ଆଜି ବି ବିଧାନସଭା ଠପ୍ : ସର୍ବଦଳୀୟ ବୈଠକରେ ଅସମାପ୍ତ ରହିଲା ଆଲୋଚନା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୃହରେ ଜାରି ରହିଛି ଶାସକ ବିରୋଧୀଙ୍କ ମଧ୍ୟରେ ଟଣାଓଟଣା  । ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଆକ୍ରାମଣାତ୍ମକ ରୂପ ଆପଣେଇ ଥିଲେ । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ କଳା ଗାଉନ ପିନ୍ଧି ହଙ୍ଗାମା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବି ଘୋଷଣା କରାଯାଇଥିଲା । ସେପଟେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ଆଲୋଚନା ଅସମାପ୍ତ ରହିଛି । ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇ ଆଲୋଚନା ଆରମ୍ଭ କରିଛନ୍ତି ବାଚସ୍ପତି ।  ତେବେ ଏବି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇନାହାନ୍ତି । ତାଙ୍କୁ ଅନୁରୋଧ କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ରୋହିତ ପୂଜାରୀ ଏବଂ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ଯାଇଥିବା ସୂଚନା ମିଳିଛି । ପୁଣିଥରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି, ଆସନ୍ତାକାଲି ଯାଏ ଗୃହ କୁ ମୁଲତବି କରାଯାଇଛି ।