ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ମହିଳାଙ୍କ ଫଟୋ ହେଉଛି ଭାଇରାଲ । ଫଟୋ କେଉଁଠୁ ଆସିଲା ଏବଂ କିଏ ସେ ଜାଣନ୍ତୁ

ସେହି ଫଟୋ କେଉଁଠୁ ଆସିଲା ଏବଂ କିଏ ସେ ଜାଣନ୍ତୁ ।

228

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେଉଛି । ଯିଏକି କାନ୍ଧରେ କୋଦାଳ ରଖିଛନ୍ତି । ଜମିରେ ଛିଡା ହୋଇଛନ୍ତି ଓ ଚେହେରା ଆମେରିକୀୟ ଡୋନାଲ୍ଡ ଟ୍ରମ୍ପ ଭଳି ଅଛି । ସେହି ଫଟୋ କେଉଁଠୁ ଆସିଲା ଏବଂ କିଏ ସେ ଜାଣନ୍ତୁ ।

ନର୍ଥ ୱେଷ୍ଟ ସ୍ପେନର ଜଣେ ଫ୍ରିଲାନ୍ସ ସାମ୍ବାଦିକ ରିପୋଟିଙ୍ଗ ପାଇଁ ଗ୍ରାମାଂଚଳକୁ ଯାଇଥିଲେ । ଯେଉଁଠି ସେ ଫାର୍ମିଙ୍ଗ ଆର୍ଟିକଲ ଉପରେ ଗବେଷଣା କରିବା ପାଇଁ ଡୋଲୋରେସ୍ ଲିସ୍ ଆଣ୍ଟେଲୋ ନାମକ ମହିଳାଙ୍କୁ ଭେଟିଲେ । ଯିଏ କି ଟ୍ରମ୍ପଙ୍କ ଭଳି ଦେଖାଯାଉଛନ୍ତି । ତାଙ୍କ ନାଁ ଏଣେଣ୍ଟଲୋ । ସେ ପେଷାରେ ଜଣେ କୃଷକ । ସାମ୍ବାଦିକ ଜଣକ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସେୟାର କରିଛନ୍ତି । ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମହିଳାଙ୍କ ରୂପକୁ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଦର୍ଶାଯାଉଛି । ଦେଖୁ ଦେଖୁ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଗଲା ।

ସୂଚନାଯୋଗ୍ୟ, ଏଣ୍ଟିଲୋଙ୍କ ବିବାହକୁ ୪୦ ବର୍ଷ ହୋଇଗଲାଣି । ସେବେଠାରୁ ସେ ସେହି ଗାଁରେ ରହୁଛନ୍ତି । ତାଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଫୋନ ନାହିଁ । କିନ୍ତୁ ସେ ଇଣ୍ଟରନେଟ୍ ସେଲିବ୍ରିଟି ବନି ଯାଇଛନ୍ତି । ଆଣ୍ଟେଲୋଙ୍କ ଫଟୋକୁ ଟ୍ୱିଟରରେ #SenoraTrump(ଅର୍ଥାତ୍ ଶ୍ରୀମତୀ /ମହୋଦୟା) ହାଶଟ୍ୟାଗ ସହିତ ବହୁତ ସେୟାର କରାଯାଇଛି । ତା’ପର ଠାରୁ କେତେକ ଖବରକାଗଜ ତାଙ୍କର ଇଣ୍ଟରଭ୍ୟୁ କରିଛନ୍ତି । ଭାଇରାଲ ହେବା ଉପରେ ଆଣ୍ଟିଲୋ କହିଲେ କି, “ମୋ ଫଟୋ ବହୁତ ଦୂର ପର୍ଯ୍ୟନ୍ତ ଯାତ୍ରା କରିଛି । ମୋ ଚୁଟିର ରଙ୍ଗ ପାଇଁ ସେମିତି ହୋଇଛି ।” ଆଣ୍ଟିଲୋ ବହୁତ ପ୍ରସିଦ୍ଧ ହେଉଛନ୍ତି କିନ୍ତୁ ଏସବୁ ଜିନିଷ ତାଙ୍କର ପରିସର ବାହାରେ ।