ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ ଜେଲ୍ । ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

99

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ କାଳ ଜେଲ । ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସହ କୌଣସି ବି ପ୍ରକାରର ଅସମ୍ମାନ ଏବେ ମହଙ୍ଗା ପଡିବ । କାରଣ ମହିଳାଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ତରଫରୁ କଠୋର ନିୟମ ପ୍ରଣୟନ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସହ କୌଣସି ପ୍ରକାରର ଅସଦାଚରଣ ତଥା ଦୁର୍ବ୍ୟବହାର କରିବା ଦ୍ୱାରା ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । ରେଳ ସୁରକ୍ଷା ବଳ ( ଆରପିଏଫ) ତରଫରୁ ରେଲୱେ ନିୟମାବଳୀରେ ନୂଆ ନିୟମ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ନିର‌୍ୟାତନା ତଥା ଅପରାଧକୁ ଦୃଢ ଭାବରେ ଦମନ କରାଯାଇପାରିବ ।

ଆରପିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯଦି ରେଲୱେ ଆକ୍ଟରେ ସଂଶୋଧନକୁ ମଂଜୁରୀ ମିଳିଯାଏ ତେବେ ଏହା ଭାରତୀୟ ଦଣ୍ଡ ସଂହିତା ଆଇପିସିଠାରୁ ଅଧିକ ତଥା କଠୋର ଦଣ୍ଡବିଧାନ ହେବ । କାରଣ ଆଇପିସିରେ ଏକ ବର୍ଷ କାଳ ଦଣ୍ଡାବିଧାନର ନିୟମ ରହିଛି । ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ କୌଣସି ଟ୍ରେନରେ ମହିଳାଙ୍କ ସହ ଅସଦାଚରଣ କିମ୍ବା ଆକ୍ରମଣ ଭଳି ଘଟଣା ଘଟେ, ସେତେବେଳେ ଆମକୁ ଏଥିପାଇଁ ଜିଆରପିର ସହାୟତା ନେବାକୁ ପଡିଥାଏ ।

ଅଧିକାରୀଙ୍କ କହିବା ମୁତବାକ, ରେଲୱେ ଆକ୍ଟରେ ଏଭଳି ଅପରାଧକୁ ଦମନ କରିବାକୁ ନିୟମ ପ୍ରଣୟନ କରାଯାଇନାହିଁ । ଆମେ ଯେଉଁ ପ୍ରସ୍ତାବ ଦେଇଛୁ , ସେଥିରେ ଆମେ ଖୁବ୍ ଶୀଘ୍ର ହିଁ କାର‌୍ୟ୍ୟାନୁଷ୍ଠାନ ନେଇ ପାରିବୁ । ଏଥିସହିତ ହିଁ ଆରକ୍ଷିତ ବଗିରେ ଯାତ୍ରା କରୁଥିବା ପୁରୁଷଙ୍କ ବିରୋଧରେ ଜରିମାନା ୫୦୦ରୁ ୧୦୦୦ ଟଙ୍କା କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।