ମେସିନ୍ ନେଉଛି ମଣିଷ ଚାକିରୀ ! ବ୍ୟାଙ୍କିଂ ସେକ୍ଟରରେ ପାଂଚ ବର୍ଷରେ କମିବ ୩୦ ପ୍ରତିଶତ କର୍ମନିୟୋଜନ

26

ବ୍ୟାଙ୍କରେ ନିଜର ଭବିଷ୍ୟତ ଗଢିବାକୁ ଇଚ୍ଛା ରଖିଥିବା ଯୁବପିଢୀଙ୍କ ପାଇଁ ଏକ ନୈରାଶଜନକ ଖବର । କାରଣ ଆଗାମୀ ୫ ବର୍ଷ ଭିତରେ ବ୍ୟାଙ୍କିଂ କ୍ଷେତ୍ରରେ ବନ୍ଦ ହୋଇପାରେ ପାଖାପାଖି ୩୦ ପ୍ରତିଶତ ଚାକିରୀ । ଏକଥା ଆମେ କହୁନାହୁଁ ବରଂ ଏଭଳି ସାଘାଂତିକ ସୂଚନା ଦେଇଛନ୍ତି ଖୋଦ୍ ସିଟିବ୍ୟାଙ୍କର ପୂର୍ବତନ ସିଇଓ ବିକ୍ରମ ପଣ୍ଡିତ ।

ବ୍ୟାଙ୍କିଂ ବ୍ୟବସ୍ଥାରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଶ୍ରୀଯୁକ୍ତ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି । ବ୍ୟାଙ୍କିଂ ସିଷ୍ଟମରେ ନୂତନ କୌଶଳର ପ୍ରୟୋଗର ଦ୍ରୁତ ଗତିରେ ଅଭିବୃଦ୍ଧି କାରଣରୁ ଆଗାମୀ ୫ ପାଂଚ ବର୍ଷ ଭିତରେ ପାଖାପାଖି ୩୦ ପ୍ରତିଶତ ଚାକିରୀ ଶେଷ ହୋଇଯିବ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀଯୁକ୍ତ ପଣ୍ଡିତ କହିଛନ୍ତି ।

ସେ କହିଛନ୍ତି ଯେ, ଯେଉଁଭଳି ଭାବରେ ବ୍ୟାଙ୍କମାନଙ୍କରେ ରୋବୋଟ୍ ଏବଂ ଅଟୋମେଟିକ୍ ମେସିନାରୀ ଭଳି ବ୍ୟବସ୍ଥାର ପ୍ରୟୋଗ ହେବାରେ ଲାଗିଛି, ସେହି ହିସାବରେ ଚାକିରୀ ଉପରେ ଏହାର ଗଭୀର ପ୍ରଭାବ ପଡିପାରେ ତଥା ଚାକିରୀ ସଂଖ୍ୟା ହ୍ରାସ ପାଇପାରେ ।

ତେବେ ଏହା ପ୍ରଥମ ଘଟଣା ନୁହେଁ କି ବ୍ୟାଙ୍କିଂ କ୍ଷେତ୍ରରେ ଚାକିରୀର ହ୍ରାସତାକୁ ନେଇ କେହି ଏଭଳି ପ୍ରକାରରେ ବୟାନବାଜି ଦେଇଛନ୍ତି । ଏହାପୂର୍ବରୁ ବି ବିସିଜି ଗ୍ରୁପର ସୌରଭ ତ୍ରିପାଠୀ କହିଥିଲେ କି, ବ୍ୟାଙ୍କମାନଙ୍କରେ ଛୋଟ ସ୍ତର, ଯେପରିକି ଡାଟା ଏଂଟ୍ରି ପଦବୀ ଯାଏଁ ଚାକିରୀ ଆଦି ମେସିନ୍ ଏବଂ ନୂତନ ଟେକ୍ନୋଲୋଜିର ଆସିବା ଦ୍ୱାରା ବନ୍ଦ ହୋଇପାରେ ।

ଜାତୀୟ ଗଣମାଧ୍ୟମ ବିଜନେସ ଟୁଡେରେ ପ୍ରକାଶିତ ଖବର ମିତାବକ, ସୌରଭ କହିଥିେଯେ, ସେହି ସମସ୍ତ କାର୍ଯ୍ୟ ଯାହାକି ଆଂଟିଫିସିଆଲ୍ ଇଂଟେଲିଜେନ୍ସ, ରୋବୋଟିକ୍ସ ଏବଂ ନାଚୁରାଲ୍ ଲାଙ୍ଗୁଏଜରେ ହୋଇଥାଏ ତାହାକୁ ଏବେ ତ୍ୱରାନ୍ୱିତ ହେବାକୁ ଯାଉଛି ।

ଏଠାରେ ଆମେ କହିରଖୁଛୁ କି, ବ୍ୟାଙ୍କିଂ ସେକ୍ଟରରେ ଲଗାତର ଭାବେ ଇନୋଭେସନ ଏବଂ ନୂତନ ଟେକ୍ନୋଲୋଜି ସହାୟତାରେ କାମକୁ ଆହୁରୀ ସହଜ କରିବା ପାଇଁ ପ୍ରୟାସ କରାଯାଉଛି । ବ୍ୟାଙ୍କରେ ଡାଟା ଏଂଟ୍ରି, ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଫର୍ମ ଭରଣ କରିବା ଭଳି କାମକୁ ଅନଲାଇନ କିମ୍ବା ମେସିନ୍ ଦ୍ୱାରା ହିଁ କରାଯାଇପାରିବ । ଯାହାର ପ୍ରଭାବ ବ୍ୟାଙ୍କ କର୍ମଚାରୀମାନଙ୍କ ସଂଖ୍ୟା ଉପରେ ପଡିପାରେ ।