ସେଲ୍ଫି ହେଲା କାଳ ! ପାହାଡରୁ ଖସି ଦୁଇ ଛାତ୍ର ମୃତ, ଜଣେ ଗୁରୁତର

32

ମୋଲକାଲମୁର ତାଲୁକୋନରସ୍ଥିତ ଚିତ୍ରଦୁର୍ଗ ଏକ ପାହାଡିଆ ଅଞ୍ଚଳ । ଏହି ସ୍ଥାନକୁ ଶନିବାର କର୍ଣ୍ଣାଟକର ତିନିଜଣ ଛାତ୍ର ବୁଲିବାକୁ ଆସି ସେଲଫି ନେଉଥିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

ପାହାଡିଆ ଅଞ୍ଚଳକୁ ବଣଭୋଜି କରିବାକୁ ଯାଇଥିବା ୩ଜଣ ସାଙ୍ଗ ଖୁବ୍ ମଉଜ ମଜଲିସ କରୁଥିବା ବେଳେ ବିପତ୍ତିର ଶିକାର ହୋଇଥିଲେ । ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଏମାନେ ସେଲଫି ନେଉଥିଲେ । ତେବେ ସେଲଫି ନେବାରେ ସେମାନେ ଏତେ ମଜି ଯାଇଥିଲେ ଯେ, ଦୁଇଜଣ ଘଟଣାସ୍ଥଳରୁ ହିଁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଛାତ୍ରଙ୍କୁ ବାଲାରିସ୍ଥିତ ବିଜୟନଗର ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ନାମ ଭି ଭେଙ୍କଟେଶ (୨୦) । ଭେଙ୍କଟେଶ ଏମ୍ର ଛାତ୍ର ଥିଲେ । ଅନ୍ୟ ଜଣକ ନାମ ହୋନୁର ସ୍ୱାମୀ(୨୧) । ସେହିଭଳି ହୋନୁର ସ୍ନାତକ ଶ୍ରେଣୀର ଶେଷ ବର୍ଷର ଛାତ୍ର । ଗୁରୁତର ଆହତ ବାଳକର ନାମ ଶିବାପ୍ପା । ସେ ହୋନୁର ସ୍ୱାମୀଙ୍କ ସହପାଠୀ ଥିଲେ ।