ଶେଷ ମ୍ୟାଚରେ ସାଉଥଆଫ୍ରିକାର ଶାନଦାର ବ୍ୟାଟିଂ । ଅଷ୍ଟ୍ରେଲିଆ ଆଗରେ ୩୨୬ ରନର ବିଜୟଲକ୍ଷ୍ୟ ।

270

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଦକ୍ଷିଣଆଫ୍ରିକା । ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣଆଫ୍ରିକା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦମଦାର ଶୁଭାରମ୍ଭ କରିଥିଲେ ।

ଅଧିନାୟକ ଫାଫ ଡୁପ୍ଲେସିସଙ୍କ ରୋମାଞ୍ଚକର ଶତକ ବଳରେ କଙ୍ଗାରୁ ଦଳ ଆଗରେ ଏକ ବଡ ଟାର୍ଗେଟ୍ ସେଟ୍ କରିପାରିଛି ସାଉଥଆଫ୍ରିକା । ଡୁପ୍ଲେସିସ୍ ୯୪ଟି ବଲରୁ ୨ଟି ଛକା ଏବଂ ୭ଟି ଚୌକା ବଳରେ ୧୦୦ ରନ୍ କରିଛନ୍ତି । ସେହିପରି ଡିକକ୍ ୫୨ ରନର ଅର୍ଦ୍ଧଶତକୀୟ ପାଳି ଏବଂ ଡୁସେନଙ୍କ ବିସ୍ଫୋରକ ୯୫ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଏବଂ ଲିୟନ ସର୍ବାଧିକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।