କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଏହି ସବୁ ବ୍ୟାଙ୍କ ! ଯଦି ଆପଣଙ୍କର ବି ରହିଛି ଏହି ବ୍ୟାଙ୍କରେ ଆକାଉଂଟ ତେବେ ଆଜି ହିଁ କରି ଦିଅନ୍ତୁ କ୍ଲୋଜ

62

ଖବର ମୁତାବକ, ,  Prompt Corrective Action (PCA) ପରିସରରେ ଆସୁଥିବା ୧୧ଟି ବ୍ୟାଙ୍କ ମଧ୍ୟରୁ ସାର୍ବଜନୀକ ବ୍ୟାଙ୍କଗୁଡିକ ସରକାରଙ୍କ ନିକଟରେ ଦୁଇ ବର୍ଷର ରିକଭରି ଯୋଜନା ଦାଖଲ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହିସବୁ ବ୍ୟାଙ୍କ ନିଜର ସହାୟକ ଶାଖାଗୁଡିକରେ ସେୟାରହୋଲ୍ଡରିଂ ବିକ୍ରି ଓ କର୍ପୋରେଟ କରଜ ହ୍ରାସତା ଆଣିବାରେ ସହଯୋଗ କରିବ ।

ତେବେ ଯେଉଁ ୯ଟି ବ୍ୟାଙ୍କ ରିକଭରି ପ୍ଲାନ ଦାଖଲ କରିଛନ୍ତି , ସେମାନଙ୍କ ମଧ୍ୟରେ ଦେନା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ,ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କର୍ପୋରେସନ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ , ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ , ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ , ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଓରିଂଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ବ୍ୟାଙ୍କ ଅଫ ମହାରଷ୍ଟ୍ର ସାମିଲ ।

ସୂଚନା ମୁତାବକ, ପିସିଏ ପରିସରରେ ଥିବା ବ୍ୟାଙ୍କ ଉପରେ ଲାଭାଂଶ ବିତରଣ ଏବଂ ମୁନାଫାର ପେମେଂଟ ଫ୍ରଂଟରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯ।।ଇଥାଏ । ଏଭଳି ବ୍ୟାଙ୍କଗୁଡିକର ମାଲିକ ତଥା ସରକାରଙ୍କୁ ଏଥିରେ ପୁଂଜି ନିବେଶ କରିବାକୁ ପଡିଥାଏ । ଏହାଛଡା ତାଙ୍କୁ ଶାଖାଗୁଡିକର ସଂଖ୍ୟା ବୃଦ୍ଧି କରିବା ଉପରେ ବି ରୋକା ଯାଇପାରେ । ଏମାନଙ୍କର ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ଫିସ୍ ମଧ୍ୟ ସାମିଲ ରହିଛି ।

ଏଠାରେ ଆମେ କହି ରଖୁଛୁ କି, ନୀରବ ମୋଦି ଘୋଟାଲାର ଦଶା ଭୋଗୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ତଥା ପିଏନବିକୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୧୩ ହଜାର କୋଟି ଟଙ୍କା ଯୋଗାଡ କରିବାକୁ ଯୋଜନା ରହିଛି । ଯାହାକୁ ବ୍ୟାଙ୍କର ସହାୟକ ଶାଖା ପିଏନବି ହାଉସିଂ ଫାଇନାନ୍ସରେ ସେୟାରହୋଲ୍ଡରିଂ ବିକ୍ରି କରିବା ସମେତ ଫସି ରହିଥିବା କରଜ (ଏନପିଏ)ର ରିକଭରି ଜରିଆରେ ଯୋଗାଡ କରାଯିବ । ତେବେ ପିଏନବି ହାଉସିଂ ଫାଇନାନ୍ସରେ ପିଏନବିର ପାଖାପାଖି ୩୯.୦୮ ପ୍ରତିଶତ ସେୟାରହୋଲ୍ଡରିଂ ରହିଛି । ବ୍ୟାଙ୍କ ନୂଆ ଦିଲ୍ଲୀସ୍ଥିତ ନିଜ ସଂପତିର ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିବା ମିଳିଥିବା ସୂଚନାରୁ ଜଣାପଡୁଛି ।