ନୂଆବର୍ଷଠାରୁ ନୂଆ କଟକଣା ! ଡ୍ରାଇଭିଂ ଲାଇସେନ୍ସ କିମ୍ବା ପଂଜିକରଣ ନେଇ ଚାଳକଙ୍କ ପାଇଁ ବଢିଲା ସମସ୍ୟା

48

ଡ୍ରାଇଭିଂ ଲାଇସେନ୍ସ ତିଆରି କରନ୍ତୁ କିମ୍ବା ଗାଡିର ପଂଜିକରଣ କରନ୍ତୁ ଏବେ ନୂଆ ନିୟମ ଆଧାରରେ ଆପଣ ଏହି କାମ କରିବାକୁ ଏକପ୍ରକାରେ ବାଧ୍ୟ ଅଟନ୍ତି । କାରଣ ନୂଆ ବର୍ଷ ଆରମ୍ଭ ହେବା କ୍ଷଣି ହିଁ ଏକ୍ଷେତ୍ର ସରକାର ଏକ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସୂଚନା ମୁତାବକ, ହରିୟାଣାରେ ବର୍ତ୍ତମାନ ଗାଡି ପଂଜିକରଣ ଏବଂ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଉପରେ ନୂଆ କଟକଣା ଲାଗୁ କରାଯାଇଛି । ଯାହାଦ୍ୱାରା କେବଳ ଅନଲାଇନରେ ଆବେଦନ କରି ହିଁ ଗାଡିର ପଂଜକରଣ କରିବା ସହ ଡିଏଲ କରିପାରିବେ । ସରକାର ନୂଆବର୍ଷରୁ ରାଜ୍ୟରେ ଇ-ଟ୍ରାନ୍ସପୋର୍ଟ ମେସିନ ମୋଡ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଗାଡିଗୁଡିକର ପଂଜିକରଣ ପାଇଁ ବାହନ ୪.୦ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ସାରଥି ୪.୦କୁ ସମସ୍ତ ମଡେଲ ସହିତ ହିଁ ଲାଗୁ କରାଯାଇଛି ।

ପରିବହନ ବିଭାଗର କୌଣସି ବି ସେବାର ସୁବିଧା ନେବାପାଇଁ ହେଲେ ଗାଡିମାଲିକ ମାନଙ୍କୁ ଏବେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏହାଦ୍ୱାରା ଆରଟିଓ କର୍ମଚାରୀଙ୍କ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ ତଥା ଡିଏଲ ପାଇଁ ଅଫିସର ଚକ୍କର କାଟିବାକୁ ମଧ୍ୟ ପଡିବନାହିଁ । ତେବେ ଏହି ବ୍ୟବସ୍ଥା ଲାଗୁ କରାଯିବାର ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କ୍ୟାସଲେସ, ପେପର ଲେସ ତଥା ଚିନ୍ତା ମୁକ୍ତ କରିବା ।