ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ କରିବା ହେଲା କାଳ : ସ୍ତ୍ରୀର ମୁଣ୍ଡ ଲଣ୍ଡା କଲେ ସ୍ୱାମୀ

66

2ଗୋଟେ ପଟେ କେନ୍ଦ୍ର ସରକାର ଦେଶରେ ଶିଶୁକନ୍ୟାର ସୁରକ୍ଷା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ଦେଇ ଶିଶୁକନ୍ୟାଙ୍କୁ ସଶକ୍ତ କରିବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟପଟେ ଆଗ୍ରାରେ ଘଟିଛି ଏକ ଦୁଃଖଦ ଘଟଣା । ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ସ୍ୱାମୀ ଓ ଶାଶୁଘର ଲୋକଙ୍କ ଠାରୁ ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି ଜଣେ ମହିଳା ।

3ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ସୂଚନା ଅନୁସାରେ , ଆନିମିଆରେ ପୀଡିତ ନାନୁ ନାମ୍ନୀ ଏହି ମହିଳା ଜଣକ ଏକ ଲିଖିତ ଅଭିଯୋଗ ପୁଲିସରେ ଦେଇଛନ୍ତି । ନିଜ ସ୍ୱାମୀ-ଶାଶୁଘର ଲୋକଙ୍କ ବିରୁଦ୍ଧରେ ଦେଇଛନ୍ତି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ସେହି ମହିଳାଙ୍କୁ ତାଙ୍କର ଶାଶୁଘର ଲୋକେ ମୁଣ୍ଡକୁ ଲଣ୍ଡିତ କେଶ କରିଦେଇଛନ୍ତି ।

ନାନୁ ନାମ୍ନୀ ଏହି ମହିଳା ଜଣକ ୭ ବର୍ଷ ତଳେ ରାଶିଦ ନାମରେ ଜଣ ଅଟୋ ଚାଳକକୁ ବୈଦିକ ରୀତିରେ ବିବାହ କରିଥିଲେ । ଆଗରୁ ଉଭୟଙ୍କର ୪ବର୍ଷ ବୟସର ଏକ ଝିଅଟେ ଅଛି । ଏହି ନଭେମ୍ବରର ଶେଷ ଆଡକୁ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି ମହିଳା । ଏହାପରେ ତାଙ୍କ ଉପରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ଶାରୀରିକ ଓ ମାନସିକ ଆକ୍ରମଣ ଆରମ୍ଭ ହୋଇଯାଇଛି । ମାଡ ମାରି ଘରୁ ତଡି ଦେଇଛନ୍ତି । ସଦ୍ୟ ଜନ୍ମିତ ଶିଶୁଟି ମା’କ୍ଷୀର ପାଇଁ କାନ୍ଦୁଥିବା ବେଳେ ଶାସୁଘର ଲୋକେ ମା’ ଓ ଛୁଆକୁ ଅଲଗା କରିରଖିଛନ୍ତି । ପୀଡିତା ଜଣକ ପୁଲିସରେ ଅଭିଯୋଗ ପରେ ସ୍ୱାମୀ ସହ ୫ଜଣ ସଦସ୍ୟଙ୍କୁ ପୁଲିସ ଅଟକ ରଖିଛି । ସୂଚନା ଅନୁସାରେ ପିଲାଟିକୁ ତାର ମା’ପାଖକୁ ଛାଡିଛନ୍ତି । ପୀଡିତାଙ୍କୁ ପୁଣି ଘରକୁ ନେବା ପାଇଁ ପୁଲିସ୍ ଶାଶୁଘର ଲୋକଙ୍କୁ ବୁଝାଇବା ସହ ଚାପ ପକାଇଛି ।

ଏହାସହ ମଧ୍ୟ ଦେଖନ୍ତୁ- ଏମିତି ବି ଅଛି ଅଜବ ନିୟମ : ଛୋଟବେଳୁ ପିଲାଙ୍କୁ ଦିଆଯାଏ ଯୌନଶିକ୍ଷା