ଏସପି ସ୍ତରରେ ବଡ ଧରଣର ଅଦଳବଦଳ

40

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଏସପି ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ କଟକ ଡିସିପି । ସଂଜୀବ ଅରୋରାଙ୍କ ସ୍ଥାନରେ କବିତା ଜଲାନ ହେଲେ ନୂଆ ଡିସିପି । ସେହିପରି ପଣ୍ଡିତ ରାଜେଶ ହେଲେ କେନ୍ଦୁଝର ଏସପି, ସଂଜୀବ ଆରୋରା ଅନୁଗୁଳ ଏସପି , ଆଶିଷ ସିଂହ ବଲାଙ୍ଗିର ଏସପି , ପିନାକ ମିଶ୍ର କନ୍ଧମାଳ ଏସପି , କେ.ବିଶାଳ ସିଂହ ନୟାଗଡ଼ ଏସପି , ପ୍ରକାଶ ଆର୍ ମୟୁରଭଂଜ ଏସପି, ଏମ୍.ଏସ୍ ସମ୍ପତ ନୂଆପଡ଼ା ଏସପି , ଯୁଗଳ କିଶୋର ବରଗଡ଼ ଏସପି , ଏସ୍.ଏସ୍ ମିଶ୍ର ନବରଙ୍ଗପୁର ଏସପି , ନିଖିଲ କନୋଡିଆ ସୁନ୍ଦରଗଡ଼ ଏସପି , ଜେ.ଏନ୍ ପଙ୍କଜ ଜଗତସିଂହପୁର ଏସପି, ସୁଧା ସିଂ ଏସପି ଭିଜିଲାନ୍ସ, ଦିପକ କୁମାର ଏଆଇଜି ମୁଖ୍ୟାଳୟ, ସତ୍ୟଜିତ୍ ନାୟକ ଏସପି ଏସଟିଏଫ୍ ଭାବେ ବଦଳି ହୋଇଛନ୍ତି । ସେହିପରି ସିନିୟର ଓପିଏସ୍ ମନୋରଂଜନ ମହାନ୍ତି ଏସପି ଇନଚାର୍ଜ ଖୋର୍ଦ୍ଧା, ବି.କେ ପାଣିଗ୍ରାହୀ ଏସପି ଇନଚାର୍ଜ ଢ଼େଙ୍କାନାଳ, ମାଧବ ଚନ୍ଦ୍ର ସାହୁ ଏସପି ଇନଚାର୍ଜ କଟକ, ଦୀଲିପ କୁମାର ଦାସ୍ ଏସପି ଇନ୍ଚାର୍ଜ ଭଦ୍ରକ ଓ ସୁଶୀଲ ପାଣିଗ୍ରାହୀ ଏସପି ଇନଚାର୍ଜ ଗଜପତି ଭାବେ ବଦଳି ହୋଇଛନ୍ତି । ସେପଟେ ଆଇପିଏସ୍ ଅଭିନାଶ କୁମାରଙ୍କ ବଦଳିକୁ ବାତିଲ କରାଯାଇଛି ।