ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଏବେ ଗୋଟିଏ ଭୁଲ ପାଇଁ ଆପଣଙ୍କ ପକେଟରୁ ଯାଇପାରେ ୫ ହଜାର ଟଙ୍କା, ଲାଗୁ ହେଲା ନୂଆ ନିୟମ

50

ଆଜିକା ଦିନରେ ଲୋକଙ୍କଠାରେ ବିଶେଷ କରି କାର ଚଲାଇବାର ସଉକିନ୍ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଆପଣଙ୍କୁ ଜଣା ଅଛି କି କାର ଚାଳକଙ୍କ ପାଇଁ ନିକଟରେ ଏକ ନୂଆ ନିୟମ ଲାଗୁ କରାଯାଇଛି, ଯେଉଁଥିରେ ଆପଣଙ୍କର ଏହି ସଉକ୍ ହିଁ ଆପଣଙ୍କ ପକେଟ୍ ଖାଲି କରିବାର ଯଥେଷ୍ଟ ଭୂମିକା ଗ୍ରହଣ କରିଛି । ତେବେ ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ . . .

ଆପଣ କାର ନିଶ୍ଚୟ ଚଲାଉଥିବେ ତେବେ ନିଜର ନୂଆ କାରର ମେଂଟେନ ଏବଂ ସୌନ୍ଦର୍ଯ୍ୟତା ବଜାୟ ରଖିବା ସହ କାରକୁ ଆଡଭାନ୍ସ ଫିଚର୍ସ ସହିତ ମଧ୍ୟ ଲେସ କରିଥାନ୍ତି । ହେଲେ ଯଦି ଆପଣ ଆପଣଙ୍କର କାରକୁ ଆକ୍ସିଡେଟରେ ନିଜ ଗାଡିକୁ କ୍ଷତିରୁ ରକ୍ଷା କରିବାକୁ କ୍ରାସ ଗାର୍ଡ ବା ବୁଲ ଗାର୍ଡ ଲଗାଇଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଆଉ ସେ ପୁଣି ୫ ହଜାର ଟଙ୍କା ପର୍ଯ୍ୟନ୍ତ ।

ସେହିପରି କେନ୍ଦ୍ର ସରକାର ସାରା ଦେଶର ଆରଟିଓଠାରୁ ଏଭଳି ବେଆଇନ ବମ୍ପର ଗାର୍ଡ ଲଗାଯିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରରେ ବମ୍ପର ଗାର୍ଡ ବା ବୁଲଗାର୍ଡ ଲଗାଇଥିବା ମାଲିକଙ୍କ ଉପରେ ହଜାରୁ ୫ ହାଜର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।