୧୧୦ଟି ଗାଁରେ ବିବାହ କରାଇବା ପାଇଁ ରାଜି ହେଲେନି କାଜୀ ! ଜାଣନ୍ତୁ ଏହାର ପ୍ରକୃତ କାରଣ

35

ଏଭଳି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବୋ ନାହିଁ । ତେବେ କଥାଟା ହେଲା,ଗୁଡଗାଁଓ ଅଂଚଳରେ ଅବସ୍ଥାପିତ ପୁହ୍ନାନା ଖଣ୍ଡର ପାଖାପାଖି ୧୧୦ ଗାଁରେ ଏବେ କାଜୀ ବର-କନ୍ୟାଙ୍କ ବିବାହ କରିବେ ନାହିଁ । ଏଭଳି କରିବା ପଛରେ ଯେଉଁ କାରଣ ରହିଛି ତାହାକୁ ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହାର କାରଣ ଯେତିକି ରୋମାଂଚକର ସେତିକି ମଧ୍ୟ ବିସ୍ମୟକର ମଧ୍ୟ । ଏହାର ପ୍ରକୃତ କାରଣ ହେଲା ଯେଉଁ ବର- କନ୍ୟାଙ୍କ ଘରମାନଙ୍କରେ ଶୌଚାଳୟ ନାହିଁ । ସାଧାରଣତଃ ସେହି ପରିବାରମାନଙ୍କରେ କାଜୀମାନେ ବିବାହ କରାଇବାକୁ ଯିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ଖାଲି ସେତିକି ନୁହେଁ ଏଥିସହ ଯେଉଁ ବର-କନ୍ୟାଙ୍କ ପରିବାର ପକ୍ଷରୁ ତାଙ୍କ ବିବାହ ଉତ୍ସବରେ ଅଦରକାରୀ ଭାବରେ ତଥା ଧୂମଧାମରେ ଓ ମଦମାଂସ ଆଦିରେ କରିବାକୁ ଚାହୁଁଛନ୍ତି ତେବେ ସେମାନେ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିବ । କାରଣ ଏଥିପାଇଁ ମଧ୍ୟ କାଜୀମାନେ ସେମାନଙ୍କ ବିବାହ କରାଇବାକୁ ଯିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି ।

ତେବେ କିଛିଦିନ ତଳେ ଉଲେମା ହିନ୍ଦର ଆହ୍ୱାନ କ୍ରମେ ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଚଣ୍ଡିଗଡ ଆଦି ଅଂଚଳର କାଜୀ ତଥା ପଣ୍ଡିତମାନେ ତିରବାଡା ଗାଁରେ ଆୟୋଜିତ ଏକ ବୈଠକରେ ଏଭଳି ନିଷ୍ପତି ନେଇଛନ୍ତି । ଏଥିସହ ପୁହ୍ନାନା ଖଣ୍ଡର ପ୍ରାୟତଃ ୧୧୦ ଗାଁର ପାଖାପାଖି ହଜାର ହଜାର କାଜୀମାନେ ସାମୂହିକ ଭାବରେ ନିଷ୍ପତି ନେଇଛନ୍ତି । ଆଉ ଏହିଥିସହ ମେବାତ୍ ଓ ଅନ୍ୟ ଦେଶମାନଙ୍କରେ ଭାଇଚାରା ସଂପର୍କ ବଜାୟ ରଖିବାକୁ ସମସ୍ତ ଉଲେମା ଓ କାଜୀମାନେ ମିଳିତ ଭାବରେ ପ୍ରାର୍ଥନା କରିଛନ୍ତି ।