ଆଜି ବି ଅଚଳ ହେଲା ବିଧାନସଭା । ପଲ୍ଲୀସଭା ଓ ଗ୍ରାମସଭା ପ୍ରସଙ୍ଗରେ ପଂଚାୟତରାଜମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀଙ୍କ ହଟ୍ଟଗୋଳ

46

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା । ପ୍ରଶ୍ନକାଳରେ ପଂଚାୟତରାଜ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରି ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆଦିବାସୀ ଅଂଚଳରେ ପଲ୍ଲୀସଭା ପେଶା ଆଇନ ଅନୁଯାୟୀ ହେଉଛି ନା ପଂଚାୟତ ରାଜ୍ୟ ଆଇନ ଅନୁଯାୟୀ ହେଉଛି ତାକୁ ନେଇ ପ୍ରଶ୍ନ ପଚାରିଥିଲେ ପ୍ରଫୁଲ ମାଝୀ । ଉତ୍ତରରେ ମନ୍ତ୍ରୀ କହିଥିଲେ ସମ୍ବିଧାନର ଧାରା ୪. ୨୪୩ ଅନୁଯାୟୀ ପଲ୍ଲୀସଭା ହେଉଛି ।

ତେବେ ମନ୍ତ୍ରୀଙ୍କ ଏହି ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ହଟ୍ଟଗୋଳ କରିଛନ୍ତି । ଗୃହ ଚାଲି ନପାରିବାରୁ ବାଚସ୍ପତି ପ୍ରଥମେ ୧୨ଟା ଯାଏଁ ଓ ପରେ ଦିନ ୩ଟା ଯାଏଁ ମୂଲତବୀ ଘୋଷଣା କରିଛନ୍ତି । ମନ୍ତ୍ରୀ ଗୃହକୁ ଭୂଲ ଉତ୍ତର ଦେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ । ସମ୍ବିଧାନରେ ଏଭଳି  ଧାରା ନଥିବା ନାହିଁ ବୋଲି କହିଛନ୍ତି ବିରୋଧୀ ।