କଟକ ଚୌଦ୍ୱାରରେ ଜୋର ଧରିଲାଣି ପ୍ରଚାର ତାତି : ସମର୍ଥକଙ୍କୁ ଧରି ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସୌଭିକ ବିଶ୍ୱାଳ

121

କନକ ବ୍ୟୁରୋ : କଟକ-ଚୌଦ୍ୱାର ଆସନରେ ଜୋରଦାର ହୋଇଛି ପ୍ରଚାର । ଏହି ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୌଭିକ ବିଶ୍ୱାଳ । ବର୍ତ୍ତମାନର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ହେଉଛନ୍ତି ସୌଭିକ । ପ୍ରଭାତଙ୍କ ସ୍ଥାନରେ ତାଙ୍କୁ ଟିକେଟ ମିଳିଛି । ସୌଭିକ ଘର ଘର ବୁଲି ପ୍ରଚାର କରିବା ସହ ବଡ ମାନଙ୍କ ଆଶୀର୍ବାଦ ନେଉଛନ୍ତି । ଏହି ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ନୟନ କିଶୋର ମହାନ୍ତି । ଜଗଦୀଶ ମହାନ୍ତି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରେ କଟକ ଲୋକସଭା ଆସନରେ ନିର୍ବାଚନ ହେବ ।

ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ବାପା ପ୍ରଭାତ ବିଶ୍ୱାଳଙ୍କ କାର୍ଯ୍ୟକୁ ନେଇ ଲୋକଙ୍କ ଠାରୁ ଭୋଟ୍ ମାଗୁଛନ୍ତି ସୌଭିକ୍ । ଭୋଟରଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ଓ ବିଜେଡି ପ୍ରତି ଥିବା ଲୋକଙ୍କ ବିଶ୍ୱାସ ସବୁ ମିଳୁଥିବା ସେ କହିଛନ୍ତି । ତାଙ୍କ ସହିତ ପୁରା ନିର୍ବାଚନ ମଣ୍ଡଳୀ ଥିବା ମଧ୍ୟ ସେ କହିଛନ୍ତି ।