ଜିଏସଟି ପ୍ରଭାବ ! ଜାଣନ୍ତୁ ଜୁଲାଇ ପହିଲାରୁ ଏହି ୧୨ଟି ସ୍ମାର୍ଟଫୋନ୍ ହେଲା ଶସ୍ତା

51

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁହେଲା ଐତିହାସିକ ବସ୍ତୁ ଓ ସେବା କର (ଜିଏସଟି) । ଆଉ ଏହିଦିନଠାରୁ ହିଁ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି ବିଭିନ୍ନ ସ୍ମାର୍ଟଫୋନ କଂପାନୀମାନଙ୍କଠାରେ । ଅର୍ଥାତ୍ ଜିଏସଟି ଲାଗୁ ହେବା ଦିନଠାରୁ ହିଁ ଆପଲ କଂପାନୀ ତାର ସ୍ମାର୍ଟଫୋନର ଦାମ ହ୍ରାସକୁ ନେଇ ଘୋଷଣା କରିଦେଇଥିଲା ଏବଂ ତା ପରେ ପରେ ପାନାସୋନିକ ଏବଂ ଆସସ ଭଳି କଂପାନୀ ନିଜ ନିଜର ସ୍ମାର୍ଟଫୋନଗୁଡିକର ଦାମରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଥିଲେ । ତେବେ ଆସନ୍ତୁ ନଜର ପକାଇବା ଜିଏସଟି ଲାଗୁ ହେବାପରେ କେଉଁ କେଉଁ ସ୍ମାର୍ଟଫୋନଗୁଡିକ ହୋଇଛି ଶସ୍ତା ।

ଶସ୍ତା ହୋଇଥିବା ସ୍ମାର୍ଟଫୋନ ମଧ୍ୟରେ ସବୁଠାରୁ ଶୀର୍ଷରେ ରହିଛି ଆପଲ୍ କଂପାନୀର ଆଇଫୋନ୍ । ଜିଏସଟି ଲାଗୁ ହେବାକ୍ଷଣି ଆପଲ୍ ନିଜର ଆଇଫୋନ୍-୭, ଆଇଫୋନ୍- ୭ ପ୍ଲସ୍, ଆଇଫୋନ-୬ ଏସ ପ୍ଲସ୍, ଆଇଫୋନ୍ ଏସଇ ଆଦି ସ୍ମାର୍ଟଫୋନଗୁଡିକର ଦାମ କମାଇ ଦେଇଛି । ତେବେ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଆଇଫୋନ୍-୭ ।

ଆଇଫୋନ୍-୭

ଆଇଫୋନ୍-୭ର ୩୨ଜିବି ଥିବା ସ୍ମାର୍ଟଫୋନ୍ ଯାହାକି ୬୦,୦୦୦ ଟଙ୍କାରେ ଲଂଚ ହୋଇଥିଲା ତାହା ଏବେ ହ୍ରାସ ପାଇ ମାତ୍ର ୫୬,୨୦୦ ଟଙ୍କାରେ ମିଳୁଛି । ସେହିପରି ତା’ର ୧୨୮ଜିବି ଏବଂ ୨୫୬ଜିବି ଥିବା ସ୍ମାର୍ଟଫୋନକୁ ଏବେ ଆପଣ ମାତ୍ର ୬୫,୨୦୦ ଟଙ୍କା ଓ ୭୪,୪୦୦ ଟଙ୍କାରେ କିଣି ପାରିବେ । ଏଠାରେ ଆମେ କହି ରଖୁଛୁ କି ଆଇଫୋନ୍-୭ର ୧୨୮ଜିବି ଥିବା ସ୍ମାର୍ଟଫୋନର ଦାମ ମାତ୍ର ୭୦,୦୦୦ ଏବଂ ଆଇଫୋନ-୭ର ୨୫୬ଜିବି ଥିବା ସ୍ମାର୍ଟଫୋନର ଦାମ୍ ମାତ୍ର ୮୦,୦୦୦ ଟଙ୍କାକୁ ହ୍ରାସ ପାଇଛି ।

ଆଇଫୋନ୍-୬ଏଲ୍ ପ୍ଲସ୍

ଏହି ଫୋନର ୩୨ଜିବି ଥିବା ମଡେଲକୁ ଏବେ ଆପଣ ମାତ୍ର ୫୬,୧୦୦ ଟଙ୍କାରେ କିଣି ପାରିବେ । ତେବେ ପୂର୍ବରୁ ଏହାର ଦାମ୍ ରହିଥିଲା ୬୦,୦୦୦ ଟଙ୍କା । ସେହିପରି ଏହାର ୧୨୮ଜିବି ଥିବା ମଡେଲ୍ ଏବେ ୭୦,୦୦୦ ଟଙ୍କା ବଦଳରେ ମାତ୍ର ୬୫,୦୦୦ ଟଙ୍କାରେ ଉପଲବ୍ଧ । ଏହାର ୩୨ଜିବି ଓ ୧୨୮ଜିବି ଥିବା ଆଇଫୋନ-୬ଏସର ମଡେଲ୍ ଏବେ ମାତ୍ର ପାଖାପାଖି ୪୬,୯୦୦ ଏବଂ ୫୫,୯୦୦ ଟଙ୍କାରେ ମିଳୁଛି ।

ଆଇଫୋନ-୭ ପ୍ଲସ୍

ଏହାର ୩୨ଜିବି ଥିବା ସ୍ମାର୍ଟଫୋନକୁ ଏବେ ଆପଣ ମାତ୍ର ୬୭,୩୦୦ ଟଙ୍କାରେ କିଣିପାରିବେ । ପୂର୍ବରୁ ଏହାର ଦାମ୍ ୭୨,୦୦ ଟଙ୍କା ଥିଲା । ସେହିପରି ଆଇଫୋନ୍-୭ପ୍ଲସ୍ ୧୨୮ଜିବି ଥିବା ସ୍ମାର୍ଟଫୋନ୍ ଏବେ ମାତ୍ର ୭୬,୨୦୦ ଟଙ୍କାରେ ଉପଲବ୍ଧ । ଆଇଫୋନ୍-୭ ପ୍ଲସର ୨୫୬ଜିବି ଥିବା ସ୍ମାର୍ଟଫୋନ୍ ଏଣିକି ମାତ୍ର ୮୫,୪୦୦ ଟଙ୍କାରେ କିଣିପାରିବେ ।

ଆଇଫୋନ୍ ଏସଇ

ଏଣିକି ଆଇଫୋନ୍ ଏସଇର ୩୨ଜିବି ଓ ୧୨୮ଜିବି ଥିବା ମଡେଲକୁ ଆପଣ ମାତ୍ର ୨୬,୦୦୦ ଏବଂ ୩୫,୦୦୦ ଟଙ୍କା ଦାମରେ କିଣି ପାରିବେ । ସେହିପରି ପାନାସୋନିକ୍ ଏଲୁଗା ଆଇ-୨ର ଦାମ୍ ଏବେ ୬,୪୯୦ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଏହାର ମୂଲ୍ୟ ରହିଥିଲା ୭,୨୯୦ ଟଙ୍କା । ଏହାର ୨ଜିବି ରାମ ଥିବା ଫୋନଟି ଏବେ ମାତ୍ର ୭,୨୯୦ ଟଙ୍କାରେ ମିଳୁଛି ।

ପାନାସୋନିକ୍

ପାନାସୋନିକ୍ ପି-୮୮ର ଦାମ ହ୍ରାସ ପାଇ ଏହା ଏବେ ମାତ୍ର ୮,୪୯୦ ଟଙ୍କାରେ ମିଳୁଛି । ସେହିପରି ପାନାସୋନିକ୍ ଏଲୁଗା ଏ-୨ର ଦାମରେ ୫୦୦ ଟଙ୍କା ହ୍ରାସ ପାଇ ଏବେ ଏହା ମାତ୍ର ୮,୯୯୦ ଟଙ୍କାରେ ମିଳୁଛି । ପାନାସୋନିକ୍ ଏଲୁଗା ପ୍ରାଇମର ଦାମ ହ୍ରାସ ପାଇ ଏବେ ଏହା ମାତ୍ର ୯,୪୯୦ ଟଙ୍କାରେ ମିଳୁଛି । ପାନାସୋନିକ୍ ଏଲୁଗା ଆଇ-୩ ମେଗାରେ ୧,୦୦୦ ଟଙ୍କା ହ୍ରାସ ପାଇ ଏବେ ଏହା ମାତ୍ର ୯,୯୯୦ ଟଙ୍କାରେ ମିଳୁଛି ।

ଆସସ

ଆସସ ଜେନଫୋନ୍-୩ ମ୍ୟାକ୍ସକୁ ଏବେ ଆପଣ ମାତ୍ର ୧୪,୯୯୯ ଟଙ୍କାରେ କିଣି ପାରିବେ । ତେବେ ଏହି ଫୋନରେ-୩ଜିବି ରାମ୍,୧୬ ମେଗାପିକ୍ସଲର ରେୟର ଏବଂ ୮ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ରହିଛି । ଆସସ ଜେନଫୋନ-୩ଏସ ମ୍ୟାକ୍ସକୁ ୧୪,୯୯୯ ଟଙ୍କା ବଦଳରେ ମାତ୍ର ୧୨,୯୯୯ ଟଙ୍କାରେ କିଣି ପାରିବେ ।