ଟିମ୍ ଇଣ୍ଡିଆର ବୋଲିଂରେ ଘାଇଲା ହେଲା ଦକ୍ଷିଣଆଫ୍ରିକା ! ଚହଳ ପକାଇଲେ ଚହଲ । ବିଜୟ ଅଭିଯାନ ପାଇଁ ବିରାଟ ବାହିନୀ ଆଗରେ ୨୨୮ ରନର ଟାର୍ଗେଟ୍ ।

173

କନକ ବ୍ୟୁରୋ : ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ସାଉଥହମ୍ପଟନର ଦ ରୋଜ ବୌଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଛି ବିଶ୍ୱକପର ଅଷ୍ଟମ ମ୍ୟାଚ । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଦକ୍ଷିଣଆଫ୍ରିକା । ତେବେ ଭାରତୀୟ ବୋଲିଂ ବାହିନୀ ଆଗରେ ଧରାଶାୟୀ ହୋଇ ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣଆଫ୍ରିକା ୯ ଟି ୱିକେଟ୍ ହରାଇ ୨୨୭ ରନ୍ କରିବାକୁ ସକ୍ଷମ ହୋଇଛି ।

ଚମକାଇ ଦେଲେ ଚହଲ୍ । ଜୋସ୍ ଦେଖାଇଲେ ଯଶପ୍ରୀତ। ସାଉଥହମ୍ପଟନ ଗ୍ରାଉଣ୍ଡରେ ସାଉଥଆଫ୍ରିକା ଯେଉଁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା, ସେଥିରେ ଦଳ ଆଗକୁ ବଢ଼ିବା ପୂର୍ବରୁ ଲାଗିଥିଲା ବ୍ରେକ୍ । ୟୁଜବେନ୍ଦ୍ର ଚହଲ ଏବଂ ଯଶପ୍ରୀତ ବୁମରାଙ୍କ ସାଣିତ ବୋଲିଂ ଆଗରେ ଆଂଠେଇ ପଡ଼ିଲା ଦକ୍ଷିଣ ଆଫ୍ରିକା ।

ଦଳୀୟ ସ୍କୋର ମାତ୍ର ୧୧ ରନ୍ ହୋଇଥିବା ବେଳେ ପ୍ୟାଭିଲିୟନ ଫେରିଯାଇଥିଲେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହସିମ୍ ଅମଲା । ୧୧ରେ ଏକ୍ । ୨୪ରେ ଦୁଇ । ୭୮ରେ ତିନି । ୮୦ରେ ୪ । ୮୯ରେ୫ । ଦକ୍ଷିଣ ଆଫ୍ରିକା ଦେଢ଼ ଶହ ଛୁଇଁବା ପୂର୍ବରୁ ଗଡି ସାରିଥିଲା ୬ଟି ମୂଲ୍ୟବାନ ୱିକେଟ୍ । ଗୋଟିଏ ପଟେ ସ୍ପିନ୍ ଆଉ ଗୋଟିଏ ପଟେ ପେସ୍ । ପେସ୍ ଓ ସ୍ପିନ୍ ଆଟକ ଆଗରେ ଏକ ଲଢୁଆ ସ୍କୋର ଛିଡ଼ା କରିବା ବି ଦଳ ପାଇଁ ସମ୍ଭବ ହୋଇନଥିଲା ।

ପ୍ରଥମରୁ ଦୁଇ-ଦୁଇଟି ମ୍ୟାଚରେ ଝଟକା ଖାଇ ସାଇଥିବା ସାଉଥଆଫ୍ରିକା, ଭାରତ ବିପକ୍ଷରେ ଅନ୍ତତଃ ଏକ ସମ୍ମାନ ଜନକ ସ୍କୋର କରିବ ବୋଲି ଆଶା କରାଯାଉଥିଲା । ଟସ୍ ଜିତିବା ପରେ ବ୍ୟାଟିଂ ନେଇ ହୁଏତ ରଣନୀତି ବି ସ୍ପଷ୍ଟ କରି ସାରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ଭାରତୀୟ ବୋଲିଂ ଆଟାକ୍ ଆଗରେ ତିଷ୍ଟି ପାରିଲାନି । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ଓି୍ୱକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଯଶପ୍ରିତ ବୁମରା ୨ଟି ଭୁବନେଶ୍ୱର କୁମାର ୨ଟି ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି ।