ଏକ ଟଙ୍କିଆ ପୁରୁଣା ନୋଟ୍ ବିକି ହୁଅନ୍ତୁ କୋଟିପତି ! ଜାଣନ୍ତୁ ପୂରା ପ୍ରକ୍ରିୟା

179

ଆଜ୍ଞା ହଁ ! ଯଦି ଆପଣଙ୍କ ନିକଟରେ ଏକ ଟଙ୍କିଆ ନୋଟ୍ ରହିଛି ତେବେ ଆପଣ ରାତାରାତି ହୋଇ ଯାଇପାରନ୍ତି ମାଲେମାଲ । କାରଣ ସୋସିଆଲ ମିଡିଆରେ ଏବେ ଏକ ଖବର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି କି ଏକ ଟଙ୍କିଆ ନୋଟ୍ ଆପଣଙ୍କୁ କରିଦେବ କୋଟିପତି । ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣାଟି କଣ ।

ଇ-କମର୍ସ ୱେବସାଇଟ ‘ଇବେ’ରେ ମୋଂଟେକ ସିଂହ ଏହଲୁୱାଲିଆଙ୍କ ଦସ୍ତଖତ ହୋଇଥିବା ଏକ ଟଙ୍କିଆ ନୋଟକୁ ପାଖାପାଖି ୧୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ସୂଚନା ମୁତାବକ, ଇବେ ୱେବସାଇଟରେ ବିପୁଳ ପରିମାଣର ନୋଟ୍ ଉପରେ ନିଲାମ ଲଗାଯାଇଥାଏ । ଯିଏ ଯେତେ ଅଧିକ ପରିମାଣରେ ଏହି ଟଙ୍କାର ନିଲାମ ଡାକିବ ତାଙ୍କୁ ଏହି ନୋଟଗୁଡିକୁ ପ୍ରଦାନ କରାଯିବ । ତେବେ ଏହିଭଳି ଭାବରେ ପାଖାପାଖି ୧ ହଜାର ଟଙ୍କାର ନୋଟ୍ ମଧ୍ୟ ଏହି ୱେବସାଇଟରେ ବିକ୍ରି କରାଯାଉଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହାର ବାସ୍ତବିକ ମୂଲ୍ୟ ରହିଛି ୧ କୋଟି ଟଙ୍କା । ତେବେ ବିକ୍ରି କରିବା ଲୋକଙ୍କ ଦାବି ରହିଛି କି ଏହି ନୋଟର ପ୍ରିଂଟିଂ ସମୟରେ ତା ଉପରେ କାଳି ପଡିଯାଇଥିଲା ଏବଂ ଏଥିସହ ମଧ୍ୟ ଏହାର ସିରିୟଲ ନମ୍ବର ଦୁର୍ଲଭ ଅଟେ ।

‘ଇବେ’ରେ ହିଁ ୧୦୦ ଟଙ୍କାର ଦୁଇଟି ନୁଆ ନୋଟ୍ ୨ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି ହେବାକୁ ଯାଉଛି । ତେବେ ଏହି ନୋଟର ବିଶେଷତା ହେଲା କି ଏହାର ସିରିୟଲ ନମ୍ବରର ଶେଷରେ ୭୮୬ ଏବଂ ଛଟି ଶୂନ୍ ରହିଛି । ଖାଲି ସେତିକି ନୁହେଁ ଏଥିସହ ସେଠାରେ ବିକ୍ରି କରାଯାଉଥିବା କିଛି ନୋଟ୍ ଭିନ୍ନ ଶ୍ରେଣୀର ମଧ୍ୟ ଅଟେ । ଏହି ନୋଟଗୁଡିକରେ ମିସପ୍ରିଂଟ ହୋଇଥିବା ନୋଟ୍ ମଧ୍ୟ ସାମିଲ ରହିଛି । ଅନେକ ନୋଟରେ ସିରିୟଲ ନମ୍ବର ନାହିଁ । ତେବେ ଏଭଳି ନୋଟଗୁଡିକର ମୂଲ୍ୟ ମଧ୍ୟ ଲକ୍ଷେ ଟଙ୍କା ରହିଛି ।

ତେବେ ଏଭଳି ପ୍ରକାରର ନୋଟ ଯଦି ଆପଣଙ୍କ ନିକଟରେ ରହି ଯାଇଛି ତେବେ ଆପଣ ମଧ୍ୟ ଇ-କମର୍ସ ୱେବସାଇଟ୍ ଇବେ ଜରିଆରେ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିବେ ।