ଚିକେନଠାରୁ ମହଙ୍ଗା ହେଉଛି ଅଣ୍ଡା ! ରାଜ୍ୟରେ ହୁଁ ହୁଁ ହୋଇ ବଢି ଚାଲିଛି ଅଣ୍ଡାର ଦର । ଜାଣନ୍ତୁ ଏହାପଛରେ ଥିବା ୫ଟି ପ୍ରମୁଖ କାରଣ

42

ରାଜ୍ୟରେ ଅଣ୍ଡାର ଦର ଏବେ ୭ଟଙ୍କାରେ ପହଂଚିଛି । ସପ୍ତାହକ ମଧ୍ୟରେ ଅଣ୍ଡା ଦରରେ ଏଭଳି ପରିବର୍ତ୍ତନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହାକୁ ନିୟନ୍ତ୍ରଣ କରିବାର କ୍ଷମତା ଏବେ ସରକାରଙ୍କ ନିକଟରେ ନାହିଁ । କାରଣ ଅଣ୍ଡା ପାଇଁ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ମଧ୍ୟ ସେମାନେ ନିୟନ୍ତ୍ରଣ କରୁଛନ୍ତି । ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ଏହି ଦର ଏବେ ଆଗକୁ ବି ମଧ୍ୟ ବଢିପାରେ । ଯାହାକି ୯ରୁ ୧୦ ଟଙ୍କା ହୋଇପାରେ । ବଜାରରେ ପନିବାରର ଦର ବି ରହିଛି ଆକାଶଛୁଆଁ । ଥଣ୍ଡା ବଢିବାର ସ୍ପଷ୍ଟ ପ୍ରଭାବ ଏବେ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଛି । ତେଣୁ ଯାହାକି ବର୍ତ୍ତମାନ ସାଧାରଣ ଲୋକମାନଙ୍କର ଚିନ୍ତାର କାରଣ ବନିଯାଇଛି । ଗତ କିଛି ଦିନ ହେଲା ପରିବାର ଦରକୁ ଦୃଷ୍ଟିରେ ରଖି ଲୋକେ ଅଣ୍ଡାକୁ ଆଦରି ନେଇଥିଲେ ହେଲେ ଅଣ୍ଡା ଦରର ଅହେତୂକ ଅଭିବୃଦ୍ଧିକୁ ଦେଖି ଲୋକେ ଅଣ୍ଡାରେ ବି ହାତ ମାରିବାକୁ ଭୟ କଲେଣି ।

ଟ୍ରେଡର୍ସଙ୍କ କହିବା ଅନୁସାରେ, କୁକୁଡାମାନଙ୍କର ତୁଳନାରେ ଅଣ୍ଡା ଦରରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କାହିଁକି ନା, ଏମାନଙ୍କ କେନ୍ଦ୍ରଦାନଙ୍କର ସଂଖ୍ୟା ଖୁବ୍ ଅଧିକ ରହିଛି । ଏଭଳି ସ୍ଥିତିରେ ଦର ମାମଲାରେ ଚିକେନର ଖୁବ୍ ନିକଟତର ରହିଛି ଅଣ୍ଡା ଦର । ଏପରିକି ଖୁବ୍ ଶୀଘ୍ର ଏହି ଦର ବୃଦ୍ଧି ପାଇବାର ବି ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏକ୍ସପର୍ଟ ଏବଂ ଟ୍ରେଡର୍ସଙ୍କ ଅନୁସାରେ ଅଣ୍ଡାର ଦାମ ବୃଦ୍ଧି ପାଇବାର ୫ଟି ପ୍ରମୁଖ କାରଣ ରହିଛି ଯାହା ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

ଅଣ୍ଡାର ଚାହିଦା ବୃଦ୍ଧି କାରଣରୁ

ଥଣ୍ଡା ବଢିବା ସହିତ ଅଣ୍ଡାର ଦରରେ ପରିବର୍ତ୍ତନ ପ୍ରତିବର୍ଷ ଦେଖାଦେଇଥାଏ । କାରଣ ଏହି ଦିନମାନଙ୍କରେ ମାଂସାହାରୀ ସହିତ ବହୁଳ ମାତ୍ରାରେ ଶାକାହାରୀ ଲୋକମାନେ ବି ଅଣ୍ଡା ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ନ୍ୟାସନାଲ ଏଗ୍ କୋଡିନେସନ କମିଟି ଅନୁସାରେ ଅଣ୍ଡାର ଚାହିଦା ମୁତାବକ ୧୫ ପ୍ରତିଶତର ମୁନାଫା ହୋଇଛି । ଯେବେକି ମାକେର୍ଟ ସୂତ୍ରରେ ଦର୍ଶାଯାଇଥିବା ଡିମାଣ୍ଡରେ ୨୫ ପ୍ରତିଶତରୁ ଅଧିକ ମୁନାଫା ଦର୍ଶାଯାଇଛି ।

ପନିପରିବା ଦରରେ ଅହେତୂକ ଅଭିବୃଦ୍ଧି କାରଣରୁ

ଅଣ୍ଡାର ଚାହିଦା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ହେଉଛି ବଜାରରେ ପରିବା ଦରରେ ଦେଖାଯାଇଥିବା ଅଭିବୃ୍ଦ୍ଧି । ପ୍ରତ୍ୟେକ ପରିବାର ଦାମ ୬୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ଚଡକ ଭଳି ପ୍ରତୀୟ ହୋଇଛି । ପରିବା ଦର ବୃଦ୍ଧି ପାଇବା କାରଣରୁ ଲୋକେ ଅଣ୍ଡାକୁ ବେଶି ଗୁରୁତ୍ୱ ଦେଇଥିଲେ ଆଉ ଯେଉଁଥି ପାଇଁ ଅଣ୍ଡା ଦରରେ ବୃଦ୍ଧି ଘଟିଛି ।

ବିମୁଦ୍ରାକରଣର ପ୍ରଭାବ

ଅଣ୍ଡା ଦରରେ ଦ୍ରୁତ ଗତିରେ ପରିବର୍ତ୍ତନ କାରଣ କେନ୍ଦ୍ରସରକାରର ବିମୁଦ୍ରାକରଣ ନିଷ୍ପତି ବି ହୋଇପାରେ ବୋଲି ଏକ୍ସପର୍ଟ ଯୁକ୍ତି ବାଢିଛନ୍ତି । ନ୍ୟାସନାଲ ଏଗ କୋଡିନେସନ କମିଟିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବିମୁଦ୍ରାକରଣ କାରଣରୁ ଅଣ୍ଡା ଏବଂ କୁକୁଡା ବ୍ୟବସାୟ ଉପରେ ଗଭୀର ପ୍ରଭାବ ପଡିଛି । କାହିଁକି ନା, ଏହାପରେ ଅଣ୍ଡାର ଚାହିଦା କମିବାରେ ଲାଗିଥିଲା । ଯେଉଁଥିପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା ଏବଂ ଏହି କାରଣରୁ ହିଁ ଅଣ୍ଡାର ଚାହିଦା ଅନୁସାରେ ବଜାରରେ ଏଭଳି ପରିସ୍ଥିତି ଦେଖାଦେଇଛି ।

କର୍ଣ୍ଣାଟକ ଏବଂ ତାମିଲନାଡୁରେ ଦେଖାଦେଇଥିବା ପରିସ୍ଥିତି

ଆନ୍ଧ୍ର, ତାମିଲନାଡ଼ୁ ଓ ରାୟପୁରରୁ ଅଣ୍ଡା ଓଡ଼ିଶାକୁ ଆସୁଛି। ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ଦେଶରେ ଜାତୀୟ ଅଣ୍ଡା ସମନ୍ଵୟ ସମିତି ବା ଏନଇସିସି ସଂସ୍ଥା ରହିଛି। ଦେଶରେ ୧୭ଟି ସ୍ଥାନରେ ଏନଇସିସିର ଶାଖା କାର୍ୟ୍ୟାଳୟ ରହିଥିଲେ ହେଁ ଓଡ଼ିଶାର ଏହାର କୌଣସି ଶାଖା ନାହିଁ। ଫଳରେ ବିଜୟଓ୍ଵାଡାସ୍ଥିତ ଏନଇସିସି ଉପରେ ଓଡ଼ିଶାର ଅଣ୍ଡାର ଦର ନିର୍ଭର କରୁଛି। ତେବେ ଗତ କିଛିଦିନ ହେବ ଏନଇସିସି ପକ୍ଷରୁ ଅଣ୍ଡା ଦରରେ ବାରମ୍ବାର ମୁଲ୍ୟ ବୃଦ୍ଧି କରାଯାଇଛି। ଯାହାଫଳରେ ରାଜ୍ୟରେ ଅଣ୍ଡା ଦର ୭ଟଙ୍କାରେ ପହଞ୍ଚିଛି।

କମ ଓଜନର କୁକୁଡାର ବିକ୍ରୀ

ବର୍ତ୍ତମାନ ସ୍ଥିତିରେ କୁକୁଡାଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମିଳିପାରୁନାହିଁ । ଏବଂ ବିଳମ୍ବରେ ଉତ୍ପାଦନ ଆରମ୍ଭ ହେବା କାରଣରୁ ଲୋକଙ୍କର ଚାହିଦା ପୁରଣ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଚାଷୀ ଏବଂ ବ୍ୟବସାୟୀ କମ ଓଜନର କୁକୁଡା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯାହାଦ୍ୱାରା ଏହାର ଅଣ୍ଡା ଚାହିଦା ଏବଂ ସପ୍ଲାଏର ପ୍ରକ୍ରିୟା ପ୍ରଭାବିତ ହୋଇଛି ।