ସୋସିଆଲ ମିଡିଆର କମାଲ ! ଫେସବୁକରେ ନିବେଦନ ପରେ ମିଳିଲା ହଜି ଯାଇଥିବା ୧୫୦ ବର୍ଷର ପୁରୁଣା ପୋଷାକ

64

ଜଣେ ଯୁବତୀଙ୍କ ପାରିବାରିକ ସନ୍ତକ, ପାଖାପାଖି ୧୫୦ ବର୍ଷ ପୁରୁଣାର ବାହାଘର ଡ୍ରେସ କେଉଁଠି ହଜିଯାଇଥିଲା । ଆଉା ଯାହାକୁ ନେଇ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ନିବେଦନ କରିଥିଲେ । ଆପଣ ଜାଣିଲେ ଚକିତ ହେବେ ଯାହାର ପ୍ରକୃତ ଅସର ଦେଖିବାକୁ ମିଳିଥିଲା । ଅର୍ଥାତ୍ ହଜି ଯାଇଥିବା ବାହାଘର ପୋଷାକଟି ତାଙ୍କୁ ପୁଣି ଥରେ ମିଳିଯାଇଥିଲା । ତେବେ କଥାଟା ହୁଏତ ଆପଣଙ୍କୁ ମିଛ ଲାଗୁଥିବ ମାତ୍ର ବାସ୍ତବରେ ଏହା ସତ୍ୟ ଅଟେ ।

ସୂଚନା ମୁତାବକ, ସ୍କର୍ଟଲାଣ୍ଡର ଇଷ୍ଟ ଲେଥିୟନ ଅଂଚଳରେ ବାସକରୁଥିବା ଜଣେ ୨୯ ବର୍ଷୀୟ ଟେସ୍ ନେବାଲଙ୍କ କାହାଣୀ । ହଜିଯାଇଥିବା ବିବାହ ପୋଷାକଟି ୧୮୭୦ ମସିହାର । ଆଉ ଏହା ଏକ ଖାନ୍ଦାନୀ ସନ୍ତକ ଅଟେ । ତେବେ ଟେସ୍ ଏହି ପୋଷାକଟିକୁ ସଫା କରିବାକୁ ନିକଟରେ ଥିବା ଏକ କ୍ସିନର୍ସ ଦୋକାନକୁ ଦେଇଥିଲେ ମାତ୍ର କୌଣସି କାରଣ ବଶତଃ ସେଠାରୁ ଏହି ପୋଷାକଟି କେଉଁଆଡେ ଗାଏବ ହୋଇଯାଇଥିଲା ।

ତେବେ ପୋଷାକଟି ହଜି ଯିବା ପରେ ସେ ବହୁତ ଭାଙ୍ଗୀ ପଡିଥିଲେ । ନିଜ ଫେସବୁକରେ ଟେସ୍ ଏବାବଦରେ ଏକ ପୋଷ୍ଟ କରିଥିଲେ । ଆଉ ଯାହାକୁ ସାରା ସୋସିଆଲ ମିଡିଆରେ ୨,୦୦,୦୦୦ ଥର ସେୟାର କରାଯାଇଥିଲା । ତେବେ ନିକଟରେ ଟେସ୍ ଏକଥା ଜଣାଇଛନ୍ତି କି ହଜି ଯାଇଥିବା ସେହି ପୋଷାକଟିକୁ ତାଙ୍କୁ ମିଳିଯାଇଛି । ଆଉ ଯାହା ସୋସିଆଲ ମିଡିଆ ଦ୍ୱାରା ସମ୍ଭବ ହୋଇପାରିଛି ।