ଆଜି ଚାଲିପାରିଲାନି ବିଧାନସଭାରେ ପ୍ରଶ୍ନକାଳ : ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ

28

କନକ ବ୍ୟୁରୋ: ଆଜି ବି ଅଚଳ ବିଧାନସଭା । ଅଧିବେଶନ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ । ଫଳରେ ୧ ମିନିଟ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରି ନାହିଁ । ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଥିଲେ । ପରେ ପୁଣି ଗୃହ ଆରମ୍ଭ ହେବା କ୍ଷଣି ହଟଗୋଳ ହେବାରୁ ଗୃହକୁ ୩ ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।