ରାଜ୍ୟର ୯ଟି ଜିଲ୍ଲାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ : ପାଗ ଅନୁକୂଳ ରହିଲେ ୩ରୁ ୪ ଦିନ ଭିତରେ ଛୁଇଁବ ଅବଶିଷ୍ଟ ଓଡ଼ିଶା

0

କନକ ବ୍ୟୁରୋ :  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବେଶ କରିଛି । ଅନ୍ୟ ୮ଟି ଜିଲ୍ଲାକୁ ଆଂଶିକ ଛୁଇଁଛି ମୌସୁମୀ । ଆଗାମୀ ୩-୪ ଦିନରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟର ଅବଶିଷ୍ଟ ଅଂଚଳକୁ ମୌସୁମୀ ଛୁଇଁବ ।

ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି,ଗଞ୍ଜାମ ଜିଲ୍ଲା ଓ ଉପକୂଳ ଅଂଚଳର ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି ୯ଟି ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି । ଗତକାଲି ରାଜଧାନୀକୁ ଭିଜାଇଥିଲା ମୌସୁମୀ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୈାସୁମୀର ପ୍ରଥମ ବର୍ଷା ଆଶ୍ୱସ୍ତି ଆଣିଛି ।  ଆଜି ବି ସକାଳୁ ପାଗ କୋହଲା ରହିଛି ।

Comments are closed.