ମହାଭାରତର ମହାଅଭିଶାପ ! ଯାହାର ଏବେବି ରହିଛି ପ୍ରଭାବ

6

ପ୍ରଥମ ଶାପଟି ହେଲା,ଯୁଧିଷ୍ଟିର ନାରୀଙ୍କୁ ଦେଇଥିବା ଅଭଶାପ, ପ୍ରସିଦ୍ଧ ଗ୍ରନ୍ଥ ମହାଭାରତ ଅନୁସାରେ, ଯେବେ ଯୁଦ୍ଧ ସମାପ୍ତ ଘଟିଲା ସେତେବେଳେ ମାତା କୁନ୍ତୀ ପାଣ୍ଡବଙ୍କ ନିକଟରେ ଯାଇ ରାଜର ଖୁଲାସା କରିଥିଲେ କି, କର୍ଣ୍ଣ ହେଉଛି ତାଙ୍କର ଅନ୍ୟ ଏକ ସନ୍ତାନ । ତେବେ ପାଣ୍ଡବଙ୍କୁ ଏକଥା ବହୁତ କଷ୍ଟ ଦେଇଥିଲା ଏବଂ ଯୁଧୀଷ୍ଟିର ବହୁ ରୀତିନୀତିରେ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ଏହି ସମୟରେ ହିଁ ସେ ମାତା କୁନ୍ତୀଙ୍କୁ ତଥା ନାରୀ ଜାତିକୁ ଅଭିଶାପ ଦେଇ କହିଥିଲେ, ‘ଆଜିଠାରୁ କୌଣସି ବି ନାରୀ କୌଣସି ପ୍ରକାରର ଗୋପନୀୟ କଥା ଲୁଚାଇ ରଖିପାରିବ ନାହିଁ’ । ଆଉ ଆପଣ ବି ଏହାର ପ୍ରଭାବ ବିଷୟରେ ଜାଣିପାରୁଥିବେ ନିଶ୍ଚୟ । କି ମହିଳାମାନେ ତାଙ୍କ ମନରେ କୌଣସି ବି କଥା ଗୋପନୀୟ ରଖିପାରନ୍ତି ନାହିଁ ।

ଦ୍ୱିତୀୟ ଅଭିଶାପଟି ହେଲା, ଶ୍ରଙ୍ଗୀ ଋଷିଙ୍କ ପରିକଶିତଙ୍କୁ ଦେଇଥିବା ଅଭିଶାପ, ଯେତେବେଳେ ପାଣ୍ଡବମାନେ ସ୍ୱର୍ଗଲୋକକୁ ଗମନ କଲେ ସେତେବେଳେ ସେମାନେ ରାଜ୍ୟର ଶାସନ ଭାର ଅଭିମନ୍ୟୁଙ୍କ ପୁତ୍ର ପରିକଶିତଙ୍କୁ ହସ୍ତାନ୍ତର କରାଇ ଦେଇଥିଲେ , ତେବେ ରାଜା ପରିକଶିତଙ୍କ ଶାସନକାଳରେ ସମସ୍ତ ପ୍ରଜା ସନ୍ତୁଷ୍ଟ ଥିଲେ ମାତ୍ର ଥରେ ରାଜା ପରିକଶିତ ବନରେ ବିହାର କରୁଥିବା ସମୟରେ ଋଷି ଶ୍ରଙ୍ଗୀଙ୍କ ସହ ତାଙ୍କର ଭେଟ ହୋଇଥିଲା । ଋଷି ଜଣଙ୍କ ନିଜ ତପସ୍ୟାରେ ମଗ୍ନ ଥିଲେ ଆଉ ଏଥିସହ ମଉନ ବ୍ରତ ମଧ୍ୟ ଧାରଣ କରିଥିଲେ, କିନ୍ତୁ ରାଜା ଏକଥା ଜାଣି ନପାରି ଋଷିଙ୍କ ସହ ବାରମ୍ବାର କଥା ହେବାକୁ ପ୍ରୟାସ କରିଥିଲେ ଯେତେବେଳେ ଋଷିଙ୍କ ଆଡୁ କୌଣସି ବି ପ୍ରତିକ୍ରିୟା ମିଳି ନ ଥିଲା ସେତେବେଳେ ସେ ଉତ୍ କ୍ଷିପ୍ତ ହୋଇ ଏକ ମଲା ସାପ ଆଣି ଋଷିଙ୍କ ବେକରେ ପକାଇ ଦେଇଥିଲେ । ଏହାପରେ ଋଷି କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇ କହିଥିଲେ, ‘ଯେ ତାଙ୍କର ମୃତ୍ୟୁ ୭ ଦିନ ମଧ୍ୟରେ ତକ୍ଷକ ନାମକ ନାଗ ସାପର ଦଂଶନରେ ଘଟିବ’ । ତେବେ ରାଜାଙ୍କ ମୃତ୍ୟୁପରେ ସମଗ୍ର ସଂସାରରେ କଳିର ପାର୍ଦୁଭାବ ଦେଖାଦେଇଥିଲା ଯାହାର ପ୍ରଭାବ ଆଜି ମଧ୍ୟ ରହିଛି ।

ତୃତୀୟ ଅଭିଶାପଟି ହେଲା, ଭଗବାନ ଶ୍ରୀକୃଷ୍ଣ ଅଶ୍ୱତଥାମାକୁ ଦେଇଥିବା ଅଭିଶାପ, ମହାଭାରତ ଯୁଦ୍ଧର ଶେଷ ପର୍ଯ୍ୟାୟରେ ଯେତେବେଳେ ଅଶ୍ୱତଥାମା ଛଳନାର ଆଶ୍ରୟ ନେଇ ପାଣ୍ଡବଙ୍କ ପୁତ୍ରଙ୍କୁ ହତ୍ୟା କରିଥିଲା ସେତେବେଳେ ପାଣ୍ଡବଙ୍କ ସହ ଭଗବନ ଶ୍ରୀକୃଷ୍ଣ ଅଶ୍ୱତଥାମାର ପିଛା କରି ମହର୍ଷି ବେଦବ୍ୟାସଙ୍କ ଶିବିରରେ ପହଂଚି ଥିଲେ , ସେଠାରେ ସେମାନଙ୍କ ସାମ୍ନା ଅଶ୍ୱତଥାମାର ବ୍ରହ୍ମାସ୍ତ୍ର ସହ ହୋଇଥିଲା ତେବେ ଏହାକୁ ଟକ୍କର ଦେବାକୁ ଅର୍ଜୁନ ମଧ୍ୟ ନିଜ ବ୍ରହ୍ମାସ୍ତ୍ରର ପ୍ରୟୋଗ କରିଥିଲେ କିନ୍ତୁ ମହର୍ଷି ଉଭୟଙ୍କ ଅସ୍ତ୍ରକୁ ରୋକିବା ସହ ଏହାକୁ ଫେରାଇ ନେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମହର୍ଷିଙ୍କ ନିର୍ଦ୍ଦେଶକ୍ରମେ ଅର୍ଜୁନ ତାଙ୍କ ବ୍ରହ୍ମାସ୍ତ୍ରଟିକୁ ଫେରାଇ ଆଣିଥିବାବେଳେ ଅଶ୍ୱତଥାମାଙ୍କ ନିକଟରେ ଏହି ବିଦ୍ୟା ନଥିଲା ତେଣୁ ସେ ତାଙ୍କ ବ୍ରହ୍ମାସ୍ତ୍ରଟିର ଦିଗ ବଦଳାଇ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭ ଆଡକୁ କରିଦେଇଥିଲା ଆଉ ଏହି ସମୟରେ ଶ୍ରୀକୃଷ୍ଣ ଅଶ୍ୱତଥାମାକୁ ଅଭିଶାପ ଦେଇଥିଲେ କି , ‘ତୁମେ ୩ ହଜାର ବର୍ଷ ପାଖାପାଖି ପୃଥିବୀ ପୃଷ୍ଠରେ ଏଣେତେଣେ ଘୂରିବୁଲିବ, ଏଥିସହ ତୁମ ଶରୀରରୁ ଦୁର୍ଗନ୍ଧ ବାହାରିବା କାରଣରୁ ତୁମେ ମନୁଷ୍ୟ ଜାତିଙ୍କ ମଧ୍ୟରେ ରହିବାରୁ ବଂଚିତ ହେବ ଏବଂ ଦୁର୍ଗମ ଜଙ୍ଗଲରେ ପଡି ରହିବ’ । ତେବେ ଆଜି ବି ଶୁଣିବାକୁ ମିଳିଛି ଅଶ୍ୱତଥାମା ଏବେବି ଜୀବିତ ।

ଚତୁର୍ଥ ଅଭିଶାପଟି ହେଲା, ମାଣ୍ଡଭ୍ୟା ଋଷି ଯମରାଜାଙ୍କୁ ଦେଇଥିବା ଅଭିଶାପ, ମହାଭାରତରେ ମାଣ୍ଡଭ୍ୟ ଋଷିଙ୍କ ବିଷୟରେ ବଣ୍ଣର୍୍ନ୍ନା କରାଯାଇଛି । ଏକଦିନ ଭୁଲ ବଶତଃ ଯମରାଜା ଋଷି ମାଣ୍ଡଭ୍ୟଙ୍କୁ ଜମଦଣ୍ଡ ଦେବାକୁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୀର୍ଘ ସମୟ ଧରି ଫାଶିରେ ଝୁଲିବା ପରେ ବି ଯେତେବେଳେ ଋଷିଙ୍କ ମୃତ୍ୟୁ ହୋଇନଥିଲା ସେତେବେଳେ ଯମଙ୍କୁ ନିଜ ଭୁଲ ବୁଝିପାରିଥିଲେ । ସଙ୍ଗେ ସଙ୍ଗେ ନିଜର ଭୁଲ ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଏଥିରେ ଋଷି ତାଙ୍କୁ ଅଭିଶାପ ଦେଇ ଥିଲେ କି, ‘ତୁମେ ଶୁଦ୍ରମୁନିଦାସି ଅର୍ଥାତ ବିଦୁରଙ୍କ ରୂପରେ ଜନ୍ମ ନେବାକୁ ପଡିଥିଲା’ । ଆଉ ଆଜି ବି ଏହାର ମହତ୍ୱ ରହିଛି ।

ପଂଚମ ତଥା ଶେଷ ଅଭିଶାପଟି ହେଲା, ଉର୍ବଶ୍ରୀ ଅର୍ଜୁନଙ୍କୁ ଦେଇଥିବା ଅଭିଶାପ, ମହାଭାରତରେ ଅର୍ଜୁନ ବିଦ୍ୟାସ୍ତ୍ର ପାଇବା ଆଶାରେ ସ୍ୱର୍ଗ ଲୋକକୁ ଯାଇଥିଲେ ଆଉ ସେଠାରେ ଅପ୍ସରା ଉର୍ବଶ୍ରୀ ତାଙ୍କ ପ୍ରତି ଆକର୍ଷିତ ହୋଇପଡିଥିଲେ ଯେତେବେଳେ ଏସଂପର୍କରେ ସେ ଅର୍ଜୁନଙ୍କ ଜଣାଇଥିଲେ ସେତେବେଳେ ଅର୍ଜୁନ ତାଙ୍କୁ ନିଜ ମାଆଙ୍କ ସହ ତୁଳନା କରିଥିଲେ । ଏଥିରେ କ୍ରୋଧିତ ହୋଇ ସେ ଅର୍ଜୁନଙ୍କୁ ଅଭିଶାପ ଦେଇଥଲେ କି, ‘ତୁମେ ନପୁଂସକ ହୋଇଯିବ ତଥା ସ୍ତ୍ରୀ ଲୋକଙ୍କ ମଧ୍ୟରେ ତୁମେ ନାରୀ ବେଶରେ ରହିବାକୁ ପଡିବ’ । ଯାହାର ପ୍ରଭାବ ସଂପର୍କରେ ପ୍ରାୟତଃ ଆପଣଙ୍କୁ ଜଣା ଥିବ ।

Comments are closed.