ମୋବାଇଲ ୟୁଜର୍ସଙ୍କ ପାଇଁ ବଢିଲା ସମସ୍ୟା ! ଟେଲିକମ୍ କଂପାନୀଙ୍କ ଭବିଷ୍ୟବାଣୀ, ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦ ହେବ ଆପଣ ବ୍ୟବହାର କରୁଥିବା ଫୋନ ନମ୍ବର

30

୪ଜି ଇଂଟରନେଟ୍ ସେବା ଓ ହାଇ ସ୍ପିଡ ଇଂଟରନେଟ୍ ସେବା ଏବଂ ବଜାରରେ ବୃଦ୍ଧି ପାଉଥିବା ପ୍ରତିଦ୍ୱନ୍ଦିତାକୁ ଦୃଷ୍ଟିରେ ରଖି ଟେଲିକମ କଂପାନୀମାନେ ଗ୍ରାହକଙ୍କୁ ପ୍ରଲୋଭିତ କରିବା ପାଇଁ ଶସ୍ତା ଇଂଟରନେଟ୍ ସେବା ଏବଂ କଲ ପ୍ୟାକ୍ ଭଳି ବିଭିନ୍ନ ଆକର୍ଷଣୀୟ ଅଫରମାନ ଭେଟିଦେବାରେ ଲାଗିପଡିଛନ୍ତି । ଯାହାଦ୍ୱାରା ଅନୁମାନ କରାଯାଉଛି କି ୨୦୧୯ ସୁଦ୍ଧା ଭାରତରେ ୨ଜି ଇଂଟରନେଟ୍ ସେବା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ।

ସାଇବରମିଡିଆ ରିସର୍ଚ୍ଚ ତଥା ସିଏମଆର ଦ୍ୱାରା ଜାରି କରାଯାଇଥିବା ଏକ ଆକଳନ ଅନୁସାରେ, ଜୁନ୍ ୨୦୧୯ସୁଦ୍ଧା ସାରା ଭାରତରେ ୨ଜି ନେଟୱର୍କ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯିବ । ସିଏମଆରର ରିପୋର୍ଟ ଅନୁସାରେ, ଏଯାବତ୍ ଅନୁମାନ କରାଯାଉଛି କି, ଦେଶରେ ୨ଜି ମୋବାଇଲ ଇଂଟରନେଟର ୨୦୨୨ ସୁଦ୍ଧା ଉପଲବ୍ଧ ରହିବାର ଅନୁମାନ କରାଯାଉଥିଲା ମାତ୍ର ଇଂଟରନେଟ୍ ପ୍ରତି ଲୋକଙ୍କର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବହୁଳମାତ୍ରାର ଲୋକେ ହାଇ-ସ୍ପିଡ ଡାଟାର ବ୍ୟବହାର କରିବା ଆରମ୍ଭ କରିଦେଲେଣି । ଯାହାଦ୍ୱାରା ୨ଜି ସେବା ବର୍ତ୍ତମାନ ବିଲୟ ହେବାକୁ ବସିଛି ।

ରିପୋର୍ଟ ଅନୁସାରେ, ସ୍ମାର୍ଟଫୋନ ଆସିବା ଦ୍ୱାରା ଏବଂ ଟେଲିକମ କଂପାନୀଙ୍କ ଦ୍ୱାରା ଆଂଟି-ଲେବୁଲ ସ୍ମାର୍ଟଫୋନ ପାଇଁ ବହୁ ମାତ୍ରାରେ ଡାଟା ଅଫର ଦିଆଯିବା କାରଣରୁ ୪ଜି ସେବାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଆଉ ମାତ୍ର କିଛି ଦିନ ପରେ ୨ଜି ଇଂଟରନେଟ୍ ସେବା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇପାରେ ।