବାର ଯୋଜନା ରହିଛି ।