ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ବୁଆ ବବୁଆ ! ଭାରତ ରାଜନୀତିରେ ସାପ ନେଉଳର ତୁଟିଲା ବିବାଦ ।

111

କନକ ବ୍ୟୁରୋ : ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ଅଖିଳେଶ-ମାୟାବତୀ  । ଉତ୍ତରପ୍ରଦେଶରେ ୭୬ ଆସନରେ ଲଢ଼ିବେ ଏସପି-ବିଏସପି ପ୍ରାର୍ଥୀ । ଏବଂ ମେଂଟ ସହଯୋଗୀ ଦଳଙ୍କୁ ୨ଟି ଆସନ ଦେବାକୁ ନିଷ୍ପତି ହୋଇଥିବା ବେଳେ ଆମେଠି ଓ ରାଏବରେଲୀରେ ଆସନ କଂଗ୍ରେସ ପାଇଁ ଛାଡିଥିବା କହିଛନ୍ତି ।

ମୋଦିଙ୍କୁ କ୍ଷମତାରୁ ଦୂରେଇ ରଖିବ ମେଂଟ ! ହାତ ମିଳାଇଲେ ଅଖିଳେଶ-ମାୟାବତୀ । ଉତ୍ତରପ୍ରଦେଶରେ ମୋଦିଙ୍କ ବିଜୟ ରଥକୁ ବ୍ରେକ ଦେବା ପାଇଁ ଏକାଠି ହେଲେ ଅଖିଳେଶ ଓ ମାୟାବତୀ  । ବିଜେପି ବିରୋଧରେ ମହାସଂଗ୍ରାମ ପାଇଁ ୨୫ବର୍ଷ ପରେ ଏକାଠି ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ଏହି ମେଂଟରୁ କଂଗ୍ରେସ ବାଦ୍ ପଡିଛି । ୮୦ଟି ଲୋକସଭା ଆସନରୁ ଉଭୟ ଦଳ ୩୮ଟି ଲେଖାଏଁ ଆସନରୁ ଲଢିବେ ବୋଲି ବୁଝାମଣା ହୋଇଛି । ସେପଟେ ଆମେଠି ଓ ରାଏବରେଲୀରେ ଆସନ କଂଗ୍ରେସ ପାଇଁ ଛାଡିଥିବା ବେଳେ ମେଂଟ ସହଯୋଗୀଙ୍କୁ ମିଳିବ ୨ଟି ଦଳ । ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାଟି ସୁପ୍ରିମୋ ମାୟାବତୀ ।

କେଉଁ ଦଳର ପ୍ରାର୍ଥୀ କେଉଁ ଆସନରୁ ଲଢିବେ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ମାୟାବତୀ କହିଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ଉଭୟ ସମାନ ନୀତିରେ ଚାଲୁଥିବା ବେଳେ କଂଗ୍ରେସ ସହ ମେଂଟ ଉଭୟ ସପା ଓ ବସପା ପାଇଁ ବେଶ ଫଳପ୍ରଦ ହୋଇପାରିନାହିଁ । ତେଣୁ ମେଂଟରୁ କଂଗ୍ରେସକୁ ଅଲଗା ରଖିଛନ୍ତି ଅଖିଳେଶ ଓ ମାୟାବତୀ  । ଏହାସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ମାୟାବତୀ  ।

ଏସପି ଓ ବିଏସପି ମେଂଟର ଔପଚାରିକ ଘୋଷଣା ପରେ ଉଭୟ ଦଳର କର୍ମୀ ବେଶ ଉତ୍ସାହିିତ ନଜର ଆସିଛନ୍ତି । ମେଂଟ ଗଠନକୁ ନେଇ ଉତ୍ସବ ମନାଉଛନ୍ତି କର୍ମୀ  । ସେପଟେ ଗତ ବର୍ଷ ଉତ୍ତରପ୍ରଦେଶ ଉପନିର୍ବାଚନରେ ଶାସକ ବିଜେପି ବିରୋଧରେ ସପା-ବସପାର ଉଲ୍ଲେଖନୀୟ ସଫଳତା ପରେ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଦଳ ଏକାଠି ଲଢିବେ ବୋଲି ଆଲୋଚନା ହେଉଥିଲା ।