ବିଧାୟକଙ୍କ ହଟ୍ଟଗୋଳକୁ ଦେଖାଇ ପାରିବ କି ଗଣମାଧ୍ୟମ ? ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର କରିବାକୁ ବିରୋଧୀଙ୍କ ଜିଦ । ବାଚସ୍ପତି କହିଲେ ଗୋଟିଏ ଦିନ ପାଇଁ ଦେଇଥିଲି ରୁଲିଂ ।

ଗୃହ ମଧ୍ୟରେ ବିଧାୟକଙ୍କ ହଟ୍ଟଗୋଳ ଗଣମାଧ୍ୟମରେ ପ୍ରକାଶ ହେବା ଉଚିତ କି ନୁହେଁ । ଯେଉଁ ଜନପ୍ରତିନିଧିଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇଛନ୍ତି, ସେମାନେ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କିଭଳି କାର୍ଯ୍ୟ କରୁଛନ୍ତି, ଏହା ଦେଖିବା କିମ୍ବା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି କି ନାହିଁ, ତାହା ଏବେ ବିତର୍କର ବିଷୟ ହୋଇଛି ।

112

କନକ ବ୍ୟୁରୋ: ବିଧାୟକଙ୍କ ହଟ୍ଟଗୋଳ ଟିଭିରେ ଦେଖାଇବା ଉଚିତ କି ନୁହେଁ? ଗୃହକୁ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ, ଅନ୍ୟପଟେ ରୁଲିଂ ପ୍ରତ୍ୟାହାର କରିବା ପାଇଁ ବିରୋଧୀଙ୍କ ଜିଦ୍ । ଶୁକ୍ରବାର ଭଳି ଆଜି ବି ଅଚଳ ହୋଇପଡିଥିଲା ବିଧାନସଭା । ବାଚସ୍ପତିଙ୍କ ରୁଲିଂ ଗୋଟିଏ ଦିନ ପାଇଁ ଥିବା ଶାସକ ଦଳ କହୁଥିବା ବେଳେ ଲିଖିତ ଭାବେ ଜଣାଇବାକୁ ଦାବି କରୁଛନ୍ତି ବିରୋଧୀ ।

ବଜେଟ ଅଧିବେଶନର ପ୍ରଥମ ଦିନରେ ଗୃହକାର୍ଯ୍ୟ ଚାଲିଥିବା ସମୟରେ ଅଫିସର ଗ୍ୟାଲେରୀରେ କୌଣସି ଅଫିସର ଉପସ୍ଥିତ ନ ରହିବା ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦେଇ କହିଥିଲେ ଗୃହର ମଧ୍ୟ ଭାଗକୁ ଆସି କୌଣସି ସଭ୍ୟ ପ୍ରତିବାଦ କରିବାର ଖବର କୌଣସି ଗଣମାଧ୍ୟମ ପ୍ରକାଶିତ କରି ପାରିବେନାହିଁ ।

ବିଧାନସଭାରେ ବାଚସ୍ପତି ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ପ୍ରଶ୍ନ ଉଠୁଛି, ଗୃହ ମଧ୍ୟରେ ବିଧାୟକଙ୍କ ହଟ୍ଟଗୋଳ ଗଣମାଧ୍ୟମରେ ପ୍ରକାଶ ହେବା ଉଚିତ କି ନୁହେଁ । ଯେଉଁ ଜନପ୍ରତିନିଧିଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇଛନ୍ତି, ସେମାନେ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କିଭଳି କାର୍ଯ୍ୟ କରୁଛନ୍ତି, ଏହା ଦେଖିବା କିମ୍ବା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି କି ନାହିଁ, ତାହା ଏବେ ବିତର୍କର ବିଷୟ ହୋଇଛି ।