ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ପିସିସିଙ୍କ ଦକ୍ଷିଣାଞ୍ଚଳ ବ୍ଲକରେ ୧୭୪ ଜଣ ଜିଲ୍ଲା ପରିଷଦ ସଭାପତିଙ୍କ ନାମ ଘୋଷଣା

41

କନକ ବ୍ୟୁରୋ : ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜନିଜର ନିର୍ବାଚନ ପନ୍ଥା ଆପଣାଇଲେଣି । ସବୁ ଦଳର ନେତାମାନେ ସ୍ଥାନେ ସ୍ଥାନେ ସଭା ସମିତି କରିବା ମଧ୍ୟ ଆରମ୍ଭ କଲେଣି । କେଉଂମାନଙ୍କୁ ଟିକଟ ମଳିବ କେଇଁମାନଙ୍କୁ ମିଳିବନି ସେନେଇ ମଧ୍ୟ ଚାପାଗୁଜୁରାଣ ଆରମ୍ଭ ହେଲାଣି । ସମସ୍ତେ ନିର୍ବାଚନରେ ଜିତିବାପାଇଁ ରାଜନୈତିକ କସରସ ମଧ୍ୟ ଆରମ୍ଭ କଲେଣି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ଦକ୍ଷିଣାଞ୍ଚଳ ବ୍ଲକ କଂଗ୍ରେସ କମିଟି ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍ଗୁଡ଼ିକର ୧୭୪ଜଣ ସଭାପତିଙ୍କ ନାମ ସମ୍ବଳିତ ତାଲିକା ପ୍ରକାଶ କରିଛି।

 

ପସିସିର ଏକ ପ୍ରେସ୍ ବିବୃତି ଅନୁଯାୟୀ ପ୍ରସ୍ତାବିତ ସଭାପତିମାନଙ୍କ ନାମ ତାଲିକା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ(ଦକ୍ଷିଣାଞ୍ଚଳ) ସୁପାରିସ କରିଥିଲେ। ସେହି ନାମ ତାଲିକାକୁ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଅନୁମୋଦନ କରିଛନ୍ତି। ଏହା ଫଳରେ ରାଜ୍ୟର ତୃଣମୁଳ ସ୍ତରରେ କଂଗ୍ରେସ ଦଳ ସୁଦୃଢ଼ ହେବା ସହ କାର୍ଯ୍ୟକର୍ତା ଓ ଲୋକମାନଙ୍କ ଦ୍ୱାରା ଆଦୃତ ଲାଭ କରିପାରିବ ବୋଲି ଦର୍ଶାଯାଇଛି। ପ୍ରକାଶିତ ତାଲିକାରେ ମାଲକାନଗିରି ଜିଲ୍ଲାର ୧୫ଟି ବ୍ଲକ ଜୋନ୍, ନବରଙ୍ଗପୁର ଜିଲ୍ଲାର ୨୬ଟି, ରାୟଗଡ଼ା ଜିଲ୍ଲାର ୨୦ଟି, କଳାହାଣ୍ଡି ଜିଲ୍ଲାର ୩୬ଟି, ନୂଆପଡ଼ା ଜିଲ୍ଲାର ୧୪ଟି, ଗଜପତି ଜିଲ୍ଲାର ୧୪ଟି, କନ୍ଧମାଳ ଜିଲ୍ଲାର ୧୧ଟି, ବୌଦ୍ଧ ଜିଲ୍ଲାର ୯ଟି ଓ କୋରାପୁଟ ଜିଲ୍ଲାର ୨୯ଟି ବ୍ଲକ ଜୋନ୍ ସଭାପତିଙ୍କ ନାମ ଉଲ୍ଲେଖ କରାଯାଇଛି। ତେବେ ନିର୍ବାଚନରେ ବିଜୟ ହେବା ପାଇଁ ସମସ୍ତ ଦଳ ନିଜର ସମସ୍ତ ପ୍ରଚେଷ୍ଟା ଲଗାଇଥିବା ସୂଚନା ମିଳିଛି ।