ଇନସ୍ୟୁରାନ୍ସ କରିଛନ୍ତି କି? ତେବେ ଜାଣିରଖନ୍ତୁ ଏହି ୩ଟି ମୁଖ୍ୟ କାରଣରୁ କଂପାନୀ ରିଜେକ୍ଟ କରିପାରେ ଆପଣଙ୍କ କ୍ଲେମ୍?

26

ସାଧାରଣତଃ ଲୋକେ ଇନସ୍ୟୁରାନ୍ସ ପଲିସି ଏଥିପାଇଁ କରିବାକୁ ବେଶି ପସନ୍ଦ କରନ୍ତି କାହିଁକି ନା ଆବଶ୍ୟକତା ସମୟରେ କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ଯେପରି ନପଡେ । ଯଦି ଆପଣଙ୍କର କୌଣସି ଦୁର୍ଘଟଣା ଘଟେ ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆପଣଙ୍କର ଅଧିକାଂଶ ଖର୍ଚ୍ଚ ଇନସ୍ୟୁରାନ୍ସ କଂପାନୀ ହିଁ ଉଠାଇଥାଏ । ତେଣୁ ପଲିସି ନେବା ସମୟରେ କଂପାନୀଙ୍କୁ କୌଣସି କଥା ବା ତଥ୍ୟ ଲୁଚାଇବା ଆଦୌ ଉଚିତ ନୁହେଁ ବୋଲି କିଛି ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

କାରଣ ଏଭଳି କରିବା ଦ୍ୱାରା ଭବିଷ୍ୟତରେ ଆପଣଙ୍କର କ୍ଲେମ କରିବାରେ ସମସ୍ୟା ଉପୁଜିପାରେ । ଏଥିସହିତ ଏଭଳି ପରିସ୍ଥିତିରେ ଇନସ୍ୟୁରାନ୍ସ କଂପାନୀ ଆପଣଙ୍କ କ୍ଲେମକୁ ଖାରଜ ମଧ୍ୟ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାଉଛୁ କି କେଉଁ ପରସ୍ଥିତିରେ ଆପଣଙ୍କର ଇନସ୍ୟୁରାନ୍ସ କ୍ଲେମ ହୋଇପାରେ ଖାରଜ ।

ଯଦି ଆପଣଙ୍କର କ୍ଲେମ ସଠିକ୍ ବା ଯୁକ୍ତି ଯୁକ୍ତ ଥିବ ତେବେ କଂପାନୀ ଆପଣଙ୍କର କ୍ଲେମକୁ କଦାଚିତ କସ୍ମିନ କାଳେ ଅସ୍ୱୀକାର କରିପାରିବ ନାହିଁ ଅର୍ଥାତ୍ ଯଦି ଆପଣ ପଲିସି ନେବା ସମୟରେ କଂପାନୀ ଅଧିକାରୀଙ୍କୁ ସଠିକ୍ ତଥ୍ୟ ନଦିଅନ୍ତି ତେବେ ଆପଣ କ୍ଲେମ ନେବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେହିପରି ବୀମା ପଲିସି ଦେବା ପୂର୍ବରୁ କଂପାନୀ ଆପଣଙ୍କର ମେଡିକାଲ ଚେକଅପ କରିଥାଏ । ଯଦି ଏହି ସମୟରେ ଯାଂଚରେ କୌଣସି ବି ରୋଗ ସାମ୍ନାକୁ ଆସେ ତେବେ କଂପାନୀ ଆପଣଙ୍କ ପ୍ରିମିୟମ ବୃଦ୍ଧି କରିପାରେ ନଚେତ୍ ଆପଣଙ୍କୁ ପଲିସି ଦେବାରେ ମନା ମଧ୍ୟ କରିପାରେ ।

ସେହିପରି ଯଦି ପଲିସି ନେବା ସମୟରେ ପଲିସିଧାରକ ନିଜର କୌଣସି ଗମ୍ଭୀର ରୋଗକୁ ଗୋପନୀୟ ରଖୁଛନ୍ତି ଏବଂ ଯେଉଁ କାରଣରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଏହାମଧ୍ୟ ଆପଣଙ୍କ କ୍ଲେମ ଖାରଜ ହେବାର କାରଣ ହୋଇପାରେ । କାହିଁକି ନା, କଂପାନୀ ଅଧିକାରୀ ଏହା ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରିଥାନ୍ତି କି ଆପଣଙ୍କ ମୃତ୍ୟୁକେଉଁ କାରଣରୁ ହୋଇଛି ଏବଂ ଏହାର ସୂଚନା ଆପଣ ଫର୍ମରେ ଦେଇଛନ୍ତି କି ନାହିଁ ।