ସ୍ୱୁଇମିଙ୍ଗ ପୁଲରେ ଗାଧୋଇ ୧୬ ମହିଳା ଗର୍ଭବତୀ! କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

126

ସ୍ୱୁଇମିଙ୍ଗ ପୁଲରେ ଗାଧେଇବା କୌଣସି ବଡ କଥା ନୁହେଁ ମାତ୍ର ପୁଲରେ ଗାଧେଇବା ଦ୍ୱାରା ଯଦି କୌଣସି ଯୁବତୀ ଗର୍ଭବତୀ ବନି ଯାଆନ୍ତି ,ତେବେ ଏଥିରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଫ୍ଲୋରିଡାରେ । ଯେଉଁଠି ପାଖାପାଖି ୧୬ ଜଣ ଯୁବତୀ ଏକ ପାର୍ଟିରେ ସାମିଲ ହେବା ଅବସରରେ ପୁଲରେ ଗାଧେଇବା ପରେ ପରେ ଗର୍ଭବତୀ ହୋଇଛନ୍ତି ।

ଏହି ଯୁବତୀମାନେ କୌଣସି ପୁରୁଷ ସହ ଶାରୀରିକ ସଂପର୍କ ରଖି ନଥିଲେ ଏବଂ ନା କୌଣସି ଟେଷ୍ଟଟ୍ୟୁବ୍ ବେବି ଘଟଣାରେ ମଧ୍ୟ ସଂପୃକ୍ତ ଥିଲେ । ଏହି ସମସ୍ତ ଯୁବତୀଙ୍କ ବୟସ ମାତ୍ର ୧୭ ବର୍ଷ ଓ ତାଠାରୁ କମ୍ ମଧ୍ୟ ହେବ । ତେବେ ଏହି ୧୬ ଯୁବତୀ ନିଜର ଏକ ବନ୍ଧୁଙ୍କ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ । ସେମାନେ ପାର୍ଟିକୁ ବହୁତ ଉପଭୋଗ କଲେ ଆଉ ଏଥିସହ ନିକଟରେ ଥିବା ଏକ ସୁଇମିଙ୍ଗ ପୁଲରେ ଅନେକ ମସ୍ତି ମଧ୍ୟ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପାର୍ଟିର କିଛି ଦିନ ପରେ ଏହି ଯୁବତୀମାନେ ଜାଣିବାକୁ ପାଇଲେ ସେମାନେ ସମସ୍ତେ ଗର୍ଭବତୀ ଅଛନ୍ତି ।

ଏହି ଖବର ଜଣା ପଡିବା ପରେ ଏହାର ଯାଂଚ କରିବା ପରେ ଜଣା ପଡିଥିଲା କି ଯେଉଁ ପୁଲଟିରେ ଏମାନେ ଗାଧେଇଥିଲେ ସେଥି ମଧ୍ୟରେ ଜଣେ ପୁରୁଷର ଡିମ୍ବାଣୁ ମିଶି ଯାଇଥିଲା । ଆଉ ଏହି କାରଣରୁ ସେଠାରେ ଗାଧୋଇଥିବା ଯୁବତୀମାନେ ଗର୍ଭବତୀ ହୋଇ ଯାଇଥିଲେ । ତେବେ ଏଭଳି ଏକ ସଂଗୀନ ମାମଲା ଲୋକ ଲୋଚନକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା ।

ତେବେ ବର୍ତ୍ତମାନ କିଛି ଡାକ୍ତର ଏହି ମାମଲାର ଯାଂଚ ମଧ୍ୟ କରୁଛନ୍ତି । ଯଦିଓ ଏହି ଘଟଣାର ସତ୍ୟତା ଏବେ ବି ସନ୍ଦେହ ଘେରରେ ରହିଛି । କେତେକ ଏହି ଘଟଣାକୁ ମିଛ ବୋଲି କହିଛନ୍ତି ।

ଏହା ସହ ପଢନ୍ତୁ – ମିଶନ ଥିଲା ଅଧିକରୁ ଅଧିକ ବିବାହ କରିବା ! ୧୩୦ ଥର ବିବାହ ଏବଂ ୨୧୦ ସନ୍ତାନର ଜନକ ମୋହମ୍ମଦ ବେଲୋ ଅବୁବାକର