ଗୋଲାପୀ ଟଙ୍କାର ଶାଢୀ ! ବଜାରକୁ ଆସିଲା ନୂଆ ୨ହଜାର ନୋଟ୍ ପ୍ରିଂଟ୍ ଥିବା ଶାଢୀ

207

ବିମୁଦ୍ରାକରଣ ବ୍ୟବସ୍ଥାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏକ ବଡ ସମସ୍ୟା । ଆଉ ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ବର୍ତ୍ତମାନ ଏକ ଅଜବ ଖବର ନଜରକୁ ଆସିଛି । କେନ୍ଦ୍ର ସରକାରଙ୍କ ଗୋଲାପୀ ରଙ୍ଗର ଦୁଇ ହଜାର ଟଙ୍କିଆ ନୋଟ ଅନୁସାରେ ପ୍ରସ୍ତୁତ କରାଯାଇଛି ଏକ ନିଆରା ଶାଢୀ । ମହିଳାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସୁରତର ଏକ କପଡା କାରଖାନା ଏହି ଗୋଲାପୀ ରଙ୍ଗର ଦୁଇ ହଜାର ନୋଟ୍ ପ୍ରିଂଟ ଥିବା ଶାଢୀ ତିଆରି କରିଛି ।  ଖୁବ୍ ଶୀଘ୍ର ବଜାରକୁ ଏହି ଶାଢୀ ଆସିବ ବୋଲି ସୂଚନା ମିଳିଛି ।

ତେବେ ଏହି ଛ’ ମିଟର ଲମ୍ବ ବିଶିଷ୍ଟ ଶାଢୀରେ ପାଖାପାଖି ୫୦୪ ନୋଟ୍ ଡିଜାଇନରେ ପ୍ରିଂଟ୍ କରାଯାଇଛି । ଏବଂ ଲାଇଲନ ସୂତାରେ ଏହି ଶାଢୀକୁ ତିଆରି କରାଯାଇଛି । ବଜାରରେ ଏହି ଶାଢୀ କିପରି ଭଲ ଭାବରେ ଚାଲିବ ତାକୁ ନଜରରେ ରଖି ଏହାର ଦାମ୍ ମାତ୍ର ୧୬୦ ଟଙ୍କା ସ୍ଥିର କରାଯାଇଛି । ଆଉ ଆପଣ ମଧ୍ୟ ଖୁବ୍ ଶୀଘ୍ର ଏହି ଦୁଇ ହଜାର ଟଙ୍କିଆ ନୋଟ ବାଲା ପ୍ରଡକ୍ଟର ଶାଢୀ ବ୍ୟବହାର କରିପାରିବେ ।