ମାତ୍ର ୧୦ ଟଙ୍କାରେ ଗାଏବ ହୋଇଯିବ ଗାଡିରେ ହୋଇଥିବା ସ୍କ୍ରାଚ୍ ! ଆପଣାନ୍ତୁ ଏହି ସହଜ ତରିକା

37

କାର ଏବଂ ବାଇକରେ ସ୍କ୍ରାଚ୍ ଲାଗିବା ଏକ ସାଧାରଣ କଥା ଅଟେ । କିନ୍ତୁ ଏହାଦ୍ୱାରା ଗାଡିର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ ଆଉ ଯେଉଁଥିପାଇଁ ଆପଣଙ୍କୁ ଗାଡିର ସେହି ପାର୍ଟକୁ ନୁଆ କରି ଲଗାଇବାକୁ ପଡିଥାଏ ନଚେତ୍ ପୁଣି ଥରେ ତାକୁ ରିପାୟର କରିବାକୁ ପଡିଥାଏ ।

ତେବେ ଏଣିକି ଆପଣଙ୍କୁ ଆଉ ଏଭଳି କିଛି କରିବାକୁ ପଡିବ ନାହିଁ କି କୌଣସି ଗ୍ୟାରେଜକୁ ଯାଇ ଗାଡିକୁ ଠିକ୍ କରିବାକୁ ପଡିବନାହିଁ କାରଣ ଆପଣ ଚାହିଁଲେ ଘରେ ବସି ବି ଆପଣଙ୍କର ସ୍କ୍ରାଚ୍ ହୋଇଥିବା ଗାଡିକୁ ଠିକ୍ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ଟିକିଏ ପରିଶ୍ରମ କରିବାକୁ ପଡିବ । ଖାସ୍ କଥା ହେଲା ଏଥିପାଇଁ ଆପଣଙ୍କର ପକେଟରୁ ଖର୍ଚ୍ଚ ହେବ ମାତ୍ର ଦଶଟି ଟଙ୍କା । ତେବେ ୧୦ ଟଙ୍କାରେ କିପରି ଆପଣ ନିଜର ସ୍କ୍ରାଚ୍ ହୋଇଥିବା ଗାଡିକୁ ଠିକ୍ କରିପାରିବେ ଆସନ୍ତୁ ଜାଣିବା ।

• ଏଥିପାଇଁ ଆପଣଙ୍କୁ ମାତ୍ର ୧୦ ଟଙ୍କାର କୌଣସି ବି ଟୁଥପେଷ୍ଟ ବଜାରରୁ କିଣିବାକୁ ପଡିବ ।

• ଟୁଥପେଷ୍ଟକୁ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲାକି ଟୁଥପେଷ୍ଟରେ ସାଧାରଣତଃ ଏକ ପ୍ରକାରର ରସାୟନିକ ପଦାର୍ଥରେ ପ୍ରସ୍ତୁତ କରାଯାଇଥାଏ । ଯାହାର ବ୍ୟବହାର ବେକିଂ ସୋଡା ତିଆରିରେ ବ୍ୟବହୃତ କରାଯାଇଥାଏ ।

• ଯାହାକୁ ଧାତୁ ଉପରେ ଲାଗିଥିବା ଜଙ୍କକୁ ମଧ୍ୟ ସଫା କରିବାରେ କାମରେ ଆସିଥାଏ ।

• ଏଥିପାଇଁ ସ୍କ୍ରାଚ୍ ହୋଇଥିବା ସ୍ଥାନମାନଙ୍କରେ ଟୁଥପେଷ୍ଟର କିଛି ମାତ୍ରା ଲଗାନ୍ତୁ ।

• ଏହାପରେ ଏକ କର୍ଟନ କପଡା ସହାୟତାରେ ଟୁଥପେଷ୍ଟ ଲଗାଇଥିବା ସ୍ଥାନକୁ ଧିରେ ଧିରେ ରଗଡି ଘସନ୍ତୁ ।

• ଏଭଳି କରି ସାରିବା ପରେ ଏହାକୁ ପାଣିରେ ଭଲଭାବେ ଧୋଇ ସଫା କରିଦିଅନ୍ତୁ ।

• ଏହାପରେ ଆପଣ ନିଜେ ଏହାର ଫରକ୍ ଦେଖିପାରିବେ ।

• ଏହି ପଦ୍ଧତିରେ ମଧ୍ୟ ଆପଣ କାରରେ ହୋଇଥିବା ସ୍କ୍ରାଚକୁ ମଧ୍ୟ ହଟାଇ ପାରିବେ ।