‘୨୫ ଜୁନ୍’ ! ଗୋଟିଏ ତାରିଖ ଯାହା ଦୁଇଥର ଲେଖିଲା ଭାରତୀୟ କ୍ରିକେଟର ଇତିହାସ

49

ଜୁନ୍ ୨୫ ତାରିଖ ଭାରତୀୟ କ୍ରିକେଟ୍ ଇତିହାସରେ ବହୁତ ବିଶେଷ ଦିନ ଅଟେ । ଏହି ଦିନରେ ଭାରତୀୟ କ୍ରିକେଟ୍ ଦଳ ରଚିଥିଲା ଇତିହାସ । ଏହି ଦିନରେ ଟିମ୍ ଇଣ୍ଡିଆ ୱାନଡେ ଓ ଟେଷ୍ଟ ଦୁଇଟି ଯାକ ମ୍ୟାଚକୁ ସ୍ୱର୍ଣ୍ଣାକ୍ଷରରେ ଅମର କରିଦେଇଥିଲା । ଦୁଇଟି ଭିନ୍ନ ଭିନ୍ନ ବର୍ଷରେ ଆଉ ଗୋଟିଏ ତାରିଖରେ ହିଁ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।

୧୯୮୩, ଜୁନ୍ ୨୫ ତାରିଖ ଦିନ କପିଲ୍ ଦେବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରିକେଟର ସବୁଠାରୁ ବଡ ମୁକୁଟକୁ ନିଜ ନାଁରେ କରିବାରେ ସଫଳ ହୋଇପାରିଥିଲେ । ୩୪ ବର୍ଷ ପୂର୍ବରୁ ଏହି ଦିନରେ ଭାରତ ପ୍ରଥମ ଥରପାଇଁ ଆଇସିସି ୱାଲ୍ଡ କପ ନିଜ ନାଁରେ କରିଥିଲା । କ୍ରିକେଟ୍ ଜଗତର ଜନ୍ମସ୍ଥଳୀ କୁହାଯାଉଥିବା ଇଂଲଣ୍ଡର ଲର୍ଡସ ମଇଦାନରେ ଭାରତ ୱେଷ୍ଟଣ୍ଡିଜକୁ ୪୩ ରନରେ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଥିଲା ।

ଏହି ବିଜୟ କ୍ରିକେଟକୁ ଭାରତରେ ଏକ ଧର୍ମ ଭାବରେ ପରିଚୟ ଦେଲା । ଲୋକେ ଖେଳାଳିମାନଙ୍କୁ ଭଗବାନ ଭଳି ପୂଜାକରିବାକୁ ଲାଗିଲେ ଏବଂ କ୍ରିକେଟ୍ ଖେଳ ପ୍ରତି ଲୋକଙ୍କ ପାଗଳାମୀ ବଢିବାକୁ ଲାଗିଲା । ମୋଟ ଉପରେ କହିବାକୁ ଗଲେ ସେହିଦିନଠାରୁ ହକିର ଜମାନା ଶେଷ ହୋଇ କ୍ରିକେଟର ଜମାନା ଆରମ୍ଭ ହୋଇଥିଲା ।

ଅନ୍ୟପଟେ, ଏହି ଦିନଟିରେ ହିଁ ଭାରତରେ କ୍ରିକେଟର ଜନ୍ମ ହୋଇଥିଲା । ଏହି ଦିନରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଭାରତରେ ଅବତାର ନେଲା ଏବଂ ଲର୍ଡସର ମଇଦାନରେ ଭାରତ ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲା । ଏହି ଦିନରେ ସିକେ ନାୟୁଡୁଙ୍କ ଟିମ୍ ଇଂଲଣ୍ଡରେ ନିଜର ପ୍ରଥମ ମ୍ୟାଚ୍ ଦେଖିଥିଲେ, ଯେଉଁଥିରେ ତାଙ୍କର ମୁକାବିଲା ଡୌଗ୍ଲାସ୍ ଜାର୍ଡିନଙ୍କ ଟିମ୍ ସହିତ ହୋଇଥିଲା ।

ତେବେ ଏହା ଏକ ସଂଯୋଗ ହୋଇପାରେ କି, ଉଭୟ ଐତିହାସିକ ଦିନର ତାରିଖ ଗୋଟିଏ ହିଁ ରହିଛି । ଇତି ମଧ୍ୟରେ ଭାରତକୁ ପ୍ରଥମ ଅନ୍ତରାଷ୍ଟ୍ରୀୟ ଟେଷ୍ଟ୍ ଖେଳିବାର ପାଖାପାଖି ୮୫ ବର୍ଷ ବିତି ଯାଇଛି । ତା’ର ୫୧ ବର୍ଷ ପରେ ତଥା ଆଜିଠାରୁ ପ୍ରାୟତଃ ୩୪ ବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆ ନିଜର ପ୍ରଥମ ଆଇସିସିର ତାଜ୍ ନିଜ ନାଁରେ କରିଥିଲା । କିନ୍ତୁ ବଡ ତାଜୁବ୍ କଥା କି, ଦୁଇଟି ଯାକ ରେକର୍ଡ ଗୋଟିଏ ମଇଦାନରେ ହିଁ ହୋଇଥିଲା ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ଏହି ୫ଟି କାରଣ ପାଇଁ ଫାଇନାଲରେ ହାରିଲା ଟିମ୍ ଇଣ୍ଡିଆ । ଯାହାପରେ ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା