‘ରକ୍ଷା’ର ରାକ୍ଷୀ ; ବିଶ୍ୱାସର ହେଲା ଜିତ୍ । ଭାଇର ମୃତ୍ୟୁ ଖବର ପାଇ ବି ଆଶା ହରାଇନଥିଲା ଭଉଣୀ, ୧୯ ବର୍ଷ ତଳେ ହଜିଯାଇଥିବା ଭାଇର ଶେଷରେ ମିଳିଲା ପତ୍ତା

72

ରକ୍ଷାବନ୍ଧନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇ ସବୁବେଳେ ଭଉଣୀର ପ୍ରତିଟି ବିପଦଆପଦରେ ଢାଲ ଭଳି ଠିଆହେବାକୁ କଥା ମଧ୍ୟ ଦେଇଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭଉଣୀର କାହାଣୀ କହିବୁ , ଯିଏ କେବେ ହେଲେ ହାର ମାନିନଥିଲେ ଏବଂ ୧୯ ବର୍ଷର ଲମ୍ବା ସଂଘର୍ଷ ପରେ ନିଜର ହଜିଯାଇଥିବା ଭାଇକୁ ଖୋଜି ବାହାର କରିଥିଲେ ।

କାହାଣୀ ହେଉଛି ପାଟଣାରେ ରହୁଥିବା ସୂଜାତାଙ୍କର । ଯିଏକି ୧୯ ବର୍ଷ ତଳେ ଏକ ମେଳାରେ ନିଜ ସାନ ଭାଇଠାରୁ ଅଲଗା ହୋଇଯାଇଥିଲେ । ସୁଜାତାଙ୍କ ଭାଇ ସୂର୍ଯ୍ୟ ମେଳା ବୁଲିଯାଇଥିବା ବେଳେ ହଜିଯାଇଥିଲା । ସୂର୍ଯ୍ୟକୁ ପୁଲିସ ସହିତ ଘରଲୋକେ ବି ବହୁତ ଖୋଜାଖୋଜି କରାଯାଇଥିଲା କିନ୍ତୁ କିଛି ଲାଭ ମିଳିନଥିଲା । ତେବେ ଘର ଲୋକେ ବି ପୁଅର ମିଳିବା ନେଇ ଆଶା ହରାଇଦେଇଥିଲେ । କାରଣ ସୂର୍ଯ୍ୟକୁ ପୁଲିସ ମୃତ ବୋଲି ଘୋଷଣା କରିଦେଇଥିଲା । ହେଲେ ସୂଜାତା ଭଉଣୀ କିନ୍ତୁ ଭାଇର ମୃତ୍ୟୁ ଖବରକୁ ଗ୍ରହଣ କରିନଥିଲେ । ତାଙ୍କର ବିଶ୍ୱାସ ଥିଲା କି ତାଙ୍କ ଭାଇର କିଛି ବି ହୋଇନି ହେଲେ ସୁରକ୍ଷିତ ଅଛି ଏବଂ ଦିନେ ନା ଦିନେ ସେ ତାକୁ ଖୋଜି ବାହାର କରିବେ । ଆଉ ସୂଜାତାଙ୍କ ଏହି ଆତ୍ମବିଶ୍ୱାସ ହିଁ ତାଙ୍କ ଭାଇକୁ ଫେରାଇ ଆଣିଥିଲା ।

ସୂଜାତାଙ୍କର ବିଶ୍ୱାସ ଥିଲା କି ତାଙ୍କ ଭାଇ ଜୀବିତ ଅଛନ୍ତି । ସମସ୍ତେ ତାଙ୍କୁ ଭାଇର ମୃତ୍ୟୁ କଥା କହିଥିଲେ ହେଲେ ସେ କିନ୍ତୁ କାହା କଥାକୁ ବିଶ୍ୱାସ କରିନଥିଲେ । ଆଉ ନିଜେ ହିଁ ଭାଇକୁ ଖୋଜିବାକୁ ବାହାରି ପଡିଥିଲେ । ତେବେ ବହୁ ଖୋଜାଖୋଜି ପରେ ଶେଷରେ ସୂଜାତା ଭାଇ ସୂର୍ଯ୍ୟକୁ ସୁରାଟରେ ଏକ ହୋଟେଲରେ କାମ କରୁଥିବା ଅବସ୍ଥାରେ ପାଇଥିଲେ । ଦୀର୍ଘ ୧୯ ବର୍ଷ ପରେ ଭାଇକୁ ପାଖରେ ପାଇ ସତରେ ସୂଜାତାଙ୍କ ସୁଖୀର ସୀମା ନଥିଲା । ତେବେ ଚଳିତ ବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ସେ ଭାଇର ଶୁଭ କାମନା କରି ସୂର୍ଯ୍ୟଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।