ପ୍ରତିଟି ଇଂଟରଭ୍ୟୁରେ ପଚରା ଯାଇଥାଏ ଏହି ୫ଟି ପ୍ରଶ୍ନ ! ଏଭଳି ଦିଅନ୍ତୁ ଉତ୍ତର

81

ସାଧାରଣତଃ ଇଂଟରଭ୍ୟୁ ବା ସାକ୍ଷାତକାରକୁ କୌଣସି ସଂସ୍ଥା ବା ପ୍ରତିଷ୍ଠାନରେ ପ୍ରବେଶ କରିବାର ମୁଖଶାଳ ବୋଲି କୁହାଯାଏ । କୌଣସି କଂପାନୀରେ ନିଯୁକ୍ତି ମିଳିବା ପୂର୍ବରୁ ପ୍ରଥମେ ଆବେନକାରୀଙ୍କର ଇଂଟରଭ୍ୟୁ କରାଯାଇଥାଏ । ଯେଉଁଥିରେ ଉକ୍ତ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନମାନ କରାଯାଇଥାଏ । ତେବେ ଏହି ସମୟରେ ସମସ୍ତଙ୍କୁ ଅଜଣା ଥାଏ ଯେ, ନିଯୁକ୍ତିଦାତା ସେମାନଙ୍କୁ କେଉଁ ପ୍ରସଙ୍ଗରେ ଏବଂ କିଭଳି ପ୍ରଶ୍ନ ପଚାରିପାରନ୍ତି । ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ସାଧାରଣ ପ୍ରଶ୍ନ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକୁ ପ୍ରାୟତଃ ଅଧିକାଂଶ ଇଂଟରଭ୍ୟୁରେ ଆଶାୟୀପ୍ରାର୍ଥୀଙ୍କୁ ପ୍ରଶ୍ନ କରାଯାଇଥାଏ । ଆସନ୍ତୁ ଜାଣିବା ଏହି ୫ଟି ପ୍ରଶ୍ନ ଯାହା ଅଧିକାଂଶ ଇଂଟରଭ୍ୟୁମାନଙ୍କରେ ସବୁଠାରୁ ଅଧିକ ପଚରାଯାଇଥାଏ ।

ନିଜ ବିଷୟରେ କିଛି କୁହନ୍ତୁ- ଏହି ପ୍ରଶ୍ନଟିର ଉତ୍ତର ଦେବା ପୂର୍ବରୁ ଆପଣଙ୍କୁ ଜଣାଥିବା ଦରକାର କି, ଆପଣଙ୍କୁ ପଚରା ଯାଇଥିବା ପ୍ରଶ୍ନଟି କେଉଁ ଉଦ୍ଦେଶ୍ୟରେ କରାଯାଇଛି ଓ ଏହା ବ୍ୟକ୍ତିଗତ ଥିଲା ନା ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ । ତେବେ ଏହାର ଉତ୍ତରରେ ଆପଣ ଆପଣଙ୍କର ନେଚର, ହବି ଏବଂ ବ୍ୟାକଗ୍ରାଉଣ୍ଡ ସଂପର୍କରେ ମଧ୍ୟ କହିପାରିବେ ।

ଚାକିରୀ କାଳରେ ହଠାତ୍ ଯଦି କୌଣସି ବଡ ଚ୍ୟାଲେଜ୍ ଆସେ ତେବେ ଆପଣ ତାକୁ କିଭଳି ସାମ୍ନା କରିବେ – ଏହି ପ୍ରଶ୍ନର ଉତ୍ତରରେ ଆପଣ କହିପାରିବେ କି, ଯଦି ସେଭଳି କୌଣସି ପରିସ୍ଥିତି ଆସେ ତେବେ ସେ ସମୟରେ ମୁଁ ତରବରିଆ କିମ୍ବା କୌଣସି ଚାପରେ ନରହି ନିରପେକ୍ଷ ଭାବେ ନିଷ୍ପତ୍ତି ନେବି ଯାହାଦ୍ୱାରା କି କଂପାନୀର ଲାଭ ହୋଇପାରିବ । ଏଥିସହିତ ନିଜକୁ ଯାହା ଠିକ୍ ଲାଗିବ ଆଉ ଯାହାଦ୍ୱାରା ବର୍ତ୍ତମାନ କି ଭବିଷ୍ୟତରେ କଂପାନୀର କୌଣସି ପ୍ରକାରେ କ୍ଷତି ନଘଟେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ଚାହିଁବି ।

କାହିଁକି ନୁଆ ଚାକିରୀ ଖୋଜୁଛନ୍ତି- ଏହାର ଜବାବରେ ଆପଣ ପୂର୍ବ କଂପାନୀର ବସ୍ କିମ୍ବା କଂପାନୀର ସମାଲୋଚନା କରିବା ଆଦୌ ଅନୁଚିତ । ଆପଣ କହିପାରିବେ କି, ଆପଣ ନୁଆ ଚ୍ୟାଲେଜ୍ ଖୁବ୍ ପସନ୍ଦ ଆଉ ଯେଉଁଠି ମୁଁ ନିଜ ପ୍ରତିଭାକୁ ଭଲଭାବରେ ଉପଯୋଗ କରିପାରିବି ।

ସମସ୍ୟାକୁ ଆପଣ କିଭଳି ହ୍ୟାଣ୍ଡେଲ କରନ୍ତି- ଏହି ପ୍ରଶ୍ନର ଉତ୍ତରରେ ଆପଣ କହିପାରିବେ କି, ପ୍ରତ୍ୟେକଟି କାମରେ କିଛି ନା କିଛି ସମସ୍ୟା ରହିଥାଏ ମାତ୍ର ଏଭଳି ପରିସ୍ଥିତିରେ ମୁଁ ଅଧର୍ଯ୍ୟ ନହୋଇ ସ୍ଥିରମନା ହୋଇ ସାମ୍ନା କରିଥାଏ । ଏଥିସହିତ ଆବଶ୍ୟକ ପଡିଲେ ବି ଅନ୍ୟଙ୍କ ପରାମର୍ଶ ଲୋଡିଥାଏ । କାରଣ, ମୋ ମତରେ ସମସ୍ୟା ଅଧିକରୁ ଅଧିକ କାମ କରିବାକୁ ପ୍ରୋତ୍ସାହନ ଦେଇଥାଏ ଆଉ ଡେଡଲାଇନ୍ କାମ ଉପରେ ଫୋକସ୍ କରାଇଥାଏ ।

ଆପଣଙ୍କର ସବୁଠାରୁ ବଡ ଦୁର୍ବଳତା- ପ୍ରଶ୍ନଟି ଯଦିଓ ଟିକିଏ ଜଟିଳ ଥାଇପାରେ ମାତ୍ର ଏହାର ଉତ୍ତର ଆପଣ ଅତି ସାଧାରଣ ଭାବେ ଦେଇପାରିବେ । ଏହି ସମୟରେ ଆପଣ ଆପଣଙ୍କର କୌଣସି କ୍ୱାଲିଟିକୁ ଦୁର୍ବଳତା ଭଳି ପ୍ରକାଶ କରିପାରିବେ, ଯେପରିକି ଆପଣ କହିପାରିବେ, ମୁଁ ବହୁତ ପରଫେକ୍ସନିଷ୍ଟ । ତେଣୁ ମୋତେ ସେ ପର୍ଯ୍ୟନ୍ତ ଖୁସି ମିଳି ନଥାଏ ଯେପର୍ଯ୍ୟନ୍ତ ମୁଁ ମୋ କାମରେ ସଫଳତା ହାସଲ ନକରିପାରିିଛି ।

ସୌଜନ୍ୟ- ଏନଡିଟିଭି ନ୍ୟୁଜ୍