ଭାରତୀୟ ମୁଦ୍ରା ସହ ଜଡିତ କିଛି ରୋଚକ ତଥ୍ୟ ! ଯାହା ଆପଣଙ୍କୁ କରିଦେବ ଚକିତ

122

‘ଅର୍ଥ ବିନା ସବୁ ଅନର୍ଥ’ । ଯାହାର ଅର୍ଥ, ସ୍ୱଚ୍ଛଳତାର ମାପଦଣ୍ଡ; ମାନ ଏବଂ ଶକ୍ତିର ପ୍ରତୀକ । ଆଜି ଯେଉଁ ମୁଦ୍ରା ପ୍ରଚଳିତ ହେଉଛି ତାହା ପୂର୍ବରୁ ନଥିଲା । କାରଣ ପୁରୁଣା କାଳରେ ବସ୍ତୁ ବିନମୟ ଦ୍ୱାରା ବାଣିଜ୍ୟ କାରବାର କରାଯାଉଥିଲା । ତେବେ ଆସନ୍ତୁ ଜାଣିବା ଆମର ଅତି ପ୍ରିୟ ତଥା ଜୀବନର ଏକମାତ୍ର ସାହାରା ଟଙ୍କା ସଂପର୍କରେ କିଛି ରୋଚକ ତଥ୍ୟ ।

• ପ୍ରଥମେ ପେପର ବା କାଗଜ ଟଙ୍କାର ପ୍ରଚଳନ ଆରମ୍ଭ ହୋଇଥିଲା ଚୀନରେ । ୮ମ ଶତାଦ୍ଦୀ ବେଳକୁ ଏହା ପ୍ରଚଳିତ ହୋଇଥିଲା ବୋଲି ବିଶେଷଜ୍ଞଙ୍କ ମତ ରହିଛି । ଭାରତରେ ୧୮ଶ ଶତାଦ୍ଦୀରେ କିନ୍ତୁ ଘରୋଇ ବ୍ୟାଙ୍କ ଯେପରି ବ୍ୟାଙ୍କ ଅଫ୍ ବମ୍ବେ, ବ୍ୟାଙ୍କ ଅଫ୍ ମାଡ୍ରାସରେ ପେପର ତଥା କାଗଜ ଟଙ୍କାର ପ୍ରଚଳନ କରିଥିଲା ।

• ୧୮୬୧ରେ ଭାରତ ସରକାର ନିଜେ ନୋଟ୍ ଛାପିବା ଆରମ୍ଭ କରିଥିଲେ ।

• ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଅନେକ ଦେଶ ତଥା ଓମାନ୍, କୁଏତ୍, ବାହରିନ୍ ଓ କେନିଆ ଭଳି ଦେଶରେ ଭାରତୀୟ ଟଙ୍କା ପ୍ରଚଳିତ ଥିଲା ।

• ୧୯୧୭ବେଳକୁ ଭାରତୀୟ ମୁଦ୍ରାର ମୂଲ୍ୟ ଯୁକ୍ତରାଷ୍ଟ୍ରର ଡଲାରଠାରୁ ଅଧିକ ଥିଲା ।

• ନୋଟ୍ ଗୁଡିକର ତଥା କାଗଜର ଜୀବନକାଳ ସେମାନଙ୍କ ଚଳନି ଉପରେ ନିର୍ଭର କରିଥାଏ । ଯେତେ ଛୋଟ ମୂଲ୍ୟର ନୋଟ୍ ତାର ଜୀବନକାଳ ମଧ୍ୟ କମ୍ ହୋଇଥାଏ । ଯେପରିକି, ୧୦ ଟଙ୍କିଆ ନୋଟର ଜୀବନକାଳ ପାଖାପାଖି ୨ ବର୍ଷ ହୋଇଥିବାବେଳେ ୧୦୦ ଟଙ୍କିଆ ନୋଟର ଜୀବନକାଳ ହୋଇଥାଏ ୩ରୁ୪ ବର୍ଷ । ସେହିପରି ୫୦୦ ଓ ୧୦୦୦ ଟଙ୍କିଆ ନୋଟର ଜୀବନକାଳ ହୋଇଥାଏ ୫ରୁ ୭ ବର୍ଷ ।

• ୧୯୫୪ରୁ ୧୯୭୮ ମସିହା ପର୍ଯ୍ୟନ୍ତ ୫୦୦୦ ଓ ୧୦,୦୦୦ ଟଙ୍କିଆ ନୋଟର ପ୍ରଚଳନ ଥିଲା ।

• ନୋଟ୍ ଉପରେ ହିନ୍ଦୀ, ଇଂରାଜୀ ବ୍ୟତୀତ ୧୫ଟି ଆଂଚଳିକ ଭାଷାରେ ଲିଖନ ହୋଇଥାଏ ।

• ଦୃଷ୍ଟିହୀନମାନଙ୍କର ସୁବିଧା ପାଇଁ ମଧ୍ୟ ଟଙ୍କାରେ ବିଭିନ୍ନ ଆକୃତିର ଚିହ୍ନ ଛପାଯାଇଥାଏ । ଯେପରିକି, ୧୦୦୦ ଟଙ୍କା ପାଇଁ ହିରା,୫୦୦ ଟଙ୍କିଆ ପାଇଁ ବୃତ୍ତ, ୧୦୦ ଟଙ୍କିଆ ପାଇଁ ତ୍ରିକୋଣ ,୫୦ ଟଙ୍କିଆ ପାଇଁ ଚତୁର୍ଭୁଜ, ୨୦ ଟଙ୍କିଆ ପାଇଁ ଆୟତ ଚିତ୍ର ଏବଂ ୧୦ ଟଙ୍କିଆ ପାଇଁ କୌଣସି ଚିହ୍ନ ନଥାଏ ।

• ଟଙ୍କା ବା ମୁଦ୍ରାରେ ଲେଖାଯାଇଥିବା ବର୍ଷର ଠିକ୍ ତଳକୁ କିଛି ଚିହ୍ନ ମୁଦ୍ରିତ କରାଯାଇଥାଏ । ଯାହା ଟଙ୍କା ମୁଦ୍ରଣର ସ୍ଥାନକୁ ସୂଚିତ କରିଥାଏ । ଯେପରି, ଦିଲ୍ଲୀ ପାଇଁ ଏକ ଡଟ୍ ,ମୁମ୍ବାଇ ପାଇଁ ଏକ ହିରା, ହାଇଦ୍ରାବାଦ ପାଇଁ ଏକ ତାରା ଚିହ୍ନ ଏବଂ କୋଲକତାରେ ମୁଦ୍ରଣ କରାଯାଇଥିଲେ ଆଦୌ କୋଣସି ଚିହ୍ନ ନଥାଏ ।

• ଖାଲି ସେତିକି ନୁହେଁ ନୋଟରେ ଆଇ,ଜେ, ଓ, ଏକ୍ସ, ୱାଇ, ଜେଡ୍ ଆଦି ଅକ୍ଷର ଦେଖିବାକୁ ମିଳି ନଥାଏ ।

ଏହାସହ ମଧ୍ୟ ପଢନ୍ତୁ-କାହିଁକି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି କୋଲକତା ପୋଲିସ୍ ? ଜାଣନ୍ତୁ ଏହାର ଇତିହାସ