ସାବଧାନ ! ଆପଣଙ୍କ ସ୍ମାର୍ଟଫୋନ ପାଇଁ ଘାତକ ଅଟେ ୫ଟି ଆପ, ଯେଉଁଥିରେ ହ୍ୱାଟସଆପ ଓ ଫେସବୁକ୍ ବି ସାମିଲ

33

ଯଦି ଆପଣ ଆପଣଙ୍କର ମୋବାଇଲକୁ ସବୁଦିନ ପାଇଁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଏବଂ ଆଶା ରଖୁଛନ୍ତି କି ଆପଣଙ୍କର ଫୋନର ବ୍ୟାଟେରୀ ଦୀର୍ଘ ସମୟ ଧରି ଚାଲୁ ରହୁ ବୋଲି ତେବେ ଆପଣଙ୍କୁ ୫ଟି ଏଭଳି ଆଣ୍ଡ୍ରଏଡ ଆପକୁ ନିଜ ମୋବାଇଲରୁ ତୁରନ୍ତ ହଟାଇବାକୁ ପଡିବ । ଯେଉଁଥିରେ ଫେସବୁକ ଓ ହ୍ୱାଟସଆପ ଭଳି ଲୋକପ୍ରିୟ ଆପ ବି ସାମିଲ ରହିଛି । ତେବେ ଏକଥା ଆମେ କହୁ ନାହୁଁ ବରଂ ଏଭିଜି ନାମକ ଏକ ଆଂଟିଭାଇରସ ସଫ୍ଟଓୟାର ନିର୍ମାଣ କରୁଥିବା କଂପାନୀ ଯୁକ୍ତି କରିଛି । ଏଭିଜି ନିକଟରେ ଏସବୁ ଆପଗୁଡିକର ତାଲିକା ଜାରି କରିଛି ଯେଉଁଥିରେ ସବୁଠାରୁ ଅଧିକ ବ୍ୟାଟେରୀ ହଜମ କରିଦେଉଥିବା ଆପଗୁଡିକର ନାଁ ରହିଛି । ଯାହାକି ଖୁବ୍ ଲୋକପ୍ରିୟ । ଏଭିଜି ସୂଚନା ମୁତାବକ, ଏହିସବୁ ଆପଦ୍ୱାରା ଅଧିକ ବ୍ୟାଟେରୀ ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଆପଗୁଡିକ ସଂପର୍କରେ ।

ଫେସବୁକ

ସାଧାରଣ ଫେସବୁକକୁ ଆପଣ ଆପଣଙ୍କ ଫୋନରୁ ହଟାଇ ପାରିବେ ନାହିଁ ହେଲେ ଫେସବୁକ ଜାଗାରେ ଆପଣ ଫେସବୁକ୍ ଲାଇଟର ବ୍ୟବହାର କରିପାରିବେ । କାରଣ, ଏହାଦ୍ୱାରା ବ୍ୟାଟେରୀ କମ ସରିଥାଏ ଏବଂ ଏହା ଫେସବୁକ୍ ଭଳି ବି କାମ କରିଥାଏ ।

ଲକର ଏବଂ ସିକ୍ୟୁରିଟି ଆପ

ବ୍ୟାଟେରୀ ଏବଂ ଡାଟା ହଜମ କରବାରେ ସିକ୍ୟୁରିଟି ଏବଂ ଆପ ଲକର ରହିଛନ୍ତି ସବୁଠାରୁ ଶୀର୍ଷରେ । କାରଣ, ଆଂଟିଭାଇରସ ବାଲା ଆପ ଲଗାତର ଭାବରେ ଫୋନକୁ ସ୍କାନ କରିଥାନ୍ତି, ଯେଉଁ କାରଣରୁ ବ୍ୟାଟେରୀ ଖୁବ୍ ଶୀଘ୍ର ହିଁ ଶେଷ ହୋଇଯାଇଥାଏ ।

ଓଏଲଏକ୍ସ

ବିଶେଷ କରି ଓଏଲଏକ୍ସ ଏବଂ କ୍ୱିକର ଭଳି ମାଗଣା କ୍ଲାସିଫାଏଡ ଆପ ଫୋନର ବ୍ୟାଟେରୀ ବହୁତ ବରବାଦ କରିଥାନ୍ତି । ଏହି ଆପଗୁଡିକ ଲଗାତର ଭାବେ ଆପଣଙ୍କର ଲୋକେସନକୁ ଟ୍ରାକ୍ କରିଥାନ୍ତି । ଯଦି ଆବଶ୍ୟକତା ନାହିଁ ତେବେ ଏଭଳି ଆପଗୁଡିକୁ ତୁରନ୍ତ ଆପଣଙ୍କ ମୋବାଇଲରୁ ହଟାଇ ଦିଅନ୍ତୁ ।

ହ୍ୱାଟସଆପ

ହ୍ୱାଟସଆପ ବିନା ଆପଣ ବୋଧହୁଏ ରହିନପାରନ୍ତି ହେଲେ ଆପଣ ଜାଣି ଚକିତ ହେବେ କି ହ୍ୱାଟସଅପ କାରଣରୁ ଫୋନର ବ୍ୟାଟେରୀ ଅଧିକ ମାତ୍ରାରେ ଖର୍ଚ୍ଚ ହୋଇଥାଏ ।