ନମ୍ବର ନୁହେଁ ପ୍ରତିଭା ହିଁ ଆଣିଦିଏ ଜୀବନରେ ସଫଳତା ! ପଢନ୍ତୁ ଏକ ଆତ୍ମବିଶ୍ୱାସୀ ମାଆ-ଝିଅଙ୍କ କାହାଣୀ

170

ସାଧାରଣତଃ କୌଣସି ବ୍ୟକ୍ତିର ପ୍ରତିଭାକୁ ତାର ୧୦ମ-ଦ୍ୱାଦଶ ଶ୍ରେଣୀରେ ରଖିଥିବା ନମ୍ବର ଆଧାର ଉପରେ ଆମେ ବିଚାର କରିଥାଉ । ଆମକୁ ଲାଗିଥାଏ କି, ଯେଉଁ ଷ୍ଟୁଟେଂଟ୍ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଯାଏ ସେ ନିଶ୍ଚୟ ଜଣେ ଚାଲାକ, ଚତୁର ତଥା ପାଠ ପଢୁଆ ପିଲା ହୋଇଥିବ । ତେବେ ଆମେ ଏଠାରେ ଆପଣଙ୍କୁ ଏକ ଏଭଳି ଝିଅର କାହାଣୀ ଜଣାଇବାକୁ ଯାଉଛୁ ଯିଏକି ପ୍ରମାଣ କରିଦେଇଛି କି ନମ୍ବର ନୁହେଁ ବରଂ ଗୁଣ ହିଁ ସଫଳତା ପାଇଁ ବାଟ କଡେଇ ନେଇଥାଏ । ଆଜ୍ଞା ହଁ ! ଏହା ଗୋଟିଏ ଝିଅର ଆତ୍ମବିଶ୍ୱାସ ଏବଂ ଜଣେ ଏଭଳି ମାଆର କାହାଣୀ ଯିଏକି ଲେଖାପଢାରେ ପୁରୁଣା ପଦ୍ଧତିକୁ ଅବଲମ୍ବନ କରି ନିଜ ଝିଅର ସୁନାର ଭବିଷ୍ୟତ ପାଇଁ ନା କେବଳ ସ୍ୱପ୍ନ ଦେଖିଥିଲେ ତାହା ନୁହେଁ ବରଂ ତାକୁ ସାକାର ମଧ୍ୟ କରିଥିଲେ ।

କାହାଣୀଟି ହେଉଛି ୧୭ ବର୍ଷୀୟ ଝିଅ ମାଳବିକା ଯୋଶୀଙ୍କର । ଯାହାଙ୍କ ନିକଟରେ ୧୦ମ କି ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍ ଥିବା ତ ଦୂରର କଥା ଏପରିକି ସପ୍ତମ ଶ୍ରେଣୀରୁ ଆଉ କେବେ ସ୍କୁଲ ଦେଖିନଥିଲେ । ମାତ୍ର ଏହାସତ୍ୱେ ବି କମ୍ପ୍ୟୁଟରରେ ରୁଚି ଥିବା ବଳରେ ସେ ବିଶ୍ୱ ପ୍ରସିଦ୍ଧ ଏମଆଇଟି ରେ ଦାଖଲ ହେବାରେ ସଫଳ ହୋଇପାରିଛନ୍ତି । ତେବେ ମୁମ୍ବାଇରେ ରହୁଥିବା ମାଲବିକା ସପ୍ତମ ଶ୍ରେଣୀ ପରେ ଆଉ ସ୍କୁଲର ମାଟି ମାଡି ନଥିଲେ । ଏବଂ ନା କେବେ କୌଣସି ପରୀକ୍ଷାରେ ବସିଛନ୍ତି ।

ସେ ଅନ୍ୟ ପିଲାଙ୍କ ଭଳି ସ୍କୁଲରେ ଯାଇ ପାଠପଢିବା ପରିବର୍ତ୍ତେ ଘରେ ରହି ପାଠପଢିଥିଲେ । ପ୍ରକୃତ ଘଟଣାଟି ହେଲା, ମାଳବିକାଙ୍କ ମାଆ ତାଙ୍କୁ ସପ୍ତମ ଶ୍ରେଣୀ ପରେ ଆଉ ସ୍କୁଲକୁ ଛାଡି ନଥିଲେ । ସେ ଚାହୁଁଥିଲେ କି ତାଙ୍କ ଝିଅ କେବଳ ଜାଣିବା ପାଇଁ ପାଠ ନପଢି ହସ ଖୁସିରେ ବୁଝିସୁଝି ପାଠ ପଢୁ ବୋଲି । ମାଳବିକାଙ୍କ ମାଆ ନିଜେ ମଧ୍ୟ ଚାକିରୀକୁ ଛାଡି ଦେଇଥିଲେ ଏବଂ ଘରେ ହିଁ ଝିଅକୁ ପଢାଇବା ଆରମ୍ଭ କରିଦେଇଥିଲେ । ଖାଲି ସେତିକି ନୁହେଁ ସେ ଘରେ ହିଁ କ୍ଲାସ୍ ରୁମ ଭଳି ପରିବେଶ ସୃଷ୍ଟିକରିବା ସହିତ ଝିଅ ପାଇଁ ପାଠ୍ୟକ୍ରମ ବି ପ୍ରସ୍ତୁତ କରିଥିଲେ ।

ମାଳବିକାଙ୍କ ମାଆ ସୁପ୍ରିୟା ନିକଟରେ ଜାତୀୟ ଗଣମାଧ୍ୟମ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କି, ଆମେ ଏକ ମଧ୍ୟମବର୍ଗୀୟ ପରିବାରରୁ ଆସିଛୁ । ମାଳବିକା ସ୍କୁଲରେ ଭଲ ପାଠ ପଢୁଥିଲା କିନ୍ତୁ ତାହା ସତ୍ୱେ ବି ମୋତେ ଲାଗୁଥିଲା କି ମୋ ଝିଅକୁ ଖୁସିରେ ରଖିବା ଜରୁରୀ ଅଟେ ତେଣୁ ପାରମ୍ପରିକ ଜ୍ଞାନଠାରୁ ଅଧିକ ଜରୁରୀ ଖୁସିରେ ରହିବା । ତେବେ ସ୍କୁଲ ଛାଡିବା ପରେ ମାଳବିକା ଅଚାନକ ଖୁସିରେ ରହିବାକୁ ଲାଗିଥିଲେ ଏବଂ ସେ ପୂର୍ବଅପେକ୍ଷା ଭଲ ପାଠ ପଢିବାକୁ ଲାଗିଥିଲେ ଆଉ ମାଳବିକା ଆହୁରୀ ଅଧିକ ଶିଖିବା ଓ ବୁଝିବାକୁ ଉତ୍ସାହିତ ହେବାକୁ ଲାଗିଥିଲେ । ସେ ଅନ୍ୟ ବିଷୟ ଅପେକ୍ଷା ପ୍ରୋଗ୍ରାମିଂ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସ୍କୁଲ ନ ଯାଇ ମାଳବିକାଙ୍କୁ ଚେନ୍ନାଇ ମାଥମେଟିକାଲ ଇଷ୍ଟିଟ୍ୟୁଟ୍ (ସିଏମଆଇ) କୋର୍ସରେ ଆଡମିସନ ମିଳିଯାଇଥିଲା । ଖାଲି ସେତିକି ନୁହେଁ ସେ ଇଂଟରନ୍ୟାସନାଲ୍ ପ୍ରୋଗ୍ରାମିଂ ଅଲମ୍ପିଆଡରେ ତିନି ଥର ଭାରତର ପ୍ରତିନିଧୀତ୍ୱ କରି ସାରିଛନ୍ତି । ଅଲମ୍ପିଆଡରେ ସେ ଦୁଇଟି ସିଲଭର ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିସାରିଛନ୍ତି । ସିଏମଆଇରେ ଥିବା ସମୟରେ ତାଙ୍କର ମାଥମେଟିକ୍ସ ଏବଂ ଅଲଗୋରିଥମର ସେହି ଫର୍ମୂଲାକୁ ମଧ୍ୟ ଶିଖିଥିଲେ ଯାହାଦ୍ୱାରା ତାଙ୍କୁ ଅଲମ୍ପିଆଡରେ ସଫଳତା ହାସଲ କରିବାରେ ବହୁତ ସହାୟତା କରିଥିଲା ।

ଆପଣ ଜାଣି ଚକିତ ହେବେ କି, ଏତେ ପ୍ରତିଭାଶାଳୀ ହେବା ସତ୍ୱେ ତାଙ୍କୁ ଆଇଆଇଟିରେ ଆଡମିସନ ମିଳି ନଥିଲା । କାରଣ, ଆଇଆଇଟି ନିୟମ ଅନୁସାରେ, କେବଳ ଦ୍ୱାଦଶ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀମାନେ ହିଁ ଏଥିରେ ଆଡମିସନ କରିପାରିବେ । ବର୍ତ୍ତମାନ ଏମଆଇଟିରେ ସେହି ଛାତ୍ରଛାତ୍ରୀମାନଙ୍କୁ ବି ଆଡମିସନ ଦିଆଯାଉଛି, ଯେଉଁମାନେ କି ଅଲମ୍ପିଆଡ କ୍ୱାଲିଫାଇ କରିଛନ୍ତି । ଖାଲି ସେତିକି ନୁହେଁ ଏମଆଇଟି ମାଳବିକାଙ୍କୁ ସ୍କୋଲାରସିପ୍ ମଧ୍ୟ ଦେଉଛି । ବର୍ତ୍ତମାନ ମାଳବିକା ଏମଆଇଟି ନୁହେଁ ବରଂ ଆଇଆଇଟି ଯିବାକୁ ଚାହୁଁଛନ୍ତି ।

ସୌଜନ୍ୟ:ଏନଡିଟିଭି ନ୍ୟୁଜ୍