ଆମେରିକାର ଦକ୍ଷିଣ ପୂର୍ବ ଅଂଚଳରେ ଘୂର୍ଣିଝଡ ତାଣ୍ଡବ : ଅନେକ କ୍ଷୟକ୍ଷତି ଘଟିବା ସହ ୨୦ ଜଣ ମୃତ

32

କନକ ବ୍ୟୁରୋ : ଆମେରିକାର ଦକ୍ଷିଣ ପୂର୍ବ ଅଂଚଳରେ ଘୂର୍ଣିଝଡ ତାଣ୍ଡବ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିସିସିପିରୁ ଜର୍ଜିଆ ପର୍ଯ୍ୟନ୍ତ ଦୁଇ ଦିନ ଧରି ଘୂର୍ଣିଝଡ ଅନେକ କ୍ଷୟକ୍ଷତି ଘଟାଇଛି । ଜର୍ଜିଆର ଆଲବାନି ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।