ଆରବିଆଇର ବଡ ଘୋଷଣା : ଏହି ୧୦ଟି ସେବାର ହକଦାର ହେବେ ପ୍ରତିଟି ଗ୍ରାହକ, ବ୍ୟାଙ୍କ ବି କରି ପାରିବନି ମନା

70

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଆରବିଆଇ ପକ୍ଷରୁ ଗଠିତ ବ୍ୟାଙ୍କିଂ କୋଡସ ଆଣ୍ଡ ଷ୍ଟାଣ୍ଡାର୍ଡସ ବୋର୍ଡ ଅଫ ଇଣ୍ଡିଆ (ବିସିଏସବିଆଏ) ବ୍ୟାଙ୍କ ଗ୍ରାହକମାନଙ୍କୁ ୧୦ଟି ଏଭଳି ସେବାର ହକଦାର ବୋଲି ଘୋଷଣା କରିଛି । ଯାହାକି ପ୍ରତ୍ୟେକ ବ୍ୟକ୍ତି ପାଇବା ବାଧ୍ୟତାମୂଳକ । ଏବଂ ଏହି ୧୦ଟି ଫାଇଦା ସଂପର୍କରେ ଆପଣ ବି ଜାଣିରଖିବା ଉଚିତ ।

ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଅଧିକାଂଶ ବ୍ୟାଙ୍କ ଖାତାଧାରୀମାନେ ସେମାନଙ୍କ ପାଖରେ ଥିବା ଅଧିକାର ସଂପର୍କରେ ସଂପୂର୍ଣ୍ଣ ଭାବରେ ଅଜ୍ଞ ଥାନ୍ତି । ଯେଉଁ କାରଣରୁ ସେମାନେ ବ୍ୟାଙ୍କର ଅଧିକାଂଶ ସୁବିଧାରୁ ବଂଚିତ ହୋଇଥାନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

• ବେସିକି ତଥା ଛୋଟ ଖାତା ଖୋଲିବାର ଅଧିକାର ପ୍ରତ୍ୟେକ ବ୍ୟକ୍ତି ନିକଟରେ ରହିଛି । ଗୋଟିଏ ଫଟୋ ଏବଂ ବ୍ୟାଙ୍କ ଖାତା ଖୋଲିବା ପାଇଁ ଫର୍ମରେ ହସ୍ତାକ୍ଷର କରି କିମ୍ବା ଟିପଚିହ୍ନ ଦେଇ ଏହାକୁ ଖୋଲି ପାରିବେ । ତେବେ ଏହି ଖାତାରେ ଟଙ୍କା ନେଣଦେଣର ସୀମା ରହିଥାଏ ।

• ସେହିପରି ବ୍ୟାଙ୍କର ଜମା ଖାତା ସଂପର୍କିତ ସମସ୍ତ ତଥ୍ୟ ବା ସର୍ତ୍ତାବଳୀ ଗ୍ରାହକଙ୍କୁ ଖାତା ଖୋଲଯିବା ସମୟରେ ଦେବାକୁ ହୋଇଥାଏ । ଯଦି ବ୍ୟାଙ୍କ ଏହା ନକରେ ତେବେ ଆପଣ ଏହାର ଅଭିଯୋଗ କରିପାରିବେ ।

• ବେସିକ ଖାତାରେ ଯଦି ଅର୍ଥରାଶି ଜିରୋ ରହିଛି ତେବେ ବି ବ୍ୟାଙ୍କ ଆପଣଙ୍କ ଖାତା ବନ୍ଦ କରିପାରିବ ନାହିଁ । ଏଥିସହିତ ସର୍ବନିମ୍ନ ଆକାଉଂଟ ନାଁରେ କୌଣସି ପ୍ରକାରର ଜରିମାନା ମଧ୍ୟ ଲାଗୁ କରିବାର ଅଧିକାର ବ୍ୟାଙ୍କ ନିକଟରେ ନାହିଁ ।

• ବ୍ୟାଙ୍କରେ ଥିବା ଆକାଉଂଟଟି ଯଦି କୌଣସି କାରଣରୁ ବନ୍ଦ ହୋଇ ପଡିଛି ତେବେ ତାକୁ ପୁଣି ଥରେ ଚାଲୁ କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନେବ ନାହିଁ ।

• ଯଦି ଆପଣଙ୍କ ନିକଟରେ କଟାଫଟା ପୁରୁଣା ନୋଟ୍ ରହିଛି ତେବେ ଆପଣ ବ୍ୟାଙ୍କର ଯେକୌଣସି ଶାଖାକୁ ଯାଇ ତାକୁ ବଦଳ କରିପାରିବେ ।

• ଯଦି ଆପଣ ବ୍ୟାଙ୍କର କୌଣସି ସେବାରେ ଅସନ୍ତୁଷ୍ଟ ଅଛନ୍ତି ତେବେ ଆପଣ ବ୍ୟାଙ୍କର ଶାଖାକୁ ଯାଇ ଅଧିକାରୀ କିମ୍ବା ଟୋଲ ଫ୍ରି ନମ୍ବରରେ କଲ କରି ଏସଂପର୍କରେ ଅଭିଯୋଗ କରିପାରିବେ ।

• ଏଥିସହିତ ଯଦି କୌଣସି କର୍ମଚାରୀ ଆପଣଙ୍କ ସହିତ ଅଭଦ୍ରାମୀ କରନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ ।

• ବରିଷ୍ଠ ନାଗରିକ/ ଦିବ୍ୟାଙ୍ଗ ଲୋକମାନଙ୍କୁ ଗୋଟିଏ ଜାଗାରେ ହିଁ ସବୁ ସୁବିଧା ଯୋଗାଇ ଦିଆଯିବା ହେଉଛି ସମସ୍ତ ବ୍ୟାଙ୍କର ପ୍ରଥମ ଅଧିକାର ।

• କୌଣସି ବି ବ୍ୟକ୍ତି କୌଣସି ବି ବ୍ୟାଙ୍କରୁ ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫରରୁ ୫୦,୦୦୦ ପର୍ଯ୍ୟନ୍ତ ଟଙ୍କା ଅନ୍ୟ କୌଣସି ବ୍ୟାଙ୍କ ଖାତାରେ ଜମା କରିପାରିବେ ।

• ଚେକ କଲେକସନରେ ବ୍ୟାଙ୍କ ତରଫରୁ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ଲାଗିଲେ ଗ୍ରାହକଙ୍କୁ ଏଥିପାଇଁ ଟଙ୍କା ପାଇବାର ଅଧିକାର ରହିଛି । ଆଉ ଏହି ରକମ ସାଧାରଣ ସୁଧଦର ହିସାବରେ ବ୍ୟାଙ୍କ ପରିଶୋଧ କରିବ ।

• ଯଦି କୌଣସି ଗ୍ରାହକ ବ୍ୟାଙ୍କରୁ ଲୋନ ନେଇଛନ୍ତି, ଯେଉଁଥିପାଇଁ ସିକ୍ୟୁରିଟି ଦେଉଛନ୍ତି ତେବେ ଏହି ମାମଲାରେ ବ୍ୟକ୍ତି ନେଇଥିବା ଲୋନ ସଂପୂର୍ଣ୍ଣ ରୂପେ ପରିଶୋଧ କରିବାର ୧୫ ଦିନ ମଧ୍ୟରେ ସିକ୍ୟୁରିଟି ବାବାଦକୁ ଦେଇଥିବା ଟଙ୍କା ଫେରସ୍ତ ମିଳିବ ।