ବନ୍ଦ ହୋଇପାରେ ୧୦ ଟଙ୍କିଆ କଏନ୍ ! କେନ୍ଦ୍ର ସରକାର କରୁଛନ୍ତି ବିଚାର!

51

୫୦୦ ଓ ୧୦୦୦ର ପୁରୁଣା ନୋଟ୍ ବନ୍ଦ ଭଳି ଏବେ ୧୦ ଟଙ୍କିଆ କଏନ୍ ପ୍ରଚଳନ ଉପରେ ରୋକ୍ ଲଗାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଏବେ ଜୋରଦାର ବିଚାରବିମର୍ଷ ଚାଲିଛି । କାରଣ କଏନ୍ ତିଆରି ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ନୋଟ୍ ତିଆରି ପାଇଁ ଖୁବ୍ କମ୍ ଟଙ୍କା ଖର୍ଚ୍ଚ ହେଉଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ଯଦି ୧୦ ଟଙ୍କିଆ କଏନ୍ ବନ୍ଦ ହୋଇଯାଏ ତେବେ ଖୁଚୁରା ବଦଳ ପାଇଁ ଲୋକଙ୍କୁ ପୁଣି ଥରେ ଲମ୍ବା ଲାଇନରେ ଠିଆ ହେବାକୁ ପଡିପାରେ । ଠିକ୍ ଯେମିତି ନୋଟବନ୍ଦୀ ସମୟରେ ହୋଇଥିଲା । ଆଉ ଏବେ ସରକାରଙ୍କ ୧୦ ଟଙ୍କିଆ କଏନ୍ ବନ୍ଦ ହୋଇଗଲେ ପୁଣି ଜନତାଙ୍କୁ ନାହିଁନଥିବା ଅସୁବିଧା ସହିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏନେଇ ଏବେ ବିଚାର ଚାଲିଛି ।

ରେଳ ଟିକେଟ୍ କାଉଂଟର, ଅଟୋ ରିକ୍ସା ,ଟ୍ୟାକ୍ସି ଆଦି ସମସ୍ତ ସ୍ଥାନରେ ୧୦ ଟଙ୍କିଆ କଏନର ପ୍ରଚଳନ ବହୁତ ମାତ୍ରାରେ ବୃଦ୍ଧି ପାଇଛି । ଏହି ଅବସରରେ ସରକାର ଏବେ ୧୦ ଟଙ୍କିଆ କଏନ୍ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ୧୦ ଟଙ୍କିଆ କଏନକୁ ବନ୍ଦ କରିବା ପଛରେ ସବୁଠାରୁ ବଡ ବିତର୍କ ଶୁଣିବାକୁ ମିଳିଛି କି, ଗୋଟିଏ କଏନ୍ ତିଆରି କରିବା ପଛରେ ପାଖାପାଖି ୭ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯେବେକି ଗୋଟିଏ ୧୦ ଟଙ୍କିଆ ନୋଟ୍ ପାଇଁ ଖର୍ଚ୍ଚ ହେଉଛି ମାତ୍ର ୧୪ ପଇସା ।

ଜାତୀୟ ଗଣମାଧ୍ୟମ ନବ ଯୁଗ ସନ୍ଦେଶର ରିପୋର୍ଟ ଅନୁସାରେ, ଏହା ହିଁ ଏକମାତ୍ର କାରଣ, ଯେଉଁଥିପାଇଁ ସରକାର ସାରା ଦେଶରେ ୧୦ ଟଙ୍କିଆ କଏନର ପ୍ରଚଳନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ୧୦ ଟଙ୍କିଆ ନୋଟର ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ତେବେ ଏନେଇ ଆଗାମୀ ଦିନରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ଏନେଇ ଏଯାବତ୍ ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ଏହାସହ ମଧ୍ୟ ପଢନ୍ତୁ- ସେନା ନିଯୁକ୍ତି ନେଇ ହେଲା ୪ଟି ବଡ଼ ପରିବର୍ତ୍ତନ ! ଏଣିକି ଏହି ନିୟମ ଅନୁସାରେ ହେବ ନିଯୁକ୍ତି