ଚାଷୀ ପ୍ରସଙ୍ଗରେ ଗୃହରେ କମ୍ପିଲେ ବିରୋଧୀ! ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ, ଗୃହ ୩ଟା ଯାଏଁ ମୁଲତବୀ

43

କନକ ବ୍ୟୁରୋ : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହ ଅଚଳ । କୃଷି ଓ କୃଷକ ପ୍ରସଙ୍ଗରେ କମ୍ପିଲା ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବ୍ୟାନର ଦେଖାଇ ନାରାବାଜି କରିବା ସହ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଅପରାହ୍ଣ ୩ଟାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହର କାଯ୍ୟକାଳ ଆରମ୍ଭ ହେଉ ହେଉ ମୁଲତବୀ ପ୍ରସ୍ତାବ ଆଣିଥିଲଶ ବିରୋଧୀ କଂଗ୍ରେସ । ତେବେ ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ହଟ୍ଟଗୋଳ ହୋଇଥିଲା । ଫଳରେ ବାଧ୍ୟ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଳତବୀ ରଖିଥିଲେ ବାଚସ୍ପତି ।

ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଉଭୟ ଦଳ ଏବେ ସରକାରରେ ଅଛନ୍ତି ଚାଷୀଙ୍କ ସମସ୍ୟା ସମାଧାନ କରିବା କଥା । କିନ୍ତୁ ଉଭୟ ଉଭୟଙ୍କ ପାଖରେ ଲବି କରୁଛନ୍ତି । ଯାହା ହାସ୍ୟାସ୍ପଦ କଥା । ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଏଥିପାଇଁ ସମୟ ନ ଦେବା ଦୁଭାଗ୍ୟଜନକ ବୋଲି କହିଛନ୍ତି ନରସିଂହ ।ଅନ୍ୟପଟେ ବିଜେଡି ବିଧାୟକମାନେ ଧାନର ସର୍ବନିମ୍ନ ଦର ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତିି ।