ଏଣିକି ୧୦୮କୁ କଲ୍ କରିବା ସମୟରେ ଆପଣଙ୍କୁ ଜଣାଇବାକୁ ପଡିବନି ଠିକଣା, ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିବ ଆମ୍ବୁଲାନ୍ସ

1,289

ଏଣିକି ଅଜଣା ଅଚିହ୍ନା ସ୍ଥାନ ବା ସହରରେ ସଡକ ଦୁର୍ଘଟଣାର ଶିକାର ହେଲେ ଆପଣଙ୍କୁ ୧୦୮ଆମ୍ବଲାନ୍ସକୁ ଡାକିବା ପାଇଁ ଆଉ ଲୋକେସନର ଦେବାକୁ ଆବଶ୍ୟକ ପଡିବ ନାହିଁ । ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଫିଚର କୌଣସି ବି ଫୋନରେ କଲ କରନ୍ତି ତେବେ ବି ଆମ୍ବୁଲାନ୍ସ ଆପଣଙ୍କଠାରୁ ବିନା ଠିକଣା ଜାଣି ଘଟଣାସ୍ଥଳରେ ପହଂଚିଯିବ । ଆକ୍ସିଡେଂଟ ସ୍ପଟ ପର୍ଯ୍ୟନ୍ତ ପହଂଚିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଉଭୟ ଗୁଗଲ ଏବଂ ଟେଲିକମ ସର୍ଭିସ ପ୍ରୋଭାଇଡରଙ୍କ ସହ ବନ୍ଦୋବସ୍ କରାଯାଇଛି । ଏଥିପାଇଁ ୧୦୮ କଲ ସେଂଟର ଅପଡେଟ କରାଯାଇଛି ।

ଟାୱାର ଜରିଆରେ ଜଣାପଡିବ କଲରଙ୍କ ଲୋକେସନ

ଏହି ବନ୍ଦୋବସ ଅନୁସାରେ ସ୍ମାର୍ଟ ଫୋନରୁ କଲ କରିବା ଦ୍ୱାରା ସ୍ପଟ ଯାଏଁ ପହଂଚିବା ପାଇଁ ଜିପିଏସର ସହାୟତା ନିଆଯିବ । ସେହିପରି, ଫିଚର ଫୋନରୁ କଲ କଲେ ଟାୱାର ଲୋକେସନ ଜରିଆରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ତୁରନ୍ତ ପହଂଚିଯିବ । ବିନା ଇଂଟରନେଟ ବାଲା ଫୋନରୁ କଲ କଲେ କଲ ସେଂଟରକୁ ନିକଟସ୍ଥ ସର୍ଭିସ ପ୍ରୋଭାଇଡର ଙ୍କଠାରୁ ଏକ ମେସେଜ ମିଳିବ । ଯେଉଁଥିରେ ଦୁର୍ଘଟଣା ଘଟିଥିବାର ସ୍ଥାନ ସଂପର୍କରେ ପୂରା ତଥ୍ୟ ଉଲ୍ଲେଖ ଥିବ । ଏହାପରେ କଲ ସେଂଟର, ଫୋନ କରିଥିବା ବ୍ୟଙ୍କିଙ୍କର ଲୋକେସନ ନିକଟସ୍ଥ ଆମ୍ବୁଲାନ୍ସକୁ ଫରୱାର୍ଡ କରିବ, ଯାହାଦ୍ୱାରା ପୀଡିତକୁ ଖୁବ ଶୀଘ୍ର ସୁବିଧା ମିଳିପାରିବ ।

ଏଠାରେ ଆମେ କହି ରଖୁଛୁ କି, ଯଦି ଘଟଣାସ୍ଥଳରୁ ଟାୱାର ୨୦୦ରୁ ୩୦୦ ମିଟରର ଆଖପାଖରେ ରହିଛି ତେବେ ଆମ୍ବୁଲାନ୍ସ ୨୫ ମିନିଟ୍ ଭିତରେ ପହଂଚିଯିବ । ଉତରପ୍ରଦେଶରେ ଏହାର ପାୟଲଟ ପ୍ରୋଜେକ୍ଟ ସଫଳ ରହିଛି । ୟୁପିରେ ଏହି ସୁବିଧା ଆଗାମୀ ଫ୍ରେବୃଆରୀରେ ଆରମ୍ଭ ହୋଇଯିବ । ଏହାପରେ ଦେଶର ବାକି ରାଜ୍ୟମାନଙ୍କରେ ଏହାର ଶୁଭାରମ୍ଭ କରାଯିବ । ଉଲ୍ଲେଖନୀୟ କି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନୁସାରେ ସାରା ଦେଶରେ ୨୫ ହଜାର ଆମ୍ବୁଲାନ୍ସ ଚାଲୁଛି ।