ବିଦେଶର ବିଚିତ୍ର ନିୟମ ! ଯାହା ଶୁଣି ଆପଣ ହେବେ ଆଶ୍ଚର୍ଯ୍ୟ 

191

କଥାରେ ଅଛି, ଯେ ଦେଶେ ଯାଇ ସେ ଫଳ ଖାଇ । ଏଣୁ ବିଦେଶ ଯାତ୍ରା କରିବା ପୂର୍ବରୁ ସେଠାକାର ବିଭିନ୍ନ ନିୟମ ସମ୍ପର୍କରେ ଭଲଭାବେ ଅବଗତ ହେବା ଦରକାର, ନଚେତ ହଇରାଣ ହେବା ସ୍ୱଭାବିକ ।

– ଜର୍ମାନୀର ଓଟୋଭେନ ସହରର ଜାତୀୟ ରାଜପଥରେ ଗାଡି ଚଳାଇବା ପୂର୍ବରୁ ସ୍ଥାନୀୟ ଲୋକ ବେଶ ସଚେତନ ହୋଇଯାନ୍ତି । କାରଣ ଗାଡି ସେହି ରାସ୍ତାରେ ଚଳାଇଥିବା ବେଳେ ଯଦି ଇନ୍ଧନ ଶେଷ ହୋଇଗଲା, ତେବେ ଚାଳକଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡେ । ବିଭିନ୍ନ ସହରକୁ ଯୋଗାଯୋଗ କରୁଥିବା ଏହି ଜାତୀୟ ରାସ୍ତାଟିରେ ଗୋଟିଏ ଗାଡିର ଏଭଳି ଅବସ୍ଥା କାରଣରୁ ଟ୍ରାଫିକ୍ ଜାମ୍ ଭୟଙ୍କର ରୂପ ଧାରଣ କରିଥାଏ । ଏଣୁ ସ୍ଥାନୀୟ କର୍ତ୍ତୃପକ୍ଷ ଲୋକଙ୍କୁ ସଚେତନ କରାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ।

– ଲଣ୍ଡନରେ ଏକ ବିଚିତ୍ର ନିୟମ କାହିଁ କେଉଁ କାଳରୁ ପ୍ରଣୟନ ହୋଇରହିଛି । ପ୍ଲେଗ୍ ଆକ୍ରାନ୍ତ ରୋଗୀ ଟ୍ୟାକ୍ସି ଅଟକାଇ ପାରିବେ ନାହିଁ । ଏହି ସଂକ୍ରମିତ ରୋଗ ଅନ୍ୟମାନଙ୍କୁ ଯେପରି ନ ବ୍ୟାପେ, ସେଥିପାଇଁ ଅନେକ ବର୍ଷ ତଳେ ଏହି ନିୟମ ଲାଗୁ ହୋଇଥିଲା । ଯାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି ।

– ୧୮୩୯ରେ ତତ୍କାଳୀନ ଲଣ୍ଡନ ସରକାର ଘର ବାହାରେ ଅଳିଆ ଫିଙ୍ଗିଲେ ୧୦ ହଜାର ଜୋରିମାନ ବ୍ୟବସ୍ଥା ଆରମ୍ଭ କରିଥିଲେ । ସେହି ସମୟରୁ ହିଁ ସେଠାକାର ଲୋକ ପ୍ରଦୂଷଣ ବାବଦରେ ସଚେତନ ହୋଇ ନିଜ ଘର ବାହାର ପରିଷ୍କାର ରଖିବା ଆରମ୍ଭ କରିଥିଲେ ।

– ୨୦୦୮ରେ ଭେନିସ ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ନିୟମ ପ୍ରଣୟନ କରାଗଲା ଯେ ସ୍ଥାନୀୟ ଲୋକ କିମ୍ବା ପର୍ଯ୍ୟଟକ ପାରାଙ୍କୁ ଖାଦ୍ୟ ଦେଇପାରିବେ ନାହିଁ । ଏଭଳି କରୁଥିବାର ଦେଖାଗଲେ ତୁରନ୍ତ ପୋଲିସ ଗିରଫ କରିବ ।

– ଇଟାଲୀ ଯାଉଥିବା ପର୍ଯ୍ୟଟକଙ୍କୁ ଭଲଭାବେ ଅବଗତ କରାଯାଏ ଯେ ସ୍ଥାନୀୟ ଲୋକଙ୍କୁ ଦ୍ଖିଲେ ସେମାନେ ହସିବା ଉଚିତ । ଏପରି ନ କଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡେ ।

– ୧୯୮୬ ପରଠାରୁ ବ୍ରିଟେନରେ ସାଲମନ୍ ମାଛ ଘରେ ରହିବା ନେଇ କଡା ନିୟମ ପ୍ରଣୟନ କରାଗଲା । ଏପରିକି ସେଠାରେ ଏହି ମାଛ ରାନ୍ଧି ଫ୍ରିଜରେ ରଖିବା ମଧ୍ୟ ବେଆଇନ୍ ।